ଉଷ୍ଣ ପ୍ରସ୍ରବଣ ହେଉଛି ପ୍ରାକୃତିକ ସ୍ପା। ଏଠାରେ ସ୍ନାନ କରିଲେ ମାନସିକ ଅବସାଦ ଏବଂ ଚାପ ଦୂରୀଭୂତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଭାରତର କେଉଁ କେଉଁ ସ୍ଥାନରେ ରହିଛି ଏଭଳି ପ୍ରସିଦ୍ଧ ଉଷ୍ଣ ପ୍ରସ୍ରବଣ। ଓଡ଼ିଶାର ଗଂଜାମ ଜିଲ୍ଲାର ତପ୍ତପାଣି ହେଉଛି ଏକ ପ୍ରସିଦ୍ଧ ଉଷ୍ଣ ପ୍ରସ୍ରବଣ। ବ୍ରହ୍ମପୁର ରେଳ ଷ୍ଟେସନଠାରୁ ଏହାର ଦୂରତା ପ୍ରାୟ ୪୬ କିଲୋମିଟର। ଏହା ନିକଟରେ ମହେନ୍ଦ୍ର ପର୍ବତ ରହିଛି।

Advertisment

publive-image

ପଶ୍ଚିମବଙ୍ଗର ବକ୍ରେଶ୍ୱର ଉଷ୍ଣ ପ୍ରସ୍ରବଣ ବି ବେଶ୍‌ ଖ୍ୟାତ। ଏଠାରେ ୫୧ଟି ଶକ୍ତିପୀଠଭିତରୁ ଗୋଟିଏ ରହିଛି।

publive-image photo-speaking tree

ହିମାଚଳ ପ୍ରଦେଶର ମଣିକରଣ ହେଉଛି ଆଉ ଏକ ଜଣାଶୁଣା ଉଷ୍ଣ ପ୍ରସ୍ରବଣ । ମନାଲିଠାରୁ ଦୁଇ ଘଣ୍ଟାର ରାସ୍ତା ହେଉଛି ମଣିକରଣ ଉଷ୍ଣ ପ୍ରସ୍ରବଣ।ଏଠାରେ ଏକ ପୁରାତନ ଶିବ ମନ୍ଦିର ବି ଅଛି ଯାହା ଦେଖିବାକୁ ପର୍ଯ୍ୟଟକଙ୍କର ବିଶେଷ ଆଗମନ ହୋଇଥାଏ। ଭକ୍ତମାନେ ଏହି ଗରମ ଜଳରେ ସ୍ନାନ କରିବାପରେ ଶିବଙ୍କ ପୂଜା କରିବାର ବିଧି ରହିଛି।