ସ୍ୱାମୀ-ସ୍ତ୍ରୀ କଳିର ଏହା ବି କାରଣ ହୋଇଥାଏ !

ସ୍ୱାମୀ-ସ୍ତ୍ରୀ ହେବାପରେ ପୁରୁଷ ଏବଂ ନାରୀ ଏକ ନୂଆ ଜୀବନ ଆରମ୍ଭ କରିଥାନ୍ତି। ସେମାନେ କିପରି ସୁଖରେ ରହିବେ ଏହାକୁ ସବୁଠାରୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ତାହା ସତ୍ତ୍ୱେ ବେଳେ ବେଳେ କୌଣସି କାରଣରୁ ଉଭୟଙ୍କ ଭିତରେ ମତାନ୍ତର ବି ଘଟିଥାଏ। ପରିବାରରେସ୍ୱାମୀ-ସ୍ତ୍ରୀ ଙ୍କ ସମ୍ପର୍କରେ କଳହ ଏକ ମାମୁଲି କଥା। ବେଳେବେଳେ ଏହା ଗମ୍ଭୀର ରୂପ ମଧ୍ୟ ନେଇଥାଏ।

photo-youtube

ବିଶେଷ କରି ଯେତେବେଳେ ସ୍ୱାମୀ ଘରେ ସୁନ୍ଦରୀ ସ୍ତ୍ରୀ ଥାଉ ଥାଉ ଅନ୍ୟ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥାନ୍ତି, ସେତେବେଳେ ଏହି କଳି ତୀବ୍ର ରୂପ ନେଇଥାଏ। ଏଭଳି ପରିସ୍ଥିତିରେ ସ୍ତ୍ରୀ ସ୍ୱାମୀଙ୍କୁ ଛାଡ଼ିବା ଲାଗି ପ୍ରସ୍ତୁତ ହୁଅନ୍ତି। ଠକ୍‌ ସେହିପରି ଶିକ୍ଷିତା ଏବଂ ଆତ୍ମନିର୍ଭରଶୀଳ ସ୍ତ୍ରୀ ସ୍ୱାମୀଙ୍କୁ ଛାଡିବାକୁ ଅନିଚ୍ଛା ସତ୍ତ୍ୱେ ମନ ବଳାନ୍ତି। ସ୍ତ୍ରୀ ଯଦି ପର ପୁରୁଷ ସହ ସଂପର୍କ ଯୋଡନ୍ତି, ତେବେ ବି କଳି ହୁଏ। ବାପ ଘରକୁ ବେଶୀ ଯିବା ଆସିବା କଲେ ବି ଏଭଳି ଘଟେ। ଆଉ ଏକ କାରଣ ହେଲା ଘରେ ଅର୍ଥାଭାବ ହେଲେ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ କଳି ହୋଇଥାଏ। ଘରେ ଯଦି ସେମାନଙ୍କ ଭିତରେ ଅନ୍ୟ କେହି ସଦସ୍ୟଙ୍କୁ କେହି ମାତ୍ରାଧିକ ଗୁରୁତ୍ୱ ଦିଅନ୍ତି ତେବେ କଳହ ଉପୁଜିଥାଏ।
ଏହାପରେ ବି ଆଜିକାର ସମାଜରେ ପତ୍ନୀ ପତିଙ୍କ ଭୁଲ୍‌କୁ ଅଣଦେଖା କରି ତାଙ୍କୁ ଛାଡ଼ିବାକୁ ରାଜି ହୁଅନ୍ତି ନାହିଁ। ଠିକ୍‌ ସେହିପରି ସ୍ୱାମୀ ବି ସ୍ତ୍ରୀଙ୍କ ଭୁଲକୁ ମାଫ୍‌ କରି ଦିଅନ୍ତି।

ସମ୍ବନ୍ଧିତ ଖବର