ନୂଆଦିଲ୍ଲୀ: କେରଳ ଲଭ୍ ଜିହାଦ୍ ମାମଲାର ଏନଆଇଏ ତଦନ୍ତ ନିର୍ଦ୍ଦେଶ ଦେଇଥିବା ସୁପ୍ରିମକୋର୍ଟ ଆଜି ମାମଲାର ଶୁଣାଣି କରି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ ବିବାହ ପାଇଁ ହାଦିୟା ଓରଫ ଅଖିଳା ଅଶୋକାନ୍ଙ୍କ ସମ୍ମତିକୁ ଗୁରୁତ୍ୱ ଦିଆଯିବ। ଯେହେତୁ ସେ ଜଣେ ସାବାଳିକା ଏବଂ ଠିକ୍ ଭୁଲ୍ ବିଚାର କରିବାର ଉପଯୁକ୍ତ ବୟସରେ ସେ ପହଞ୍ଚି ସାରିଛନ୍ତି ତେଣୁ ଏହି ମାମଲାରେ ତାଙ୍କର ସହମତିକୁ ହିଁ ଗୁରୁତ୍ୱ ଦିଆଯିବ ବୋଲି କୋର୍ଟ କହିଛନ୍ତି। ଅନ୍ୟପକ୍ଷରେ ହାଦିୟାଙ୍କ ବାପାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରି ଝିଅକୁ ନଭେମ୍ବର ୨୭ ତାରିଖ ଦିନ ୩ଟା ପୂର୍ବରୁ କୋର୍ଟରେ ହାଜର କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ହାଦିୟା ମୁକ୍ତ ଅଦାଲତରେ ତାଙ୍କ ମତ ରଖିବେ ବୋଲି କୋର୍ଟ କହିଛନ୍ତି।
ଖଣ୍ଡପୀଠ କେରଳ ଲଭ୍ ଜିହାଦ୍ ମାମଲାରେ ହାଦିୟାଙ୍କ ସ୍ୱାମୀ ସାଫିନ୍ ଜାହାଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଶାଫିନ୍ ଏବଂ ହାଦିୟାଙ୍କ ବିବାହକୁ ରଦ୍ଦ କରିଦେଇଥିବା କେରଳ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସାଫିନ୍ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଉଲ୍ଲେଖଯୋଗ୍ୟ ହୋମିଓପାଥି ଡକ୍ଟର ହାଦିୟା ଜଣେ ହିନ୍ଦୁ ଥିଲେ। ସେ ନିଜ ଧର୍ମ ପରିବର୍ତ୍ତନ କରି ନିଜକୁ ମୁସଲିମରେ ପରିବର୍ତ୍ତନ କରିବା ସହ ସାଫିନଙ୍କୁ ୨୦୧୬ ଡିସେମ୍ବରରେ ବିବାହ କରିଥିଲେ। ହେଲେ ଝିଅ ହାଦିୟାର ବିବାହକୁ ତାଙ୍କ ବାପା ଗ୍ରହଣ ନକରି ତାଙ୍କୁ ଫସାଇ ଦିଆଯାଇଛି ଏବଂ ସାଫିନ ଆତଙ୍କବାଦୀ ଗୋଷ୍ଠୀ ଆଇଏସ ସହ ସମ୍ପୃକ୍ତ ଥିବା ନେଇ ଅଭିଯୋଗ କରିଥିଲେ ଏବଂ ଏନେଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। କେରଳ ହାଇକୋର୍ଟ ହାଦିୟା ଏବଂ ସାଫିନ୍ଙ୍କ ବିବାହକୁ ରଦ୍ଦ କରିବା ସହ ହାଦିିୟାଙ୍କୁ ତାଙ୍କ ବାପାଙ୍କ ଜିମା ଦେଇଥିଲେ। ସୁପ୍ରିମକୋର୍ଟ ମଧ୍ୟ ମାମଲାର ତଦନ୍ତ ପାଇଁ ଏନଆଇଏ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତେବେ ନିକଟରେ ହାଦିୟା ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ଏବଂ ସେ ଜୀବନ ବଞ୍ଚାଇବାପାଇଁ ବ୍ୟାକୁଳ ହୋଇଥିବା ନେଇ କୋଚିର ଜଣେ ସାମାଜିକ କର୍ମୀଙ୍କ ଦ୍ୱାରା ଭିଡିଓ ଜାରି ହୋଇଥିଲା।
ସୁପ୍ରିମକୋର୍ଟ କହିଲେ ହାଦିୟାଙ୍କ ସମ୍ମତିକୁ ପ୍ରାଧାନ୍ୟ ଦିଆଯିବ
ନଭେମ୍ବର ୨୭ରେ କେରଳ ଲଭ୍ ଜିହାଦ୍ ମାମଲାର ଶୁଣାଣି :
/sambad/media/post_attachments/wp-content/uploads/2017/10/hadiya-love-jihad-case-consent-of-girl-is-important-says-sc.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)