ଝଣ୍ଡା ଉଁଚା ରହେ ହମାରା…

ଭୁବନେଶ୍ବର: ରାଜଧାନୀରେ ୭୬ତମ ସ୍ବାଧୀନତା ଦିବସ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି। ସହରର ବିଭିନ୍ନ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟଠାରୁ ଆରମ୍ଭ କରି ସରକାରୀ, ବେସରକାରୀ କାର୍ଯ୍ୟାଳୟ‌ରେ ଉତ୍ସାହ, ଉଦ୍ଦୀପନାରେ ଏହି ଦିବସ ପାଳନ କରାଯିବା ସହ ସ୍ବାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିଚାରଣ କରାଯାଇଥିଲା।

ଏମ୍ସ: ଏମ୍ସରେ ଆୟୋଜିତ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର୍‌ ଡା. ଆଶୁତୋଷ ବିଶ୍ବାସ ଜାତୀୟ ପତାକା ଉତ୍ତୋଳନ କରିଥିଲେ। କାର୍ଯ୍ୟକ୍ରମରେ ମେଡିକାଲ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି, ଡିନ୍‌ ଦେବାଶିଷ ହୋତା, ମନୋଜ ମହାନ୍ତି, ବିନୋଦ ପାତ୍ର, କୁଳସଚିବ ବି.ବି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ରମାଦେବୀ ବିଶ୍ବବିଦ୍ୟାଳୟ : ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସିପିଆଇ(ଏମ): ରାଜ୍ୟ ସମ୍ପାଦନା ମଣ୍ଡଳୀ ସଦସ୍ୟ ସନ୍ତୋଷ ଦାସ ପତାକା ଉତ୍ତୋଳନ କରିଥିଲେ। ଦୁଷ୍ମନ୍ତ ଦାସଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଦଳର ପ୍ରମୁଖ ସଦସ୍ୟ ସୁରେଶ ପାଣିଗ୍ରାହୀ, ଯତୀନ ମହାନ୍ତି, ପ୍ରଦୀପ୍ତ ନାୟକ, ତାପସୀ ପ୍ରହରାଜ, ରାମଚନ୍ଦ୍ର ତ୍ରିପାଠୀ, ଜଗଦୀଶ ଜେନା, ପ୍ରଭାତ ପାଣିଗ୍ରାହୀ, ପ୍ରଭାସ ଷଣ୍ଢ, ଚାମ୍ବରୁ ସୋରେନ, ପ୍ରଣତି ସାହୁ, ଶୁଭ୍ରାଂଶୁ ଉଦ୍‌ଗାତା, ବସନ୍ତ ସାହୁ ପ୍ରମୁଖ ସାମିଲ ଥିଲେ।

ଭକ୍ତକବି ମଧୁସୂଦନ ବିଦ୍ୟାଳୟ : ସୁବାସନଗର ବସ୍ତିସ୍ଥିତ ଏହି ସ୍କୁଲରେ ‘ସେବା ଫର’ର ଆବାହକ ଗୋକୁଳଚନ୍ଦ୍ର ମିଶ୍ର ପତାକା ଉତ୍ତୋଳନ କରିଥିଲେ। ବ୍ରଜବନ୍ଧୁ ମିଶ୍ର, ଘନଶ୍ୟାମ ବେଉରା, ପ୍ରଧାନଶିକ୍ଷୟିତ୍ରୀ ନମିତା ସାହୁ, ମଧୁସୂଦନ ନାଏକ, ଶ୍ରଦ୍ଧାଞ୍ଜଳି ନାଏକ, ଗୀତାଞ୍ଜଳି ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ମ୍ୟାନ ଇଜ ଗଡ୍‌: ମ୍ୟାନ୍‌ ଇଜ୍‌ ଗଡ୍‌ ପକ୍ଷରୁ ଡୁମୁଡୁମାସ୍ଥିତ ଆମ୍ବେଦକର ଶିକ୍ଷା କେନ୍ଦ୍ରକୁ ୧ ହଜାର ଟଙ୍କା ସହାୟତା ଦିଆଯାଇଥିଲା। ଏହି ଅବସରରେ ସଂସ୍ଥାର ଦୀନବନ୍ଧୁ ରାଉତ, ଆଲୋକ ଭୋଳ, ମିଲନ ବଳିଆରସିଂ, ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଉତ୍କଳ ବିଶ୍ବବିଦ୍ୟାଳୟ: ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ପତାକା ଉତ୍ତୋଳନ କରିଥିଲେ। ବିଶ୍ବବିଦ୍ୟାଳୟ ପିଜି କାଉନ୍‌ସିଲ୍‌ ଅଧ୍ୟକ୍ଷ ଦୁର୍ଗାଶଙ୍କର ପଟ୍ଟନାୟକ, କୁଳସଚିବ ଅଭୟ କୁମାର ନାୟକ, ଅର୍ଥବ୍ୟବସ୍ଥା ଲେଖାକାର ଗୌତମ ପ୍ରଧାନ, ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝୀ, ସମସ୍ତ ବିଭାଗ ମୁଖ୍ୟ ପ୍ରଫେସର ପ୍ରମୁଖ ସାମିଲ ହୋଇଥିଲେ। ପ୍ରଫେସର ମିତାଲି ଚିନ୍ନାରା ପତାକା ଉତ୍ତୋଳନ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

