ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟିକା ଶ୍ରଦ୍ଧା କପୁର ସୁପରଷ୍ଟାର୍ ରିତିକ୍ ରୋଶନ୍ଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ଅବସରରେ ଏକ କଥା ତାଙ୍କୁ ମନେ ପକାଇ ଦେଇଛନ୍ତି। ସେ କହିଛନ୍ତି ଯେ ଏବେ ବି ରିତିକଙ୍କ ସହ ଏକ କମେଡି ସିନେମାରେ କାମ କରିବାର ଅପେକ୍ଷାରେ ଅଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ରିତିକ ରୋଶନ୍ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତ ସୁପରହିଟ୍ ସିନେମା ‘ଅଗ୍ନିପଥ୍’ ସିନେମା ତିଆରି କରିଥିବା ନିର୍ଦ୍ଦେଶକ କରଣ ମାଲହୋତ୍ରା ରିତିକ୍ ରୋଶନ୍ଙ୍କୁ ନେଇ ଏକ କମେଡି ଫିଲ୍ମ କରିବାର ଯୋଜନା ରଖିଛନ୍ତି।
/sambad/media/post_attachments/wp-content/uploads/2018/01/hrithik-sraddha-youtube-300x192.jpg)
ଖାଲି ସେତିକି ନୁହେଁ ସେଥିରେ ରିତିକଙ୍କ ବିପକ୍ଷରେ କରଣ ଶ୍ରଦ୍ଧା କପୁରଙ୍କୁ ନେବାକୁ ବି ମନ ବଳାଇଛନ୍ତି। ଶ୍ରଦ୍ଧା କପୁର ଏହି ସିନେମାପାଇଁ ସବୁଜ ସଙ୍କେତ ଦେଇଛନ୍ତି ହେଲେ ଏଯାବତ୍ ରିତିକ୍ କିଛି ସୂଚନା ଦେଇ ନାହାନ୍ତି। ସେହି କଥା ଆଗକୁ ବଢ଼େଇବା ଲାଗି ଶ୍ରଦ୍ଧା କପୁର ପରୋକ୍ଷରେ ରିତିକଙ୍କୁ ଅନୁରୋଧ କରିଛନ୍ତି। ତେବେ ରିତିକ୍ ସଂପ୍ରତି ପ୍ରଖ୍ୟାତ ଗଣିତଜ୍ଞ ପ୍ରଫେସର୍ ଆନନ୍ଦ କୁମାରଙ୍କ ଉପରେ ଆଧାରିତ ‘ସୁପର ୩୦’ ଫିଲ୍ମରେ କାମ କରୁଛନ୍ତି। ଅପରପକ୍ଷରେ ଶ୍ରଦ୍ଧା କପୁର ମଧ୍ୟ ‘ସାହୋ’ ଏବଂ ‘ସ୍ତ୍ରୀ’କୁ ନେଇ ବ୍ୟସ୍ତ ଅଛନ୍ତି। ତେଣେ ରିତିକ୍‘ସୁପର ୩୦’ ପରେ ରାକେଶ ରୋଶନଙ୍କ ‘କ୍ରିସ୍-୪’ରେ କାମ କରିବେ ବୋଲି ଜଣାପଡିଛି। ଏ ଦୃଷ୍ଟିରୁ ଶ୍ରଦ୍ଧା କପୁରଙ୍କ ଏହି ଅଭିଳାଷ କ’ଣ ପୂରଣ କରିପାରିବେ ସୁପରଷ୍ଟାର୍ ରିତିକ୍ ରୋଶନ୍ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।