ଏଇହୋଲେ:- କର୍ଣ୍ଣାଟକର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ହେଲା ‘ଏଇହୋଲେ’।ଏଠାରେ ଥିବା ରାବଣ ପାହାଡ଼ି ମନ୍ଦିର ବେଶ୍‌ ପ୍ରସିଦ୍ଧ।ଯାହା ସପ୍ତମ ଶତାବ୍ଦୀରେ ନିର୍ମିତ ହୋଇଥିଲା।ଏହି ମନ୍ଦିର ଗୋଟିଏ ପଥରରେ ନିର୍ମିତ ହୋଇଥିଲା।ଏଥିମଧ୍ୟରେ ଏକ ଶିବଲିଙ୍ଗ ମଧ୍ୟ ରହିଛି।
ଏତଦ୍‌ବ୍ୟତୀତ ଏଠାରେ ଅନ୍ୟ ଦୁଇଟି ମନ୍ଦିର ଓ ଗୋଟିଏ ମଠ ମଧ୍ୟ ବେଶ୍‌ ପ୍ରସିଦ୍ଧ। ଏ ଦୁଇ ମନ୍ଦିର ହେଲା ହୁଚିଆପ୍ପାୟା ଗୁଡ଼ି ମନ୍ଦିର ଏବଂ ଲଦ୍‌ଖାନ୍‌ ମନ୍ଦିର ଓ ମଠର ନାମ ଥିଲା ହୁଚିଆପ୍ପାୟା ମଠ।ଏଠାରେ ଭଗବାନ ଶିବଙ୍କ ପୂଜା କରାଯାଇଥାଏ।ଏହି ମନ୍ଦିର ଅଷ୍ଟମ ଶତାବ୍ଦୀରେ ନିର୍ମିତ ହୋଇଥିଲା।ଏତଦ୍‌ବ୍ୟତୀତ ଏଇହୋଲେରେ ଥିବା ଦୁର୍ଗା ମନ୍ଦିର ଓ ମେଗୁଟି ଜୈନ ମନ୍ଦିରର ମଧ୍ୟ ବେଶ୍‌ ଖ୍ୟାତି ରହିଛି।
ବାଦାମୀ:- ଏହା ‘ବାତାପି’ନାଆଁରେ ମଧ୍ୟ ଜଣାଶୁଣା।ଏଠାରେ ଥିବା ଚାଲୁକିୟ ସ୍ଥାପତ୍ୟ ଦେଖିବାକୁ ପର୍ଯ୍ୟଟକ ମାନଙ୍କର ବିଶେଷ ଭାବେ ଆଗମନ ହୋଇଥାଏ।
ପଟ୍ଟାଦକାଲ୍‌:- ଏହା କର୍ଣ୍ଣାଟକର ଏକ ସହର।ଏଠାରେ ମନ୍ଦିର ଗୁଡ଼ିକର ସ୍ଥାପତ୍ୟ ଶୈଳୀ ଭିନ୍ନ ଭିନ୍ନ।ଏଠାରେ ଥିବା ଚାରିଟି ମନ୍ଦିରରେ ଏହା ଦେଖିବାକୁ ମିଳେ।

