ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ନାୟକ ସମ୍ବିତଙ୍କୁ ଦର୍ଶକ ଚଳିତ ବର୍ଷ ଏଯାବତ୍ କେବଳ ଗୋଟିଏ ଓଡ଼ିଆ ଛବିରେ ଦେଖିବାକୁ ପାଇଛନ୍ତି। ତାହା ହେଲା ‘ହାପି ଲକି’। ଏହା ପୂର୍ବରୁ ସେ ପ୍ରେମ ଓ୍ଵଡସ ପ୍ରିୟା, ବାଳୁଙ୍ଗା ଟୋକା, ଓମ୍ , ଗଞ୍ଜା ଲଢ଼େଇ, ଚଉକା ଛକା, ବନ୍ଧନ, କଟକ-ଦ ସିଲଭର ସିଟି, ଆଶିକ୍ , ‘ଲେଖିଛି ନାଆଁ ତୋର’ , ‘ତୁମକୁ ଦେଖିଲାପରେ’ ଏବଂ ଛାତି ତଳେ ଡିଂ ଡଙ୍ଗ୍ ଇତ୍ୟାଦି ଓଡ଼ିଆ ଛବିରେ ଅଭିନୟ କରିସାରିଲେଣି ।
ସମ୍ବିତ୍ ଇତିମଧ୍ୟରେ କେତେ ଜଣ ନାୟିକାଙ୍କ ବିପକ୍ଷରେ କାମ କରିସାରିଛନ୍ତି ।ସେ ଝିଲିକ୍ ,ପିଙ୍କି ପ୍ରିୟଦର୍ଶିନୀଙ୍କ ପରି ଜଣାଶୁଣା ନାୟିକାଙ୍କ ବିପକ୍ଷରେ ନାୟକ ବନିଛନ୍ତି। ସେ କେତେକ ନବାଗତାଙ୍କ ବିପକ୍ଷରେ ବି ନଜର ଆସିଛନ୍ତି। ତେବେ ସମ୍ବିତ୍ ପୁଣି ଜଣେ ନବାଗତାଙ୍କ ସହ ସ୍କ୍ରିନ୍ ସେଆର୍ କରିଛନ୍ତି। ଏହି ନବାଗତାଜଣକ ହେଲେ ସସ୍ମିତା। ସସ୍ମିତା ରିଅଲିଟି ସୋ’ ‘କିଏ ହବ ମୋ’ ହିରୋଇନ୍’ ଜରିଆରେ ସମ୍ବତଙ୍କ ନାୟିକା ହେବାର ସୁଯୋଗ ପାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏଣେ ସମ୍ବିତ୍ ଓଲିଉଡର ଅଳ୍ପ ପରିଚିତା ଦୁଇ ଜଣ ନାୟିକା ସହ ମଧ୍ୟ ପ୍ରଥମ ଥର ଲାଗି ସ୍କ୍ରିନ୍ ସେଆର୍ କରିଛନ୍ତି । ସେ ହେଲେ ଅଙ୍କିତା । ଅଙ୍କିତା ପୂର୍ବରୁ ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ‘ମିଠାମିଠା’ରେ ନାୟିକା ଭୂମିକାରେ ଅଭିନୟ କରିଛନ୍ତି। ଦର୍ଶକ ସମ୍ବିତଙ୍କ ସହିତ ଅଙ୍କିତାଙ୍କୁ ପ୍ରଥମ ଥର ପାଇଁ ଯେଉଁ ସିନେମାରେ ଦେଖିବାକୁ ପାଇବେ, ତାହା ହେଲା ‘ ମନ ଖାଲି ତତେ ଚାହେଁ ’ । ଏହାର ନିର୍ଦ୍ଦେଶକ ହେଲେ ନିମାଇଁ ଓଝା । ଏହି ସିନେମାରେ ସମ୍ବିତ- ଅଙ୍କିତାଙ୍କ ପ୍ରେମ କାହାଣୀ ଦେଖିବାକୁ ମିଳିବ । ଏହା ଏକ ଲଭ୍ଷ୍ଟୋରି । କୁହାଯାଉଛି ଯେ ଫିଲ୍ମରେ ସମ୍ବିତଙ୍କ ଭୂମିକାଟି ଯେମିତି ଦମଦାର୍, ଅଙ୍କିତାଙ୍କ ଅଭିନୀତ ଚରିତ୍ରଟି ବି ସେମିତି ବଳିଷ୍ଠ । ଏହି ସିନେମାରେ ଅନୀତା ଦାସଙ୍କୁ ବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ଠିକ୍ ସେହିପରି ସମ୍ବିତ ‘ ମୁଁ ରାଜା ତୁ ରାଣୀ’ ଫେମ୍ ସମ୍ଭବାନାଙ୍କ ସହ ଆସୁଛନ୍ତି ‘ବିଶ୍ୱନାଥ’ରେ। ପ୍ରାପ୍ତ ସୂଚନା ଅନୁଯାୟୀ ଏହି ଦୁଇ ସିନେମା ୨୦୧୮ରେ ରିଲିଜ୍ ହେବ।