ଚାରି ଆଇଏଏସ୍‌ ଅଧିକାରୀ ଚାକିରି ଛାଡିଲେ,ଏହାପରେ କ’ଣ କଲେ ଜାଣନ୍ତୁ

ଆଇଏଏସ୍‌ ହୋଇ ଚାକିରି କରିବା ଏକ ବଡ଼ ଗୌରବର କଥା। କିନ୍ତୁ ଆପଣମାନେ କ’ଣ ଜାଣନ୍ତି ଯେ ଏମିତି କିଛି ଆଇଏଏସ୍‌ ଅଧିକାରୀ ଅଛନ୍ତି,ଯେଉଁମାନେ ଲୋଭନୀୟ ଚାକିରି ଛାଡ଼ି ବ୍ୟବସାୟୀ ହୋଇ ସଫଳ ହୋଇଛନ୍ତି। ଏଠାରେ ଚାରି ଜଣ ଏଭଳି ଆଇଏ,ସ୍‌ ଅଫିସରଙ୍କ କଥା ଉଲ୍ଲେଖ କରୁଛୁ ଯେଉଁମାନେ ନିଜ ନିଜର ଚାକିରି ଛାଡ଼ି ବ୍ୟବସାୟରେ ମନୋନିବେଶ କରିଛନ୍ତି।
ଡାକ୍ତର ସୟିଦ୍‌ ସାବାହତ୍‌ ଆଜିମ୍‌:୨୦୦୦ ମସିହା ବ୍ୟାଚ୍‌ର ଆଇଏ ଏସ୍‌ ଡାକ୍ତର ସୟିଦ୍‌ ସାବାହତ୍‌ ଆଜିମ୍‌ ତ୍ରିପୁରା ସେ ଜଣେ ଡାକ୍ତର।
ମୁଖ୍ୟମନ୍ତ୍ରୀଙ୍କ ସଚିବ ପଦ ତ୍ୟାଗ କରି ୨୦୧୦ରେ ଗ୍ଲୋବାଲ ହେଲ୍‌ଥ କେଆର ସିଷ୍ଟମସ୍‌ ନାମକ ଏକ ବ୍ୟାବସାୟିକ ସଂସ୍ଥାର ଶୁଭାରମ୍ଭ କରିଥିଲେ। ଛୋଟ ସହର ଓ ଗାଆଁ ମାନଙ୍କରେ ହସ୍ପିଟାଲ୍‌ ପ୍ରତିଷ୍ଠା କରି ସେ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି।

photo-the better india

ପ୍ରବେଶ ଶର୍ମା:୧୯୮୨ ବ୍ୟାଚ୍‌ର ଆଇଏ.ଏସ୍‌ ୩୪ବର୍ଷର ଚାକିରି ପରେ ୨୦୧୬ରେ ସ୍ୱେଚ୍ଛାକୃତ ଭାବେ ଚାକିରିରୁ ଅବସର ଗ୍ରହଣ କରିବାପରେ ଜଣେ ପରିବା ବ୍ୟବସାୟୀ ଭାବେ ସଫଳତା ହାସଲ କରିଛନ୍ତି। ସେ ନିଜେ ଚାଷୀମାନଙ୍କଠାରୁ ଫଳ ଓ ପନିପରିବା କିଣି ଗ୍ରାହକମାନଙ୍କୁ ବିକ୍ରି କରନ୍ତି। ପ୍ରବେଶ ଶର୍ମା ମଧ୍ୟପ୍ରଦେଶର କୃଷି ସଚିବ ଥିବାବେଳେ ନିଜର ୧୮ ବର୍ଷର ଅଭିଜ୍ଞତାକୁ ପାଥେୟ କରି ଏହି କାମରେ ହାତ ଦେଇଥିଲେ। ସେ ଗତବର୍ଷ ନିଜର ବ୍ୟବସାୟକୁ ଲିଭିଲସ୍‌ କଂପାନି ସହିତ ମିଶାଇ ‘କାମାତନ୍‌’ ନାଆଁରେ ଏବେ ଚଳାଇଛନ୍ତି।
ରୋମାନ୍‌ ସୈନୀ:ରୋମାନ୍‌ ସୈନୀ ୨୦୧୩ ମସିହାରେ ମାତ୍ର ୨୨ ବର୍ଷ ବୟସରେ ପ୍ରଥମ ପ୍ରୟାସରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଳେ। ୨୦୧୬ରେ ଆଇଏଏସ୍‌ ଟ୍ରେନିଂ ଶେଷ କରିବା ପୂର୍ବରୁ ରୋମାନ୍‌ ଶିକ୍ଷା ବ୍ୟବସାୟରେ ପାଦ ଦେଇଥିଲେ। ସେ ‘ଅନ୍‌ ଆକାଡ଼େମୀ’ ନାମକ ଏକ ଅନୁଷ୍ଠାନ ବୋଲି ପ୍ରଶାସନିକ ସେବା ପାଇଁ ଇଚ୍ଛୁକ ଯୁବକ,ଯୁବତୀଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି।

ସମ୍ବନ୍ଧିତ ଖବର