ଜୟପୁର: ଜୟପୁର ସହରରେ ଓଡ଼ିଶା ହାଇକୋର୍ଟର ଜଷ୍ଟିସ୍ ଶିବ ଶଙ୍କର ମିଶ୍ରଙ୍କୁ ଜୟପୁରସ୍ଥ ଜିଲ୍ଲା ଅଦାଲତ ପରିସରରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଜଷ୍ଟିସ୍ ମିଶ୍ର ଜୟପୁର କୋର୍ଟ ବୁଲିବା ନିର୍ମାଣାଧୀନ ଥିବା ବାରରୁମ୍ ଆଦି ବୁଲିବା ସହ ଆଇନଜୀବୀ ଓବିଚାରପତିଙ୍କ ସହ କିଛି ସମୟ ଅତିବାହିତ କରିଥିଲେ। ଏହା ପରେ ସେ ବୋରିଗୁମ୍ମା ଏବଂ କୋଟପାଡ଼ କୋର୍ଟକୁ ଯାଇଥିଲେ। ସେଠାରେ ମଧ୍ୟ ଆଇନଜୀବୀମାନେ ତାଙ୍କୁ ସ୍ବାଗତ କରିଥିଲେ।
ଜିଲ୍ଲା ଅଦାଲତ ପରିସରରେ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ରାଜେଶ ଏକ୍କା, ମହିଳା ଅଦାଲତ ବିଚାରପତି ଅଞ୍ଜଳି ମାଛକଣ୍ଡ, ଜେଏମ୍ଏଫ୍ସି ପଲ୍ଲବୀ ଦାସ, ରେଜିଷ୍ଟ୍ରାର ବିଷ୍ଣୁ ପ୍ରସାଦ ଦେବତା ପ୍ରମୁଖ ଉପସ୍ଥିତ ରହି ଜଷ୍ଟିସ୍ ମିଶ୍ରଙ୍କୁ ସ୍ବାଗତ ଜଣାଇଥିଲେ। ଏ ଅବସରରେ ଆଇନଜୀବୀଙ୍କ ପକ୍ଷରୁ ବୀରେଶ ପଟ୍ଟନାୟକ, ସୁଧୀର ଷଡ଼ଙ୍ଗୀ, ବିଜି ରାୟ ଜେନାଦେଓ, ଶରତ କୁମାର ମାଝୀ, ଲାଲ୍ ମୋହନ ମିଶ୍ର, ସତ୍ୟବ୍ରତ ପାଢ଼ୀ, ଗିରିଧର ଖରା, ନାରାୟଣ ମଲ୍ଲିକ, ପି. ସନ୍ନ୍ୟାସୀ ରାଓ, ଶ୍ରୀଚନ୍ଦନ ନାୟକ, ଡି. ଶେଷଗିରି ରାଓ ପ୍ରମୁଖ ଉପସ୍ଥିତ ରହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/jpr-highcourt-judge-visit1.jpg)