ହ୍ରିତିକ୍‌ ରୋଶନ୍‌ଙ୍କୁ ଚିହ୍ନି ପାରିଲେ ନି ସୁଜାନେ

ମୁମ୍ବାଇ: ସୁପରଷ୍ଟାର୍‌ ହ୍ରିତିକ୍‌ ରୋଶନ୍‌ ତାଙ୍କର ଆଗାମୀ ସିନେମା ‘ ସୁପର-୩୦’ ର ସୁଟିଂ ଜୋରସୋରରେ ଚଳାଇଛନ୍ତି। ହେଲେ ଏଥିରେ ତାଙ୍କର ଦୁଇ ପ୍ରକାରର ଲୁକ୍‌ ଇତିମଧ୍ୟରେ ସାମ୍ନାକୁ ଆସିଛି। ଏଥିମଧ୍ୟରୁ ଗୋଟିକରେ ସେ ମୁହଁରେ ଦାଢ଼ି ରଖିଥିବାର ଦେଖିବାକୁ ମିଳିଛି ଏବଂ ଅନ୍ୟଟିରେ କ୍ଲିନ୍‌ ସେଭ୍‌ ଅବତାରରେ ଅଛନ୍ତି । ସେ ନିଜର ଓଜନ ବି କମ୍‌ କରିଛନ୍ତି। ଏହି ଦୁଇ ନୂଆ ଲୁକ୍‌ ଦେଖି ତାଙ୍କର ପୂର୍ବ ପତ୍ନୀ ସୁଜାନେ ଖାନ୍‌ ବି ହ୍ରିତିକ୍‌ ରୋଶନ୍‌ ଙ୍କୁ ଚିହ୍ନି ପାରି ନଥିଲେ।

photo–amarujala

ତେବେ ସେ ଯାହା ହେଉନା କାହିଁକି ଏହି ସିନେମାଲାଗି ଖୁବ ପରିଶ୍ରମ କରୁଛନ୍ତି ସୁପରଷ୍ଟାର୍‌ ହ୍ରିତିକ୍‌ ରୋଶନ୍‌ ।‘ ସୁପର-୩୦’ହେଉଛି ମଧ୍ୟ ସତ୍ୟ ଘଟଣା ଆଧରିତ । ଏଥିରେ ବିହାରର ଆନନ୍ଦ କୁମାରଙ୍କ ଜୀବନୀ ଦେଖିବାକୁ ମିଳିବ । ଆନନ୍ଦ କୁମାର ହେଉଛନ୍ତି ସୁପର-୩୦ କୋଚିଂ ସେଣ୍ଟର ର ପ୍ରତିଷ୍ଠାତା । ବିକାଶ ବହଲ୍‌ ଏହି ସିନେମାର ନିର୍ଦ୍ଦେଶକ ।

ସମ୍ବନ୍ଧିତ ଖବର