ବିବାହ ପରେ ଅଧିକାଂଶ ବର-ବଧୂ ହନିମୁନ୍ ଟ୍ରିପ୍ରେ ଯାଇଥା’ନ୍ତି।ଏଥିପାଇଁ ସେମାନେ ପୂର୍ବରୁ ହନିମୁନ୍ ସ୍ପଟ୍ର ନିର୍ଣ୍ଣୟ କରିଥାଆନ୍ତି।ତେବେ ପ୍ରସ୍ତାବିତ ବିବାହ ବା ଆରେଞ୍ଜଡ଼୍ ମ୍ୟାରେଜ୍ କ୍ଷେତ୍ରରେ ବିବାହ ପୂର୍ବରୁ ସଦ୍ୟ ବିବାହିତ ଦଂପତି ପରସ୍ପରକୁ ବିଶେଷ ଭଲଭାବେ ଜାଣିନଥା’ନ୍ତି।ଏଣୁ ହନିମୁନ୍ ଟ୍ରିପ୍ରେ ପ୍ରକୃତ ଆନନ୍ଦ ଉଠାଇବାର ପ୍ରକ୍ରିୟା ସଂପର୍କରେ ଜାଣିନଥା’ନ୍ତି।ଏଣୁ ହନିମୁନ୍ କପଲ୍ମାନଙ୍କୁ ସ୍ମରଣୀୟ ରଖିବା ଲାଗି କିଛି ସ୍ୱତନ୍ତ୍ର ଦିଗପ୍ରତି ଧ୍ୟାନ ଦେବାକୁ ପଡ଼ିବ।ଆସନ୍ତୁ ଜାଣିବା ସେସବୁ ସଂପର୍କରେ,ଯାଦ୍ୱାରା ହନିମୁନ୍ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ।
ନଟିନେସ୍ ଉଭୟଙ୍କୁ ନିକଟତର କରିଥାଏ।ଆପଣଦୁହେଁ ଯେତେ ଅଶ୍ଳୀଳ ଥଟ୍ଟାମଜା ହେବେ,ପରସ୍ପର ପ୍ରତି ସେତେ ଅନ୍ତରଙ୍ଗ ହୋଇପାରିବ।ତେବେ ଏଥିରେ ପରସ୍ପରକୁ ଆଘାତ ଦେବା ଭଳି କଥା ନ ହେବା ଆବଶ୍ୟକ।ଜୀବନରେ ହନିମୁନ୍ ଥରେ ଆସେ।ଏଣୁ ଆଗରୁ ଯାଇନଥିବା ଏକ ନୂଆ ଜାଗାକୁ ଗଲେ,ତାହା ନିଶ୍ଚିତ ସ୍ମରଣୀୟ ହୋଇପାରିବ।
ହନିମୁନ୍ ଟ୍ରିପ୍ରେ ଉଭୟ ସୂେ ର୍ଯ୍ୟାଦୟ ଓ ସୂର୍ଯ୍ୟାସ୍ତର ଆନନ୍ଦ ସାଙ୍ଗହୋଇ ନିଅନ୍ତୁ।ଏହା ଆପଣ ଦୁହିଁଙ୍କୁ ରୋମାନ୍ସ କରିବା ପାଇଁ ଅଧିକ ଉତ୍ସାହ ଦେବ।ହନିମୁନ୍ ଟ୍ରିପ୍ରେ ରିଲାକ୍ସ ହେବା ଲାଗି ବଡ଼ିମସାଜ୍ ବି ଜରୁରୀ।ଏହି ସମୟରେ ସୌନ୍ଦର୍ଯ୍ୟମୟ ଦୃଶ୍ୟର ନିଜ ମୋବାଇଲ୍ରେ ଫଟୋ ଉଠାନ୍ତୁ ଅଥବା ଭିଡ଼ିଓ ରେକଡ଼ିଂ କରନ୍ତୁ।
photo-d27k8xmh3cuzik.cloudfront.netହନିମୁନ୍ ଟ୍ରିପ୍ରେ ଯିବାବେଳେ ଅଧିକାଂଶ ସମୟ ମୋମାଇଲ୍ ଫୋନ୍କୁ ସ୍ୱିଚ୍ ଅଫ୍ କରି ଦିଅନ୍ତୁ।ଆପଣ ନିଜ ଘର ଲୋକଙ୍କ ସହ କଥା ହେବା ଲାଗି ଏକ ନିର୍ଦ୍ଦିଷ୍ଟ ସମୟ ରଖନ୍ତୁ। କାରଣ ଆପଣ ସଦ୍ୟ ବିବାହିତ ଓ ପରିବାରଠୁ ଦୂରରେ ଅଛନ୍ତି।ଏହାକୁ ନେଇ ପରିବାର ଲୋକେ ଚିନ୍ତାରେ ଥାଇପାରନ୍ତି।ଏଣୁ ଏହା କରିଲେ ଆପଣ ସ୍ୱଚ୍ଛନ୍ଦରେ ରୋମାନ୍ସ କରିପାରିବେ ଓ ପରିବାର ମଧ୍ୟ ଆପଣ ଦୁହିଁଙ୍କୁ ନେଇ ନିଶ୍ଚିନ୍ତ ରହିପାରିବେ।
ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ପରସ୍ପର ପସନ୍ଦକୁ ଆଖି ଆଗରେ ରଖି ଖାଦ୍ୟ ପାନୀୟ,ପରିଧାନ ପ୍ରତି ଧ୍ୟାନ ଦିଅନ୍ତୁ।ଏହାଦ୍ୱାରା ହନିମୁନ୍ ଟ୍ରିପ୍ ସ୍ମରଣୀୟ ହୋଇ ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/honeymoon-seoimgak.mmtcdn.com_.jpg)