ନିସ୍‌: ମଦନପୁରସ୍ଥିତ ନିସ୍‌ ଶିକ୍ଷାନୁଷ୍ଠାନ ପରିସରରେ ପତିଷ୍ଠାତା ସମ୍ପାଦକ ସୁଭାଷ ଚନ୍ଦ୍ର ନାୟକ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ଉପନିର୍ଦ୍ଦେଶକ ଦୁଷ୍ମନ୍ତ ପଟ୍ଟନାୟକ, ଡିନ୍ ପ୍ରଫେସର ବିଷ୍ଣୁ ପାଲ୍‌, ଯୁଗ୍ମ ରେଜିଷ୍ଟ୍ରାର ପ୍ରଫେସର ଭବାନୀ ଶଙ୍କର ରଥ, ପ୍ରଶାସନିକ ଅଧିକାରୀ ପୀତାମ୍ବର ଚୟନୀଙ୍କ ସମେତ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଯୋଗ ଦେଇଥିଲେ।

କିଟ୍ ଓ କିସ୍‌: କିଟ୍ ବିଶ୍ୱବିଦ୍ୟାଳୟ ଓ କିସ୍‌ରେ ଏଫ୍‍ଆଇଭିବିର ମହାନିର୍ଦ୍ଦେଶକ ଫାବିଓ ଆଜେଭେଦୋ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଦ୍‍ବୋଧନ ଦେଇଥିଲେ। ଏଥିରେ କିଟ୍‍ ଓ କିସ୍‍ ସମ୍ପାଦକ ଆର୍‌.ଏନ୍‌ ଦାଶ, ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ, କୁଳସଚିବ ଜ୍ଞାନରଞ୍ଜନ ମହାନ୍ତି, କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ ବେହେରା, କୁଳସଚିବ ଡ. ପି.କେ ରାଉତରାୟଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ସେହିପରି କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‌ରେ ସ୍କୁଲ୍‍ର ଚେୟାରପର୍ସନ ଡ. ମୋନାଲିସା ବଳ ପତାକା ଉତ୍ତୋଳନ କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବିଶିଷ୍ଟ ଚିକିତ୍ସାବିତ୍‍ ଡ. ଭି ଏସ୍‍ ମଦନଙ୍କ ଉଦାହରଣ ଦେଇ ଭବିଷ୍ୟତ ପିଢ଼ି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଶ୍ରୀ ସାମନ୍ତ ପରାମର୍ଶ ଦେଇଥିଲେ।

