ପେଟ୍ରୋଲ୍‌ –ଡିଜେଲରେ ଭ୍ୟାଟ୍‌ ହ୍ରାସ କରିବାରେ ଗୁଜୁରାଟ ଦେଶର ପ୍ରଥମ ରାଜ୍ୟ!

ଅହମ୍ମଦାବାଦ:ପେଟ୍ରୋଲ୍‌ –ଡିଜେଲରେ ଭ୍ୟାଟ୍‌ ହ୍ରାସ କରିବାରେ ଗୁଜୁରାଟ ଦେଶର ପ୍ରଥମ ରାଜ୍ୟ ହୋଇଛି। ଆଜି ଗୌରବ ଯାତ୍ରାରେ ସାମିଲ ହୋଇ  ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଉନାଠାରେ କହିଛନ୍ତି ଯେ ରାଜ୍ୟ ସରକାର ଆଜିଠାରୁ ୪ ପ୍ରତିଶତ ଭ୍ୟାଟ୍‌ କମାଇଛନ୍ତି। ଏହାଫଳରେ ଗୁରୁରାଟରେ ପେଟ୍ରାଲ୍‌ ଲିଟର ପିଛା ୨ ଟଙ୍କା ୯୩ ପଇସା ଏବଂ ଡିଜେଲ୍‌୨ ଟଙ୍କା ୭୨ ପଇସା ଶସ୍ତା ହେବ ବୋଲି କହିଛନ୍ତି ।
ଅପରପକ୍ଷରେ ମହାରାଷ୍ଟ୍ର ସରକାର ମଧ୍ୟ ଭ୍ୟାଟ୍‌ ହ୍ରାସ କରି ପେଟ୍ରାଲ୍‌ ଏବଂ ଡିଜେଲ୍‌ରେ ଲିଟର ପିଛା ୨ରୁ ୩ଟଙ୍କା କମାଇବାପାଇଁ ଉଦ୍ୟମ କରୁଥିବାର ଜଣାଯାଇଛିି।

ସମ୍ବନ୍ଧିତ ଖବର