ମୁମ୍ବାଇ: ମୁମ୍ବାଇରେ ଦ୍ବିତୀୟ ଦିନ ଧରି ଲଗାତାର ଭାବେ ଲଗାଣ ବର୍ଷା ଜାରି ରହିଛି। ଏହା ଫଳରେ ମୁମ୍ବାଇର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ଆହୁରି ୬ ଘଣ୍ଟା ବର୍ଷା ସହ ଘଣ୍ଟା ପ୍ରତି ୭୦ କିଲୋମିଟର ବେଗରେ ପବନ ବହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଲଗାଣ ବର୍ଷା ଫଳରେ ମୁମ୍ବାଇର ଗିର୍ଗାଓଁ, ଚୌପାଟ୍ଟି, ମଦନପୁର, ବାଇଚୁଲା, ହିନ୍ଦାମାତାଳ ଓର୍ଲି ଜଳମଗ୍ନ ହୋଇପଡ଼ିଛି। ପ୍ରବଳ ବର୍ଷା ଓ ପବନ ଫଳରେ ବିଭିନ୍ନ ଅଞ୍ଚଳରେ ଗଛ, ବିଜୁଳି ଖୁଣ୍ଟି ଭାଙ୍ଗି ପଡ଼ିଛି। ବର୍ଷାର ଭୟାବହତାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଘଣ୍ଟା ପାଇଁ ଭାରତୀୟ ପାଣିପାଗ ବିଭାଗ ମୁମ୍ବାଇ ପାଇଁ ରେର୍ଡ ଆର୍ଲଟ ଜାରି କରିଛି। ବର୍ଷା ସମୟରେ ମୁମ୍ବାଇବାସୀ ଘରେ ରହିବା ସହ ବାହାରକୁ ନ ବାହାରିବାକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ପରାମର୍ଶ ଦେଇଛନ୍ତି। ପ୍ରବଳ ବର୍ଷାରେ ମୁମ୍ବାଇର କେତେକ ଟ୍ରେନ୍କୁ ବାତିଲ କରାଯାଇଛି। ପରିସ୍ଥିତିର ମୁକାବିଲା ପାଇଁ ମୁମ୍ବାଇରେ ଏନ୍ଡିଆର୍ଏଫ୍ ମୁତୟନ କରାଯାଇଛି।
ଭୀଷଣ ବର୍ଷା, ମୁମ୍ବାଇ ଜଳମଗ୍ନ
/sambad/media/post_attachments/wp-content/uploads/2020/07/Rain1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)