ସୁଡ଼ା: ରାଜ୍ୟ ସହରାଞ୍ଚଳ ବିକାଶ ସଂସ୍ଥା (ସୁଡା) ପରିସରରେ ‘ଟିମ୍ ଅର୍ବାନ୍ ଓଡ଼ିଶା’ ତରଫରୁ ୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହାସହ ‘ଗାନ୍ଧୀଜୀ ଓ ଓଡ଼ିଶା’ ଶୀର୍ଷକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ସୁଡାର ନିର୍ଦ୍ଦେଶକ ଶାରଦା ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ପୌରନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ଆଲୋଚନାଚକ୍ରରେ ଯୋଗଦେଇଥିଲେ।

ଶାସ୍ତ୍ରୀନଗର ଉନ୍ନୟନ ପରିଷଦ: ଶାସ୍ତ୍ରୀନଗର ଉନ୍ନୟନ ପରିଷଦ ଓ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ବରିଷ୍ଠ ନାଗରିକ ମଞ୍ଚର ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। କାର୍ଯ୍ୟକ୍ରମରେ ରାମମୂର୍ତ୍ତି ପାତ୍ର, ଗିରଜା ନନ୍ଦନ ମହାନ୍ତି, ଅଶୋକ କୁମାର ବେହେରା, ଆଲୋକ ରଞ୍ଜନ ସାମନ୍ତରାୟ, ପ୍ରଭାକର ଆଚାର୍ଯ୍ୟ, ଅଭିରାମ ଜେନା, ସନ୍ତାପ କୁମାର ଜେନା, ପ୍ରମୋଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। କୈଳାସ ଚନ୍ଦ୍ର ରଥ ଧନ୍ୟବାଦ ଦେଇଥିଲେ।

ସହିଦନଗର ବରିଷ୍ଠ ନାଗରିକ ସଂଘ: ବରିଷ୍ଠ ନାଗରିକ ସଂଘ, ଆଖଣ୍ଡଳମଣି ମନ୍ଦିର, ସହିଦନଗର କର୍ମକର୍ତ୍ତାଙ୍କ ମିଳିତ ଆନୁକୂଲ୍ୟରେ ଆଖଣ୍ଡଳମଣି ମନ୍ଦିର ପରିସରରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ସଂଘର ସଭାପତି ଆଦିତ୍ୟ ମହାନ୍ତି ଓ ବିଜୟ ମିଶ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ନଳିନୀ ପଟ୍ଟନାୟକ, ଗୋପବନ୍ଧୁ ମିଶ୍ର, ବସନ୍ତ ଦାଶ, ଶ୍ରୀଧର ବେହେରା, ରାଜକିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ପାଦକ ନିଶାକର ରାଉତ ସଭା ସଂଚାଳନ କରିଥିଲେ।

