ଭିଜିଲାନ୍ସ ଜାଲରେ ଲାଞ୍ଜିଗଡ଼ ସିଡିପିଓ, ବିଲ୍ କରାଇବା ପାଇଁ ନେଉଥିଲେ ୮୦ ହଜାର ଟଙ୍କା

ଲାଞ୍ଜିଗଡ଼ : ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି ଲାଞ୍ଜିଗଡ଼ ସିଡିପିଓ ମିନା କୁମାରୀ ପାତ୍ର। ଆଜି ତାଙ୍କ ବିଶ୍ଵନାଥପୁରସ୍ଥିତ କାର୍ଯ୍ୟାଳୟରେ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦଳ ତାଙ୍କୁ ଗିରଫ୍ କରିଛି। ଏବେ ତାଙ୍କ କାର୍ଯ୍ୟାଳୟରେ ଚଢ଼ଉ ଜାରି ରହିଛି। ସେ ଲାଞ୍ଜିଗଡ଼ ବ୍ଲକର ୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୧ ଲକ୍ଷ ୬୯ ହଜାର ଟଙ୍କା ଛତୁଆ ବିଲ ବାବଦକୁ ୮୦ ହଜାର ଟଙ୍କା ଲାଞ୍ଚ ଦେବାକୁ କହିଥିଲେ। ଏହା ପରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଭିଜିଲାନ୍ସର ଦ୍ବାରସ୍ତ ହୋଇଥିବା ବେଳେ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଧରିବା ପାଇଁ ଜାଲ ବିଛା ଯାଇଥିଲା।

ଆଜି ସେ ତାଙ୍କ ବିଶ୍ୱନାଥପୁରସ୍ଥିତ କାର୍ଯ୍ୟାଳୟରେ  ୮୦ ହଜାର ଟଙ୍କା ମହିଳା ଗୋଷ୍ଠୀ ମାନଙ୍କଠାରୁ ଗ୍ରହଣ କରୁଥିବା ବେଳେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଦଳ ତାଙ୍କୁ ୮୦ ହଜାର ଟଙ୍କା ସହିତ କାବୁ କରିଛି। ଆଜି ଭିଜିଲାନ୍ସ ଡିଜିଙ୍କ ନିର୍ଦ୍ଦେଶକ୍ରମେ ଭବାନୀପାଟଣା ଭିଜିଲାନ୍ସ ଦଳ ତାଙ୍କ କାର୍ଯ୍ୟାଳୟ ଚଡଉ କରିଛି। ତେବେ ତାଙ୍କର ସମ୍ପତ୍ତି ଆକଳନ କରାଯାଇ ପାରିନଥିବା ବେଳେ ଅନ୍ୟ ଟିମ୍ ମାନେ ଅନ୍ୟ ସ୍ଥାନରେ ମଧ୍ୟ ଚଡଉ ଜାରି ରଖିଥିବା ଭିଜିଲାନ୍ସ ଦଳ ସୂଚନା ଦେଇଛି। ବର୍ତ୍ତମାନ ଚଡଉ ଜାରି ରହିଥିବାରୁ ଅଧିକ କିଛି ସୂଚନା ମିଳିନାହିଁ। ତେବେ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଭିଜିଲାନ୍ସ ଜାଲରେ ସିଡିପିଓ ମିନା କୁମାରୀ ପାତ୍ର ପଡିବା ପରେ ବିଶ୍ୱନାଥପୁର ତଥା ଲାଞ୍ଜିଗଡ଼ ବ୍ଳକ ଅଞ୍ଚଳରେ ଥିବା ସିଡିପିଓ କାର୍ଯ୍ୟାଳୟର କର୍ମକର୍ତ୍ତା ତଥା ମହିଳା ସୁପରଭାଇଜରମାନଙ୍କ ମନରେ ଛନକା ପଶିଛି।

ସମ୍ବନ୍ଧିତ ଖବର