ବହୁଚର୍ଚ୍ଚିତ ମନୀଷ ଅନୁରାଗ ହତ୍ୟା ମାମଲା: ୪ ଦିନିଆ ରିମାଣ୍ଡରେ ଯିବେ ଗିରଫ ୩ ଅଭିଯୁକ୍ତ

ଭୁବନେଶ୍ୱର: ବହୁଚର୍ଚ୍ଚିତ ମନୀଷ ଅନୁରାଗ ହତ୍ୟା ମାମଲାରେ ଗିରଫ ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେବ କମିସନରେଟ ପୁଲିସ। ଏଥିଲାଗି ଭୁବନେଶ୍ୱର ଜେଏମଏଫସି ଅନୁମତି ଦେଇଥିବା ଜଣାଯାଇଛି। କମିସନରେଟ ପୁଲିସ ତିନି ଅଭିଯୁକ୍ତଙ୍କର ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା। ଅକ୍ଟୋବର ୧୭ ତାରିଖରେ ରିମାଣ୍ଡର ଆବେଦନ ଶୁଣାଣି ହୋଇଛି।

ସୂଚନାଯୋଗ୍ୟ, ଗତକାଲି ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ଜେଏମ୍ଏଫସି କୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ତିନି ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଗିରଫ ପରେ ୩ ଅଭିଯୁକ୍ତଙ୍କୁ ଗତକାଲି କୋର୍ଟରେ ହାଜର କରାଯାଇଥିଲା। ଏମାନଙ୍କ ବିରୋଧରେ ଦଫା ୩୦୨, ୩୬୪-ଏ, ୨୦୧, ୩୪ ଧାରାରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।

କମିସନରେଟ ପୁଲିସ ତିନି ଅଭିଯୁକ୍ତଙ୍କର ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା। ଦିନେଶ ମହାପାତ୍ର, ମୃତ୍ୟୁଞ୍ଜୟ ମିଶ୍ର ଓ ଅମ୍ରିତ ବିଶ୍ୱାଳଙ୍କ ମଧ୍ୟରୁ ଅମ୍ରିତଙ୍କ କେବଳ ଜାମିନ ପାଇଁ ଆବେଦନ ହୋଇଥିଲା। ଅନ୍ୟ ୨ ଜଣଙ୍କ ଜାମିନ ପାଇଁ କେହି ଓକିଲ ଆବେଦନ କରି ନ ଥିଲେ। ଜେଏମ୍ଏଫ୍ସି କୋର୍ଟ ଜଣେ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିଥିଲେ।

 

 

ସମ୍ବନ୍ଧିତ ଖବର