ଅଲ୍‌ ନିଉଜ ପେପର ସପ୍ଲାର୍ୟସ୍‌ ସୋସିଆଲ୍‌ ୱେଲଫେୟାର ଆସୋସିଏସନ୍‌: ଅଲ୍‌ ନିଉଜ ପେପର୍‌ ସପ୍ଲାର୍ୟସ ସୋସିଆଲ୍‌ ୱେଲଫେୟାର ଆସୋସିଏସନ୍‌ ପକ୍ଷରୁ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଉତ୍ସବରେ ସମ୍ପାଦକ ଅଭୟ ଯୋଗାଣିଆ, ନିମାଇଁ ଚରଣ ତ୍ରିପାଠୀ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋବର୍ଦ୍ଧନ ପାଳ, ସରୋଜ ସାହୁ, କୃଷ୍ଣଚନ୍ଦ୍ର ବେହେରା, ପ୍ରଭାକର ରାଉତ, ପ୍ରହଲ୍ଲାଦ ଜେନା, ପି. ସତ୍ୟନାରାୟଣ, ସୁବାସ ଚନ୍ଦ୍ର ପଣ୍ଡା, ପ୍ରସନ୍ନ ସାହୁ, ନୀଳମଣି ସାହୁ, ନିମାଇଁ ବିହାରୀ, ଜୟନ୍ତ ସାହୁ, ଅଭିରାମ ବିଶ୍ବାଳ, ମଙ୍ଗୁଳି ବେହେରା, ସୁଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଭିଏସ୍‌ଏସ୍ ନଗର: ଭିଏସ୍‌ଏସ୍ ନଗରସ୍ଥିତ ଏଇ କଲୋନି ପାର୍କରେ ଆୟୋଜିତ ସ୍ବାଧୀନତା ଦିବସରେ ଉନ୍ନୟନ ପରିଷଦର ସାଧାରଣ ସମ୍ପାଦକ ଦିଲ୍ଲୀପ ଦାଶଶର୍ମା ଓ ୧୧ ନମ୍ବର ୱାର୍ଡର କରର୍ପୋରେଟର ପ୍ରଭାସିନୀ ମହାନ୍ତି ପତାକା ଉତ୍ତୋଳନ କରିଥିଲେ। କଲୋନିର ବରିଷ୍ଠ ସଦସ୍ୟ ତ୍ରିଲୋଚନ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଯୁଗ୍ମ ସମ୍ପାଦକ ରାମଚନ୍ଦ୍ର ସାମଲ, ଉମାବଲ୍ଲଭ ମିଶ୍ର, ଉତ୍କଳ ପାଣିଗ୍ରାହୀ, ନଳିନୀ କର, ପୁରଞ୍ଜନ ପାଢ଼ୀ, ମଞ୍ଜୁବାଳା ହାତୀ, ଇସା ମହାନ୍ତି, ସୁନିତା ସରକାର, ରାମାନୁଜ ଷଡ଼ଙ୍ଗୀ, ମନୋରମା ପାତ୍ର ଏବଂ କଲୋନିବାସିନ୍ଦା ଉପସ୍ଥିତ ଥିଲେ।

କଳିଙ୍ଗନଗର କେ-୮: କଳିଙ୍ଗନଗର କେ-୮ ଆବାସିକ ଉନ୍ନୟନ ପରିଷଦ ପକ୍ଷରୁ କଲୋନିବାସୀଙ୍କୁ ଜାତୀୟ ପତାକା ବଣ୍ଟନ କରାଯାଇଥିଲା। ଉନ୍ନୟନ ପରଷଦର ସଭାପତି ସରୋଜ ମହାନ୍ତି, ସଂପାଦିକା ମମତା ଲେଙ୍କା ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏଥିସହ କଲୋନିବାସୀ ଏକପ୍ରାଣ ହୋଇ କଲୋନିର ବିକାଶ ପାଇଁ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ଏଥିସହ କଲୋନିର ୧୧ଜଣ ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା।

ନାଲ୍‌କୋ: ନାଲକୋର ମୁଖ୍ୟ କାର୍ଯ୍ୟାଳୟଠାରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସ୍ବାଧୀନତା ସଂଗ୍ରାମୀ ତଥା ସୀମା ସୁରକ୍ଷାରେ ଅବସ୍ଥାପିତ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ କଳାକାରମାନେ ଦେଶପ୍ରେମଭରା ସଂଗୀତ ପରିବେଷଣ କରିଥିଲେ। ଦିବ୍ୟାଙ୍ଗ କଳାକାରମାନଙ୍କୁ ସିଏମଡି ଶ୍ରୀ ପାତ୍ର ଏବଂ ନାଲକୋ ମହିଳା ସମିତିର ଅଧ୍ୟକ୍ଷା ସସ୍ମିତା ପାତ୍ର ସମ୍ବର୍ଦ୍ଧିତ କରିଥିଲେ।

କେନ୍ଦ୍ର ପରିବହନ ମନ୍ତ୍ରାଳୟ ପକ୍ଷରୁ ସ୍ବାଧୀନତା ଦିବସ: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଦେଶବ୍ୟାପୀ ୭୫ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଥିବା ବେଳେ ଭୁବନେଶ୍ବରରେ ମଧ୍ୟ ବଡ଼ ଧୁମ୍‌ଧାମ୍‌ରେ ପାଳିତ ହୋଇଛି। ଏହି ଅବସରରେ ଏଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପରିବହନ ଆସୋସିଏସନ୍‌ର ସଂପାଦକ ଅମରୀଶ ଜେନା ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସ୍ବାଧୀନତା ସଂଗ୍ରାମରେ ଓଡ଼ିଶା ଓ ଓଡ଼ିଆଙ୍କ ଭୂମିକା ଉପରେ ସେ ଆଲୋକପାତ କରିଥିଲେ। ଏହି ଅବସରରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା।

