ଭୁବନେଶ୍ବର: ଭୁବନେଶ୍ବର ଓ ରାଉରକେଲାରେ ଆସନ୍ତା ଜାନୁଆରି ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ଏଫ୍ଆଇଏଚ୍ ଓଡ଼ିଶା ପୁରୁଷ ହକି ବିଶ୍ବକପ୍। ଏଥିଲାଗି ଗୁରୁବାରଠୁ ଅନ୍ଲାଇନ୍ରେ ଟିକେଟ୍ ବିକ୍ରି ଆରମ୍ଭ ହେବ। ଅପରାହ୍ଣ ୧ଟାରେ ଟିକେଟ୍ ବିକ୍ରି ଆରମ୍ଭ କରାଯିବ। ହକିପ୍ରେମୀମାନେ ପେଟିଏମ୍ ଇନ୍ସାଇଡର-www.insider.inରେ ଯାଇ ଟିକେଟ୍ କିଣିପାରିବେ। ଅନ୍ଲାଇନ୍ ଟିକେଟ୍କୁ ଉଭୟ ସହରର ଷ୍ଟାଡିୟମ ନିକଟ ଟୁର୍ଣ୍ଣାମେଣ୍ଟ ବକ୍ସ ଅଫିସ୍ରେ ରିଡିମ୍ କରି ଫିଜିକାଲ ଟିକେଟ୍ ଗ୍ରହଣ କରିବେ। ଜଣେ ବ୍ୟକ୍ତି ଅତିବେଶୀରେ ମ୍ୟାଚ୍ ପିଛା ୨ଟି ଟିକେଟ୍ କିଣିପାରିବେ।
ଭାରତ ମ୍ୟାଚ୍ର ଟିକେଟ୍ ଦର ୫୦୦ (ୱେଷ୍ଟ୍ ଷ୍ଟାଣ୍ଡ), ୪୦୦ (ଇଷ୍ଟ ଷ୍ଟାଣ୍ଡ), ୨୦୦ (ନର୍ଥ ଓ ସାଉଥ ଷ୍ଟାଣ୍ଡ) ଟଙ୍କା ରହିଛି। ଭାରତ ଖେଳୁନଥିବା ମ୍ୟାଚ୍ର ଟିକେଟ୍ ଦର ୫୦୦ (ୱେଷ୍ଟ୍ ଷ୍ଟାଣ୍ଡ), ୨୦୦ (ଇଷ୍ଟ ଷ୍ଟାଣ୍ଡ), ୧୦୦ (ନର୍ଥ ଓ ସାଉଥ ଷ୍ଟାଣ୍ଡ) ଟଙ୍କା ରଖାଯାଇଛି। ଅନ୍ଲାଇନ୍ରେ ଟିକେଟ୍ କିଣିବା ଲାଗି ମୋବାଇଲ ନମ୍ବର, ଇମେଲ୍ ଆଇଡି ଏବଂ ଫଟୋ ଥିବା ପରିଚୟ ପତ୍ର ଆବଶ୍ୟକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/hockey-world-cup.jpg)