ନୂଆଦିଲ୍ଲୀ: ହିରୋ ମୋଟୋ କର୍ପ ଏହାର ବହୁ ପ୍ରତିକ୍ଷୀତ ର୍ୟାଲି ବାଇକ୍ ‘ହିରୋ ଆର୍ ଆର୍-୪୫୦’ର ପ୍ରଦର୍ଶନ କରିଛି। ଏହି ଅବସରରେ ହିରୋ ଡକାର ର୍ୟାଲି ଟିମ୍ ମଧ୍ୟ ଘୋଷଣା କରିଛି ।
ମରୋକ୍କୋର ଓଲିବିଏ ର୍ୟାଲିରେ ହିରୋ ଆର୍ଆର୍-୪୫୦ ବିଶେଷ ସଫଳ ରହିଥିବାବେଳେ ଏହା ଡକାର ର୍ୟାଲିରେ ମଧ୍ୟ ସଫଳ ରହିବାର ଆଶା ରହିଛି। ଏହାର ନୂଆ ଡିଜାଇନିଂ, ଷ୍ଟାଇଲିଶ୍ ଲୁକ୍, ଏରର୍ଗୋନୋମିକ୍ ରାଇଡିଂ ବୈଶିଷ୍ଟ୍ୟ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ସକ୍ଷମ ହେବ। ଏହା ରାଇଡରଙ୍କ ବିଶ୍ୱାସନୀୟତା ବଢ଼ାଇବାକୁ ସକ୍ଷମ ହେବ। ଗତ ସିଜିନ୍ରେ ହିରୋ ମୋଟୋ ସ୍ପୋର୍ଟସ୍ ଟିମ୍ ର୍ୟାଲି ୧୦୦ ପ୍ରତିଶତ ଭଲ ପ୍ରଦର୍ଶନ କରିଥିବାବେଳେ ବଜା ଇଣ୍ଡିଆରେ ମଧ୍ୟ ସଫଳ ରହିଛି। ଡକାର ର୍ୟାଲି-୨୦୧୮ ପାଇଁ ଟିମ୍ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଟିମ୍ ର୍ୟାଲି ସଦସ୍ୟ ଜ୍ୟାକ୍ୱିମ୍ ରୋଡ୍ରଗ୍ଵିସ୍ ଏବଂ ସିଏସ୍ ସନ୍ତୋଷ ଓଲିବିୟେ ର୍ୟାଲିରେ ଭଲ ପ୍ରଦର୍ଶନ କରଛନ୍ତି । ୨୦୧୭ ଡକାର ର୍ୟାଲିରେ ଜ୍ୟାକ୍ୱିମ୍ ରୋଡ୍ରଗ୍ଵିସ୍ ୧୨ ତମ ସ୍ଥାନ ହାସଲ କରିଥିଲେ।
/sambad/media/post_attachments/wp-content/uploads/2017/12/h-rr450-300x200.jpg)
ଏସମ୍ପର୍କରେ ହିରୋ ମୋଟୋକର୍ପର ଚିଫ୍ ଟେକ୍ନୋଲୋଜି ଅଫିସର ଡଃ. ମାର୍କସ୍ ବ୍ରୁନ୍ସ୍ପେଜର୍ କହିଛନ୍ତି ଯେ, ‘ଡକାରରେ ଟିମ୍ ଭଲ ପ୍ରଦର୍ଶନ କରିବାର ଆଶା ରହିଛି। ଡକାର ର୍ୟାଲି ୨୦୧୮ଜାନୁୟାରୀ ୬ ରେ ପେରୁଠାରେ ଆୟୋଜିତ ହୋଇ ଜାନୁୟାରୀ ୨୦ରେ ବଲିଭିଆଠାରେ ଶେଷ ହେବ। ଏଥିରେ ୬୦ ଦେଶର ୫୦୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଏଥିରେ ୧୪ଟି ପର୍ଯ୍ୟାୟରେ ୯୦୦୦ କିଲୋମିଟରର ଯାତ୍ରା ସମ୍ପନ୍ନ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/hero-rr450.jpg)