ନୂଆଦିଲ୍ଲୀ: ଜୁଲାଇ ୧୬ରେ ବିଶ୍ବର କେତେକ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସାମାଜିକ ନେଟ୍‌ୱାର୍କିଙ୍ଗ୍ ୱେବ୍‌ସାଇଟ୍ ଟ୍ବିଟର୍ ଆକାଉଣ୍ଟ୍ ହ୍ୟାକ୍ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା। ହ୍ୟାକ୍‌ ହୋଇଥିବା ଆକାଉଣ୍ଟ୍‌ଗୁଡ଼ିକରେ ‘କ୍ରିପ୍ଟୋକରେନ୍ସି’ ବା ‘ଡିଜିଟାଲ୍’ (ବିଟ୍‌କଏନ୍) ମୁଦ୍ରା ପଠାଇବାକୁ ଫଲୋୟର୍ସମାନଙ୍କୁ ଉତ୍ସାହିତ କରି ବାର୍ତ୍ତା ଦିଆଯାଇଥିଲା। ଆଜି ଏହି ଘଟଣାରେ ଭାରତ ସରକାର ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରକୁ ଏକ ନୋଟିସ୍ ପଠାଇଛନ୍ତି ଏବଂ ଗତ ସପ୍ତାହରେ ଘଟିଥିବା ବିଶ୍ୱବ୍ୟାପୀ ହ୍ୟାକ୍ ଦ୍ୱାରା ପ୍ରଭାବିତ ହୋଇଥିବା ଭାରତୀୟ ଆକାଉଣ୍ଟଗୁଡିକର ବିବରଣୀ ମାଗିଛନ୍ତି ବୋଲି ସୂତ୍ରରୁ ପ୍ରକାଶ।

Advertisment

ଗତ ଶୁକ୍ରବାର ରାତିରେ ଟ୍ୱିଟରକୁ ଭାରତ ସରକାରଙ୍କ ପକ୍ଷରୁ  ପତ୍ର ପଠାଯାଇଛି ଯେଉଁଥିରେ ଗତ ସପ୍ତାହରେ ହୋଇଥିବା ବିଶ୍ୱବ୍ୟାପୀ ହ୍ୟାକ ସମୟରେ କେତେ ଭାରତୀୟ ଆକାଉଣ୍ଟ  ପ୍ରଭାବିତ ହୋଇଛି ସେ ନେଇ ତଥ୍ୟ ମଗାଯାଇଛି । ଭାରତ ସରକାର ଏହା ମଧ୍ୟ ଜାଣିବାକୁ ଚାହିଁଛନ୍ତି ଯେ ପ୍ରଭାବିତ ହୋଇଥିବା ଭାରତୀୟମାନଙ୍କୁ ଏହି ହ୍ୟାକ୍ ବିଷୟରେ ସୂଚନା ଦିଆଯାଇଛି କି ନାହିଁ।

India sends notice to Twitter, asks if accounts of Indian users ... The News Minute

ଭାରତର ସାଇବର ସିକ୍ୟୁରିଟି ନୋଡାଲ ଏଜେନ୍ସି ସିଇଆରଟି-ଇନ ଦ୍ୱାରା ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମକୁ ନୋଟିସ୍ ପଠାଯାଇଥିବା ବେଳେ ପ୍ରଭାବିତ ହୋଇଥିବା ଭାରତୀୟ ଆକାଉଣ୍ଟର କେଉଁ ସବୁ ତଥ୍ୟ ଚୋରି ହୋଇଛି ଏବଂ ଏହା ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଉପରେ କେତେ ପ୍ରଭାବ ପକାଇଛି ସେ ନେଇ ଟୁଇଟରକୁ ଉତ୍ତର ମଗାଯାଇଛି | ତେବେ ଏ ପର୍ଯ୍ୟନ୍ତ ଟୁଇଟର ପକ୍ଷରୁ କୌଣସି ଉତ୍ତର ରଖାଯାଇନାହିଁ |

ସୂଚନା ମୁତାବକ, ଜୁଲାଇ ୧୬ରେ ବାରାକ୍ ଓବାମା, ଜୋ ବାଇଡେନ୍, ଜେଫ୍ ବେଜୋସ୍, ୱାରେନ୍ ବୁଫେ, ବିଲ୍ ଗେଟ୍‌ସ୍, ମାଇକ୍ ବ୍ଲୁମ୍‌ବର୍ଗ, ଏଲୋନ୍ ମସ୍କ୍‌, କେନି ୱେଷ୍ଟଙ୍କ ଭଳି ବିଶ୍ବର  ପ୍ରମୁଖ ବ୍ୟକ୍ତିମାନଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଥିଲା | ଆକାଉଣ୍ଟ୍‌ ହ୍ୟାକ୍ ହେବା ପରେ ଏଥିରେ ଫେକ୍ ଟୁଇଟ୍ ଆସିଥିଲା- ବିଟ୍‌କଏନ୍ ଠିକଣାକୁ ପଠାଯାଉଥିବା ପ୍ରତି ୧୦୦୦ ଡଲାର୍ ପାଇଁ ୨୦୦୦ ଡଲାର୍ ଦିଆଯିବ। ଅର୍ଥାତ୍ ଯେତେ ବିଟ୍‌କଏନ୍ ଦାଖଲ କରିବେ, ତା’ର ଦୁଇଗୁଣା ପାଇବେ।