ଟ୍ରେନ ହର୍ଣ୍ଣ ଶୁଣି ବଡ଼ ବଡ଼ ଦୁର୍ଘଟଣାକୁ ଅଟକାଇଥାନ୍ତି ଟ୍ରେନ ଗାର୍ଡ, ହର୍ଣ୍ଣ ଜରିଆରେ ସମସ୍ୟା ଜଣାନ୍ତି ଲୋକୋ ପାଇଲଟ

ନୂଆଦିଲ୍ଲୀ: ଟ୍ରେନରେ ଆପଣ ନିଶ୍ଚେ ଯାତ୍ରା କରିଥିବେ । ଆଉ ଯଦି ନ ବି କରିଥିବେ ତେବେ ଟ୍ରେନର ହର୍ଣ୍ଣ ନିଶ୍ଚେ ଶୁଣିଥିବେ । ଅଲଗା ଅଲଗା ଷ୍ଟେସନରେ ଟ୍ରେନ ବିଭିନ୍ନ ପ୍ରକାରର ହର୍ଣ୍ଣ ବଜାଇଥାଏ । ଆଉ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ହର୍ଣ୍ଣ ପଛରେ ଅନେକ କାରଣ ରହିଛି । ଟ୍ରେନ ହର୍ନରେ ବିଭିନ୍ନ କୋଡ ରହିଥାଏ । ଏହି କୋଡ ମାଧ୍ୟମରେ ହିଁ ଲୋକୋ ପାଇଲଟ ନିଜ ବାର୍ତ୍ତା ଦେଇଥାନ୍ତି।

ଟ୍ରେନ ଯେତେବେଳେ ହର୍ଣ୍ଣ ବଜାଏ ଆମେ ସତର୍କ ହୋଇ ଯାଉ ଯେ ଟ୍ରେନ ଆସୁଛି । ହେଲେ ଏହାଠାରୁ ବି ଅଧିକ ସତର୍କ ରୁହନ୍ତି ଟ୍ରେନ ଗାର୍ଡମାନେ । ସେମାନେ, ଟ୍ରେନର ହର୍ଣ୍ଣ ଶୁଣି ଏହାର ଅର୍ଥକୁ ବୁଝିଥାନ୍ତି । ଆଉ ସେହି ହର୍ଣ୍ଣର ସିଗନାଲ ହିସାବରେ କାମ ମଧ୍ୟ କରିଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ଟ୍ରେନ ହର୍ଣ୍ଣ କୋଡର ଅର୍ଥ କ’ଣ ।

-ଯଦି ଲୋକୋ ପାଇଲଟ ଗୋଟିଏ ଛୋଟ ହର୍ଣ୍ଣ ମାରିଥାନ୍ତି, ତେବେ ଏହାର ଅର୍ଥ ଟ୍ରେନକୁ ଦ୍ୱିତୀୟ ଇଞ୍ଜିନର ଆବଶ୍ୟକତା ନାହିଁ ।

-ଲୋକୋ ପାଇଲଟ ଯଦି ଗୋଟିଏ ଛୋଟ ଓ ଲମ୍ବା ହର୍ଣ୍ଣ ବଜାନ୍ତି ତେବେ ଏହାର ମାନେ ତାଙ୍କୁ ଟ୍ରେନ ପଛରେ ଲାଗିଥିବା ଇଞ୍ଜିନର ଆବଶ୍ୟକତା ରହିଛି ।

-ଯଦି ଟ୍ରେନ ଛିଡା ହୋଇଛି ଆଉ ଲୋକୋ ପାଇଲଟ ୨ଟି ଛୋଟ ହର୍ଣ୍ଣ ମାରୁଛନ୍ତି ତେବେ ଏହାର ଅର୍ଥ ସେ ଗାର୍ଡଙ୍କଠାରୁ ଟ୍ରେନ ଖୋଲିବାର ସହାୟତା ମାଗୁଛନ୍ତି ।

-ଲୋକୋ ପାଇଲଟ ଯଦି ୩ଟି ଛୋଟ ହର୍ଣ୍ଣ ମାରନ୍ତି ତେବେ ଏହାର ଅର୍ଥ ସେ ଗାର୍ଡଙ୍କୁ ବ୍ରେକ ଲଗାଇବାର ଇସାରା ଦେଉଛନ୍ତି ।