Advertisment

publive-image photo--wikipedia

ହଂପି:- ଏଠାରେ ରାମାୟଣରେ ବର୍ଣ୍ଣିତ କିସ୍କିନ୍ଧା ରାଜ୍ୟ ଥିଲା ବୋଲି କୁହାଯାଏ।୧୩୩୬ରୁ ୧୫୬୫ ଖ୍ରୀଷ୍ଟାବ୍ଦ ମଧ୍ୟରେ କିଜୟନୀର ରାଜାମାନଙ୍କ ଦ୍ୱାରା ହଂପି ସ୍ଥାପିତ ହୋଇଥିଲା।ଏଠାରେ ଥିବା ବରୁପାକ୍ଷ ମନ୍ଦିର ଓ ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟ ଅବଶ୍ୟ ଦର୍ଶନୀୟ।
କର୍ଣ୍ଣ:- ଏହା ହିନ୍ଦୁମାନଙ୍କ ପାଇଁ ଏକ ପ୍ରସିଦ୍ଧ ତୀର୍ଥଟନ ସ୍ଥଳ।ଏଠାରେ ଚାରିଟି ସମୁଦ୍ରତଟ ରହିଛି।ଏଠାରେ ସମୁଦ୍ର ଖୁବ୍‌ ଶାନ୍ତ ଓ ବାଲି ମଧ୍ୟ ଖୁବ୍‌ ସ୍ୱଚ୍ଛ ଥାଏ।କର୍ଣ୍ଣ ବିଚ୍‌ ସବୁଠୁଁ ବେଶି ଲୋକପ୍ରିୟ।ଏହା ପଛକୁ ଓମ୍‌ ବିଚ୍‌,ପାରାଡ଼ାଇଜ୍‌ ଓ ହାଫ୍‌-ମୁନ୍‌ର ନାମ ଆସିଥାଏ।
କାଟିଲ୍‌:- ଯଦି ଆପଣ ଧାର୍ମିକ ସ୍ୱଭାବର ବ୍ୟକ୍ତି ଏବଂ କର୍ଣ୍ଣାଟକ ଭ୍ରମଣରେ ଯାଉଛନ୍ତି,ତେବେ କାଟିଲ୍‌ ନ ଦେଖି ଆସନ୍ତୁ ନାହିଁ।ଏହା ବେଙ୍ଗଲୁରୁ ଠାରୁ ୩୮୭ କିଲୋମିଟର ଏବଂ ମାଙ୍ଗାଲୋର ସହରଠାରୁ ମାତ୍ର ତିରିଶି କିଲୋମିଟର ଦୂରରେ ଅବସ୍ଥିତ। କାଟିଲ୍‌ ଦେବୀ ଦୁର୍ଗା ପରମେଶ୍ୱରୀଙ୍କ ସ୍ଥାନ ଭାବେ ଜଣାଶୁଣା।ଏହି ମନ୍ଦିର ନଳିନୀ ନଦୀ ତଟରେ ରହିଛି।
କୁକେ ସୁବ୍ରମଣ୍ୟ:-ଏହା କର୍ଣ୍ଣାଟକର ଏକ ବିସ୍ମୟକର ତୀର୍ଥ ସ୍ଥଳ।ଏହା ପଶ୍ଚିମ ଘାଟର ପର୍ବତାବଳୀ ଦ୍ୱାରା ପରିବେଷ୍ଟିତ। ଭଗବାନ ସୁବ୍ରମଣ୍ୟଙ୍କୁ ଏଠାରେ ପୂଜା କରାଯାଇଥାଏ।ଏହା ବେଙ୍ଗଲୁରୁ ଠାରୁ ୩୮୯ ଓ କରଓ୍ଵାର୍‌ ଠାରୁ ୧୫୧ କିଲୋମିଟର ଦୂରରେ ଅବସ୍ଥିତ।ଏହା ଧରା ନଦୀ ତଟରେ ଅବସ୍ଥିତ। ପୌରାଣିକ ତଥ୍ୟ ଅନୁଯାୟୀ ଭଗବାନ କମାରସ୍ୱାମୀ ଏଠାରେ ଅବତୀର୍ଣ୍ଣ ହୋଇ ତାରକାସୁରକୁ ନିପାତ କରିଥିଲେ।
ମୁଡ଼୍‍ବିଡ୍ରି:- ଏହା କର୍ଣ୍ଣାଟକର ଏକ ପ୍ରାଚୀନ ଜୈନ ଶିକ୍ଷାସ୍ଥଳ ଭାବେ ସମଗ୍ର ବିଶ୍ୱରେ ପରିଚିତ। ଦକ୍ଷିଣ କନ୍ନଡ଼ ଜିଲ୍ଲା ସଦର ମହାକୁସାଂଠାରୁ ପ୍ରାୟ ୩୭ କିଲୋମିଟର ଦୂରରେ ଏହା ଅବସ୍ଥିତ। ଚଉଦରୁ ଷୋଡ଼ଶ ଶତାବ୍ଦୀ ମଧ୍ୟରେ ଜୈନ ଧର୍ମର କେନ୍ଦ୍ର ଥିଲା। ଏଠାରେ ଅଠରଟି ଜୈନମନ୍ଦିର ନିର୍ମିତ ହୋଇଥିଲା। ସେଥିମଧ୍ୟରୁ ଗୁରୁ ବାସାଦି,ତ୍ରିଭୁବନା ବିତଲକ ଚୁଡ଼ାରମଣି ବାସାଦି ଓ ଆମ୍ମାନା ବରା ବାସାଦି ସବୁଠୁଁ ବେଶି ପ୍ରସିଦ୍ଧ।

publive-image photo-temples of karnatak

ମେଲ୍‌ କୋଟେ:- କର୍ଣ୍ଣାଟକର ଏହା ଏକ ପ୍ରାଚୀନ ବିଷ୍ଣୁ ମନ୍ଦିର। ଏଠାରେ ଭଗବାନ ବିଷ୍ଣୁ ‘ଥିରୁ ନାରାୟଣ’ନାମରେ ପୂଜିତ ହୁଅନ୍ତି। ଧର୍ମଗୁରୁ ରାମାନୁଜାଚାର୍ଯ୍ୟଙ୍କ ସହିତ ଏହି ମନ୍ଦିରର ସଂପର୍କ ଥିଲା। ମେଲ୍‌ କୋଟରେ ଅନ୍ୟ ନାମଗୁଡ଼ିକ ହେଲା-ଯାଦବଗିରି,ବେଦାଦ୍ରି,ନାରାୟଣାଦ୍ରି ଓ ୟତିସ୍ଥଳମ୍‌।