ନୂଆଦିଲ୍ଲୀ : ଭାରତ-ନେପାଳ-ବାଂଲାଦେଶ ମଧ୍ୟରେ ତ୍ରିପାକ୍ଷିକ ଶକ୍ତି ବାଣିଜ୍ୟ ରାଜିନାମା ଚିଠା ଚୂଡ଼ାନ୍ତ ହୋଇଛି। ଭାରତ ଏହାର ପଡ଼ୋଶୀ ରାଷ୍ଟ୍ର ସହିତ ଶକ୍ତି କ୍ଷେତ୍ରରେ ଅଧିକ ସଂଯୋଗ ପାଇଁ ଉଦ୍ୟମ କରୁଥିବାବେଳେ ଉକ୍ତ ଚିଠା ଚୂଡ଼ାନ୍ତକୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ଆଗାମୀ ଦିନରେ ଏ ନେଇ ରାଜିନାମା ସ୍ବାକ୍ଷର ହେବ। ଭାରତର ଗ୍ରିଡ ଜରିଆରେ ଶକ୍ତି ପରିବହନ ପାଇଁ ନେପାଳ ଏବଂ ବାଂଲାଦେଶର ବହୁଦିନର ଦାବି ଏହାଦ୍ବାରା ପୂରଣ ହେବ। ଚଳିତମାସ ପ୍ରଥମାର୍ଦ୍ଧରେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କୁମାର ଦହଲ ନୂଆଦିଲ୍ଲୀ ଗସ୍ତରେ ଆସିଥିଲେ। ସେହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ନେପାଳରୁ ବାଂଲାଦେଶକୁ କିଭଳି ରପ୍ତାନି ହେବ ସେ ନେଇ କଥା ହୋଇଥିଲା। ଆରମ୍ଭରୁ ୫୦ ମେଗାୱାଟ ବିଦ୍ୟୁତ ରପ୍ତାନି ହେବ ବୋଲି ଦହଲ କହିଥିଲେ।
ଭାରତ-ନେପାଳ-ବାଂଲାଦେଶ ତ୍ରିପାକ୍ଷିକ ଶକ୍ତି ବାଣିଜ୍ୟ ରାଜିନାମା ଚିଠା ଚୂଡ଼ାନ୍ତ
/sambad/media/post_attachments/wp-content/uploads/2023/06/eee-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)