ଭୁବନେଶ୍ବର : ହକି ବିଶ୍ୱକପ୍ ଖେଳ ସୂଚୀରେ ପରିବର୍ତ୍ତନ ହୋଇଛି । ସଂଧ୍ୟା ୫ଟା ପରିବେର୍ତ୍ତ  ୭ଟାରେ ହେବ ଭାରତ-ନେଦରଲ୍ୟାଣ୍ଡ କ୍ୱାର୍ଟର ଫାଇନାଲ। ଓଡ଼ିଶା ପୁରୁଷ ହକି ବିଶ୍ୱକପରେ ଭାରତ ଗୁରୁବାର ଖେଳିବ ସାମ୍ପ୍ରତିକ ଇତିହାସର ସବୁଠୁ ବଡ଼ ମ୍ୟାଚ୍। ସେମିଫାଇନାଲ୍ ଆଶାରେ ଥିବା ଭାରତୀୟ ଦଳ ଆଗରେ ଏବେ ୩ ଥର ବିଜେତା ନେଦରଲାଣ୍ଡ୍ ବଡ଼ ପ୍ରତିବଂଧକ। ଗତ ଥରର ଉପ ବିଜେତା ନେଦରଲାଣ୍ଡକୁ ହରାଇବା ସହଜ ନ ଥିଲେ ବି କଳିଙ୍ଗ ପ୍ରଶଂସକ ଏବଂ ଆଟାକିଂ ହକିକୁ ଆଧାର କରି ଭାରତ ଇତିହାସ ରଚିବା ଲକ୍ଷ୍ୟରେ ରହିଛି। ଗୁରୁବାର ଅପରାହ୍ନ ୪.୪୫ ମିନିଟ ପରିବର୍ତେ ଏହି ମ୍ୟାଚ୍ ରାତି ୭ଟାରେ ଖେଳାଯିବ ବୋଲି ଏଫଆଇଏଚର ସଂଶୋଧିତ ଖେଳସୂଚୀରୁ ଜଣାପଡ଼ିଛି।

Advertisment

publive-image

ଅପରାହ୍ନ ୪.୪୫ ମିନିଟରେ ତୃତୀୟ କ୍ୱାର୍ଟର ଫାଇନାଲରେ ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ବେଲଜିୟମ୍ ଭେଟିବ ୨ ଥର ବିଜେତା ଜର୍ମାନିକୁ। ଇତିହାସକୁ ପଛରେ ପକାଇ ନୂଆ ଫର୍ଦ ଯୋଡ଼ିବା ଲକ୍ଷ୍ୟରେ ରହିଛି ହରେନ୍ଦ୍ର ସିଂହଙ୍କ ଭାରତୀୟ ଦଳ। ଭାରତୀୟ ଦଳ ଏବେ ଶାରୀରିକ ଓ ମାନସିକ ଭାବେ ପ୍ରସ୍ତୁତ ବୋଲି ମଧ୍ୟ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ହରେନ୍ଦ୍ର। ଭାରତ ଲିଗ୍ ପର୍ଯ୍ୟାୟରେ ୩ରୁ ଦୁଇଟି ବିଜୟ ଏବଂ ଗୋଟିଏ ଅମୀମାଂସିତ ରଖି ସିଧାସଳଖ କ୍ୱାର୍ଟର ଫାଇନାଲ୍ ପହଞ୍ଚିଥିଲା। ନେଦରଲାଣ୍ଡ୍ ପୁଲ୍ ‘ଡି’ରେ ୨ ବିଜୟ, ୧ ପରାଜୟ ସହିତ ଦ୍ୱିତୀୟ ସ୍ଥାନରେ ରହି କ୍ରସ୍ ଓଭର ଖେଳି ଆସିଛି। ମଙ୍ଗଳବାର କ୍ରସ୍ ଓଭରରେ ବେଲଜିୟମ୍ ୫-୦ରେ ପାକିସ୍ତାନକୁ ଏବଂ ନେଦରଲାଣ୍ଡ୍ ସମାନ ଗୋଲ୍ ବ୍ୟବଧାନ ୫-୦ରେ କାନାଡ଼ାକୁ ହରାଇଥିଲା।