ଆୟୁର୍ବେଦ ବିଶେଷଜ୍ଞଙ୍କ କହିବା ଅନୁସାରେ ଯକୃତ ବା ଲିଭରରେ ଜମା ସମସ୍ତ ବିଷାକ୍ତ ଦ୍ରବ୍ୟକୁ ଘରୋଇ ଉପାୟରେ ସଫା କରିହେବ।
ଯକୃତ ଆମ ଶରୀରର ସବୁଠୁ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ଅଟେ। ମସ୍ତିଷ୍କ ପରେ ଏହା ସବୁଠୁ ଅଧିକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ଅଟେ। ଅନ୍ୟ ଅଙ୍ଗଗୁଡ଼ିକ ଠିକ୍ ଭାବେ କାର୍ଯ୍ୟ କରିବା ପାଇଁ ମଧ୍ୟ ଲିଭର୍ କାମ କରିଥାଏ।
ଆୟୁର୍ବେଦ ବିଶେଷଜ୍ଞଙ୍କ ଅନୁସାରେ ଯକୃତକୁ ସଫା କରାଯାଇ ପାରିବ। ଏହା ଦ୍ୱାରା ଯକୃତରେ ଜଡ଼ିତ ସମସ୍ୟା ଗୁଡ଼ିକ ଦୂର ହୋଇପାରିବ। ଏହା ଜରିଆରେ ୭ ଦିନରେ ଯକୃତ ସଂପୂର୍ଣ୍ଣ ପରିଷ୍କୃତ ହୋଇଯିବ। ଲିଭର ଖରାପ ହେଲେ ହେପାଟାଇଟିସ୍, ଫ୍ୟାଟି ଲିଭର, ଲିଭର ସିରୋସିସ, ଆଲ୍କହଲିକ୍ ଲିଭର ଡିଜିଜ୍ ଓ ଲିଭର କ୍ୟାନ୍ସର୍ ଭଳି ରୋଗ ହୋଇଥାଏ । ଲିଭରରୁ ବିଷାକ୍ତ ଦ୍ରବ୍ୟ ବାହାର କରିବା ପାଇଁ ଏହି କିଛି କାର୍ଯ୍ୟ କରିବାକୁ ପଡ଼ିବ। ଏଥିପାଇଁ ୭ ଦିନ ପାଇଁ ବଜାରରୁ କିଣା ଖାଦ୍ୟ ବନ୍ଦ କରିବା ସହ ଅଧିକ ପନିପରିବା ଖାଆନ୍ତୁ, ଏମିତିରେ ମଇଳା ସଫା ହୋଇଯିବ। ଜାଣନ୍ତୁ, କ’ଣ ସବୁ ଦରକାର ଓ କେମିତି କରିବେ....
ଏହି ସବୁ ଜିନିଷ ଆବଶ୍ୟକ: ଲାଉ, ଧନିଆ, ଲେମ୍ବୁ, ସୈନ୍ଧବ ଲୁଣ ଓ ଗୁଡ଼ୁଚି ରସ। ଗୁଡ଼ୁଚି ରସ ପ୍ରାୟ ସମସ୍ତ ଆୟୁର୍ବେଦ ଦୋକାନରେ ଉପଲବ୍ଧ ଥାଏ।
ଏମିତି ତିଆରି କରନ୍ତୁ: ପ୍ରଥମେ ଲାଉ ଚୋପାକୁ ହଟାଇ ଏଥିରେ ଧନିଆ ପତ୍ରକୁ ମିଶାଇ ଗ୍ରାଇଣ୍ଡ୍ କରନ୍ତୁ ଓ ରସ ବାହାର କରି ଦିଅନ୍ତୁ। ୧ ଗ୍ଲାସ୍ ରସରେ ଏକ ଚାମଚ ହଳଦୀ, ଏକ ଚାମଚସୈନ୍ଧବ ଲୁଣ, ଏକ ଚାମଚ ଲେମ୍ବୁ ରସ ଓ ୩୦ ମିଲିଲିଟର ଗୁଡ଼ୁଚି ରସ ମିଶାନ୍ତୁ। ଏହାକୁ ପ୍ରତିଦିନ ଖାଲିପେଟରେ ପିଅନ୍ତୁ। ଏହି ରସକୁ ଏମିତି ତିଆରି କରି ପ୍ରତିଦିନ ୧ ଗ୍ଲାସ ଲେଖାଏଁ ୭ଦିନ ପର୍ଯ୍ୟନ୍ତ ପିଅନ୍ତୁ।
ଜାଣନ୍ତୁ କାହାର କାମ କ’ଣ: ହଳଦୀରେ ଥିବା ଆଣ୍ଟିବାକ୍ଟିରିୟଲ୍ ତତ୍ତ୍ୱ ଲିଭର ଖୁବ୍ ଶିଘ୍ର ସଫା କରିଥାଏ। ଲାଉ ଓ ଧନିଆ ପତ୍ର ଲିଭରକୁ ଥଣ୍ଡା ରଖିବାରେ ସାହାଯ୍ୟ କରେ, ଯେଉଁଥିପାଇଁ ପୂରା ଦିନ ଲିଭର ଭଲ ଭାବେ କାମ କରିଥାଏ।।