ବିଶ୍ବଜିତ୍‌ ଫାଉଣ୍ଡେସନ: ବିଶ୍ବଜିତ୍‌ ଗୋସ୍ବାମୀ ଫାଉଣ୍ତେସନ ପକ୍ଷରୁ ତମାଣ୍ଡୋ ସ୍ଥିତ ଦୃଷ୍ଟିବାଧିତ ଅନୁଷ୍ଠାନ ସାଇ ଚାରିଟେବୁଲ ଟ୍ରଷ୍ଟ ପରିସରରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ବିଶ୍ବଜିତ୍‌ ଗୋସ୍ବାମୀ ପତାକା ଉତ୍ତୋଳନ କରିଥିଲେ। ଟ୍ରଷ୍ଟର ଦିବାକର ବିଶ୍ବାଳ ଓ ସୁରମା ପ୍ରମୁଖ ଅନୁଷ୍ଠାନ କାର୍ଯ୍ୟପନ୍ଥା ବିଷୟରେ ଆଲୋକପାତ କରିଥିଲେ। ସମାଜସେବୀ ମନୋରଞ୍ଜନ ମହାନ୍ତି ପରିଚାଳନା କରିଥିଲେ।

ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ସ୍ବାଧୀନତା ଦିବସ

ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍‌ରେ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି। ସ୍କୁଲର ସିନିୟର ପ୍ରିନ୍ସପାଲ୍ ନୀଳକଣ୍ଠ ପାଣିଗ୍ରାହୀ ପତାକା ଉତ୍ତୋଳନ କରି ସ୍ୱାଧୀନତା ସଂଗ୍ରାମରେ ସହିଦ୍ ହୋଇଥିବା ମହାପୁରୁଷଙ୍କ ସ୍ମୃତିଚାରଣ କରିବା ସହ ସୁନାର ଭାରତ ଗଢ଼ିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ। ସ୍କୁଲର ଏନ୍‌ସିସି, ସ୍କାଉଟ୍ ଏବଂ ଗାଇଡ଼୍ ଛାତ୍ରଛାତ୍ରୀ ପରେଡ୍‌ରେ ଭାଗ ନେଇଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜିତ ଆଜାଦି କା ଅମୃତ ମହୋତ୍ସବ ଉପରେ ଦେଶାତ୍ମବୋଧ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା। ସ୍କୁଲର କ୍ରୀଡ଼ା ଶିକ୍ଷକ ସେକ୍ ସମିମ୍ ଓ ସଞ୍ଜୟ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ପଟିଆ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର

ପଟିଆ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ସ୍ବାଧୀନତା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାକେଶ କୁମାର ପାଣିଙ୍କ ନେତୃତ୍ବରେ ପତାକା ଉତ୍ତୋଳନ କରାଯାଇଥିଲା। ଡା. ହରୀଶ ଚୌଧରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁରଲୀଧର ସୁବୁଦ୍ଧି, ପ୍ରତାପ ଚନ୍ଦ୍ର ମହାନ୍ତି ଓ ସୌଦାମିନୀ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଉତ୍ସବକୁ ଅନୁଷ୍ଠାନର ବରିଷ୍ଠ ଆଚାର୍ଯ୍ୟ ସନ୍ତୋଷ କୁମାର ତ୍ରିପାଠୀ ପରିଚାଳନା କରିଥିଲେ। ଶେଷରେ ଆଚାର୍ଯ୍ୟ ଦିଲ୍ଲୀପ କୁମାର ‌ବେହେରା ଧନ୍ୟବାଦ ଦେଇଥିଲେ।

ସମ୍ବାଦ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରୁଛନ୍ତି ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ।

 

ସମ୍ବନ୍ଧିତ ଖବର