ମୁମ୍ବାଇ: ସୁପରଷ୍ଟାର୍ ହ୍ରିତିକ୍ ରୋଶନ୍ ତାଙ୍କର ଆଗାମୀ ସିନେମା ‘ ସୁପର-୩୦’ ର ସୁଟିଂ ଜୋରସୋରରେ ଚଳାଇଛନ୍ତି। ହେଲେ ଏଥିରେ ତାଙ୍କର ଦୁଇ ପ୍ରକାରର ଲୁକ୍ ଇତିମଧ୍ୟରେ ସାମ୍ନାକୁ ଆସିଛି। ଏଥିମଧ୍ୟରୁ ଗୋଟିକରେ ସେ ମୁହଁରେ ଦାଢ଼ି ରଖିଥିବାର ଦେଖିବାକୁ ମିଳିଛି ଏବଂ ଅନ୍ୟଟିରେ କ୍ଲିନ୍ ସେଭ୍ ଅବତାରରେ ଅଛନ୍ତି । ସେ ନିଜର ଓଜନ ବି କମ୍ କରିଛନ୍ତି। ଏହି ଦୁଇ ନୂଆ ଲୁକ୍ ଦେଖି ତାଙ୍କର ପୂର୍ବ ପତ୍ନୀ ସୁଜାନେ ଖାନ୍ ବି ହ୍ରିତିକ୍ ରୋଶନ୍ ଙ୍କୁ ଚିହ୍ନି ପାରି ନଥିଲେ।
/sambad/media/post_attachments/wp-content/uploads/2018/02/hrithik-super30-amarujala-300x203.jpg)
ତେବେ ସେ ଯାହା ହେଉନା କାହିଁକି ଏହି ସିନେମାଲାଗି ଖୁବ ପରିଶ୍ରମ କରୁଛନ୍ତି ସୁପରଷ୍ଟାର୍ ହ୍ରିତିକ୍ ରୋଶନ୍ ।‘ ସୁପର-୩୦’ହେଉଛି ମଧ୍ୟ ସତ୍ୟ ଘଟଣା ଆଧରିତ । ଏଥିରେ ବିହାରର ଆନନ୍ଦ କୁମାରଙ୍କ ଜୀବନୀ ଦେଖିବାକୁ ମିଳିବ । ଆନନ୍ଦ କୁମାର ହେଉଛନ୍ତି ସୁପର-୩୦ କୋଚିଂ ସେଣ୍ଟର ର ପ୍ରତିଷ୍ଠାତା । ବିକାଶ ବହଲ୍ ଏହି ସିନେମାର ନିର୍ଦ୍ଦେଶକ ।