-ଯଦି ଲୋକୋ ପାଇଲଟ ୪ଟି ଛୋଟ ଛୋଟ ହର୍ଣ୍ଣ ମାରନ୍ତି ତେବେ ଏହାର ଅର୍ଥ ଆଗରେ୍ ରାସ୍ତା କ୍ଲିଅର ନାହିଁ ଆଉ ଲୋକ ପାଇଲଟ ଗାର୍ଡଙ୍କୁ ସହାୟତା ମାଗୁଛନ୍ତି ।

-ଲୋକୋ ପାଇଲଟ ଯଦି ଦୁଇଟି ଲମ୍ବା ଓ ଦୁଇଟି ଛୋଟ ହର୍ଣ୍ଣ ମାରନ୍ତି ତେବେ ଏହାର ଅର୍ଥ ସେ ଟ୍ରେନର ଗାର୍ଡଙ୍କୁ ନିଜ ପାଖକୁ ଡାକୁଛନ୍ତି ।

-ଯଦି ଲୋକୋ ପାଇଲଟ ଲଗାତାର ଲମ୍ବା ହର୍ଣ୍ଣ ମାରୁଛନ୍ତି ତେବେ ଏହାର ଅର୍ଥ ଟ୍ରେନ କୌଣସି ସୁଡଙ୍ଗ ଦେଇ ଗତି କରିବ । ଆଉ ଏକ କାରଣ ହେଉଛି ଟ୍ରେନକୁ ଯଦି ଷ୍ଟେସନରେ ରହିବାର ନାହିଁ ତେବେ ସେ ଲଗାତାର ଲମ୍ବା ହର୍ଣ୍ଣ ମାରି ଷ୍ଟେସନ ଦେଇ ଗତି କରିବ ।

Wikipedia

-ଲୋକୋ ପାଇଲଟ ଯଦି ଦୁଇଟି ଛୋଟ ହର୍ଣ୍ଣ ଓ ଏକ ଲମ୍ବା ହର୍ଣ୍ଣ ମାରିଥାନ୍ତି ତେବେ ଏହାର ଅର୍ଥ କୌଣସି ଯାତ୍ରୀ ଟ୍ରେନର ଚେନ ଟାଣିଛନ୍ତି କିମ୍ବା ଟ୍ରେନର ଗାର୍ଡ ନିଜେ ଟ୍ରେନ ରୋକିବାକୁ ଚେଷ୍ଟା କରିଛନ୍ତି ।

-ଯଦି ଲୋକୋ ପାଇଲଟ ଲଗାତାର ଛୋଟ ଛୋଟ ହର୍ଣ୍ଣ ମାରୁଛନ୍ତି ତେବେ ଏହାର ଅର୍ଥ ଆଗରେ ରାସ୍ତା କ୍ଲିଅର ନାହିଁ । ଆଉ ଡ୍ରାଇଭରଙ୍କୁ ଆଗରେ ବିପଦ ଦେଖାଯାଉଛି ।

ଟ୍ରେନ, ଗଲା ବେଳେ କିମ୍ବା ପ୍ରତ୍ୟେକ ଷ୍ଟେସନରେ ହର୍ଣ୍ଣ ମାରିଥାଏ । ଟ୍ରେନ ହର୍ଣ୍ଣ ପ୍ରତି ଗାର୍ଡମାନେ ବେଶ ସତର୍କ ରହିଥାନ୍ତି । କାରଣ ତାଙ୍କ ସତର୍କତାରେ ହିଁ ଲୋକଙ୍କ ଜୀବନ ବଞ୍ଚିଥାଏ। ଟ୍ରେନର କୋଡ ହିସାବରେ ସେମାନଙ୍କୁ କାମ କରିବାକୁ ପଡିଥାଏ । ଯଦି ଟ୍ରେନ ହର୍ଣ୍ଣ ଅନୁସାରେ ସେମାନେ ସତର୍କ ହେଉନାହାନ୍ତି ତାହେଲେ ଟ୍ରେନ ବଡ ଧରଣର ଦୁର୍ଘଟଣାର ସାମ୍ନା କରିପାରେ ।

ସମ୍ବନ୍ଧିତ ଖବର