ଜାଣନ୍ତୁ କରୋନା ମୁକାବିଲା ନେଇ କେନ୍ଦ୍ର ସରକାରଙ୍କ ୧ ଲକ୍ଷ ୭୬ ହଜାର କୋଟିର ପ୍ୟାକେଜରେ କାହାକୁ ମିଳିବ କ’ଣ, ଆପଣ କେଉଁ ସୁବିଧା ପାଇପାରିବେ

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବା ଯୋଗୁଁ ଭାରତ ସରକାର ଆସନ୍ତା ୨୧ ଦିନ ପାଇଁ ସାରା ଦେଶରେ ଲକଡାଉନ ଘୋଷଣା କରିଛନ୍ତି । ଏହି ସମୟରେ ଦେଶର ଗରିବ ଲୋକମାନେ ଯେପରି ସମସ୍ୟାରେ ନ ପଡ଼ନ୍ତି ସେଥିପାଇଁ କେନ୍ଦ୍ର ସରକାର ୧ ଲକ୍ଷ ୭୬ ହଜାର କୋଟିର ଏକ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧିନରେ ଏହି ଘୋଷଣା କରାଯାଇଛି । ଏଥିରେ ଉଭୟ ସିଧା ସଳଖ ନଗଦ ଅର୍ଥ ପ୍ରେରଣ ଓ ଖାଦ୍ୟଶସ୍ୟ ଯୋଗାଣର ବ୍ୟବସ୍ଥା ରହିଛି । ଏହା ଦ୍ୱାରା ଦେଶର ଚାଷୀ, ବିଧବା, ବରିଷ୍ଠ ନାଗରିକ, ଶ୍ରମିକ, ଦିବ୍ୟାଙ୍ଗମାନେ ଉପକୃତ ହେବେ ।

ଏହି ଘୋଷଣା କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କରୋନା ମୁକାବିଲା ପାଇଁ ଦେଶରେ ୨୧ଦିନିଆ ଲକଡାଉନ ଘୋଷଣା କରାଯାଇଛି । ଏହି ୨୧ ଦିନରେ ଯେପରି ଗରିବ, ଶ୍ରମିକ, କୃଷକ, ଦିବ୍ୟାଙ୍ଗ, ବରିଷ୍ଠ ନାଗରିକମାନେ ସମସ୍ୟାର ସମ୍ମୁଖୀନ ନହୁଅନ୍ତି ତାହାକୁ ଦୃଷ୍ଟିରେ ରଖି ଏସବୁ ଯୋଜନା ପ୍ରସ୍ତୁତ କରାଯାଇଛି ।

 

 

ସମ୍ବନ୍ଧିତ ଖବର