ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୪,୦୫୯ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୫୧୧ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ ସଂକ୍ରମଣ ମାମଲା ୯୧,୩୯,୮୬୬ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୧୩୩, ୭୩୮ରେ ପହଞ୍ଚିଛି।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରେକର୍ଡ ଅନୁସାରେ, ସମ୍ପ୍ରତି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪୪୩, ୪୮୬। ଏହା ହେଉଛି ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟାର ୪.୮୫% ମାତ୍ର।
ଏହାଛଡ଼ା, ୨୪ ଘଣ୍ଟା ମଧ୍ୟରେ ୪୧,୦୨୪ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏବେ ସୁଦ୍ଧା ଦେଶରେ ସମୁଦାୟ ସୁସ୍ଥତାସଂଖ୍ୟା ୮, ୫୨୧, ୬୧୭ରେ ପହଞ୍ଚିଛି।
Image Courtesy of Hindustan Timesଦିଲ୍ଲୀ, ରାଜସ୍ଥାନ, ଗୁଜରାଟ, ଉତ୍ତରପ୍ରଦେଶ, ପଞ୍ଜାବ, ହିମାଚଳ ପ୍ରଦେଶ ସମେତ ଅଳ୍ପ କେତେକ ରାଜ୍ୟରେ ପୁନର୍ବାର କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଇଥିବା କାରଣରୁ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନ୍ଫରେନ୍ସିଙ୍ଗ୍ କରିବେ।
ସଂକ୍ରମଣ ବୃଦ୍ଧି କାରଣରୁ କେତେକ ସହରରେ ରାତ୍ରକାଳୀନ କର୍ଫ୍ୟୁ, ସ୍ୱଳ୍ପକାଳୀନ ଲକ୍ଡାଉନ୍ ଘୋଷିତ ହୋଇଛି।
ଉତ୍ତରପ୍ରଦେଶ, ପଞ୍ଜାବ, ହିମାଚଳ ପ୍ରଦେଶ ଆଦି ରାଜ୍ୟକୁ ଉଚ୍ଚସ୍ତରୀୟ ଟିମ୍ ପଠାଇବାକୁ କେନ୍ଦ୍ର ସରକାର ସ୍ଥିର କରିଛନ୍ତି। ପୂର୍ବରୁ ମଧ୍ୟ ସେହିଭଳି ଟିମ୍ ହରିୟାଣା, ରାଜସ୍ଥାନ, ଗୁଜରାଟ, ମଣିପୁର ଏବଂ ଛତିଶଗଡ଼କୁ ପଠାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/cvi-4.jpg)