ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଆଜି ଶାସ୍ତ୍ରୀ ଭବନରେ ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ଏହି ବିଭାଗ ଦାୟିତ୍ୱରେ ଥିବା ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହି ତାଙ୍କୁ ନିଜ ବିଭାଗର ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ଏହା ସହ ଫୁଲତୋଡା ଦେଇ ନୂଆ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଦୀର୍ଘ ୭ ବର୍ଷ ଧରି ଏହି ମନ୍ତ୍ରାଳୟ ଦାୟିତ୍ୱରେ ଥିଲେ ଧର୍ମେନ୍ଦ୍ର ।

Advertisment

କେନ୍ଦ୍ରରେ ମୋଦୀ ସରକାରଙ୍କ ପ୍ରଥମ ପାଳିରେ ମଧ୍ୟ ଧମେନ୍ଦ୍ରଙ୍କୁ ଏହି ଗୁରୁତ୍ୱପୁର୍ଣ୍ଣ ମନ୍ତ୍ରାଳୟ ମିଳିଥିଲା । ଦ୍ୱିତୀୟ ପାଳିର ପ୍ରଥମ ୨ବର୍ଷ ମଧ୍ୟ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ସମ୍ଭାଳିବା ପରେ ଏବେ ତାଙ୍କୁ ମିଳିଛି ନୂଆ ଦାୟିତ୍ୱ । ଏବେ ସେ ଶିକ୍ଷାମନ୍ତ୍ରୀ ହୋଇ ଦେଶର ଶିକ୍ଷା ବ୍ୟବସ୍ଥା ଉପରେ ନିଷ୍ପତ୍ତି ନେବେ | ଅନ୍ୟ ପକ୍ଷରେ ହରଦୀପ ସିଂହ ପୁରୀଙ୍କୁ ରାଷ୍ଟ୍ରମନ୍ତ୍ରୀରୁ କ୍ୟାବିନେଟ ପାହ୍ୟାକୁ ପଦନ୍ନୋତି ଦିଆଯାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସମ୍ଭାଳିବା ପରେ ଏବେ ତାଙ୍କୁ ପେଟ୍ରୋଲିୟମ ବିଭାଗର କ୍ୟାବିନେଟ ମନ୍ତ୍ରୀ କରାଯାଇଛି ।