ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଖୁବ୍ ଶୀଘ୍ର ଗଠନ ହେବ କେନ୍ଦ୍ରୀୟ ସାମୁଦ୍ରିକ ପୁଲିସ ବାହିନୀ
ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଏକ କେନ୍ଦ୍ରୀୟ ପୁଲିସ ଫୋର୍ସ ଗଠନ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏହି ନୂତନ ଫୋର୍ସର ନାମକରଣ ସେଣ୍ଟ୍ରାଲ୍ ମେରାଇନ୍ ପୂୁଲିସ୍ ଫୋର୍ସ ବା କେନ୍ଦ୍ରୀୟ ସାମୁଦ୍ରିକ ସୁରକ୍ଷା ବଳ ରଖାଯିବ ଲାଗି ସ୍ଥିର ହୋଇଛି । ଦେଶର ୭୫୧୬ କିଲୋମିଟର ଦୀର୍ଘ ଉପକୂଳର ସୁରକ୍ଷା ଲାଗି ଏହି ଫୋର୍ସ ଗଠନ କରିବାକୁ ଗୃହ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ପ୍ରକ୍ରିୟା ଶେଷ କରାଯାଇଛି । ବର୍ତ୍ତମାନ ଏହାର ଅନୁମୋଦନ ଲାଗି କ୍ୟାବିନେଟକୁ ପଠାଯିବ ।
Sambad is now on WhatsApp
Join and get latest news updates delivered to you via WhatsApp
ଗୃହ ମନ୍ତ୍ରାଳୟର ଜନୈକ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ମନ୍ତ୍ରାଳୟ ଅଧିନରେ ଥିବା ଅନ୍ୟ କେନ୍ଦ୍ରୀୟ ଫୋର୍ସଗୁଡିକ ଭଳି ସେଣ୍ଟ୍ରାଲ ମେରାଇନ୍ ପୁଲିସ ଫୋର୍ସର ସ୍ୱତନ୍ତ୍ର କ୍ୟାଡର, ଆଇନ,ମାନୁଆଲ ଏବଂ ଭିତ୍ତିଭୂମି ରହିବ । ଏହି ସୁରକ୍ଷା ବଳକୁ ଡାଇରେକ୍ଟର ଜେନେରାଲ୍ ବା ମହାନିର୍ଦ୍ଦେଶକସ୍ତରର ଜଣେ ବରିଷ୍ଠ ପୁଲିସ ଅଧିକାରୀ ନେତୃତ୍ୱ ନେବେ ।
ଉଲ୍ଲେଖଯୋଗ୍ୟ କି, ୨୦୧୬ ମସିହାରେ ଉପକୂଳ ସୁରକ୍ଷା ଲାଗି ଏପରି ଏକ ସ୍ୱତନ୍ତ୍ର ଫୋର୍ସ ଗଠନ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରି ନଥିଲା । ବର୍ତ୍ତମାନ ପାକିସ୍ତାନୀ ଆତଙ୍କବାଦୀ ସଂଗଠନଗୁଡିକ ସମୁଦ୍ର ପଥରେ ଭାରତ ମଧ୍ୟକୁ ପ୍ରବେଶ କରି ଆତ୍ମଘାତୀ ଆକ୍ରମଣ ଯୋଜନା କରୁଥିବାର ଯୁଦ୍ଧକାଳୀନ ଭିତ୍ତିରେ ଏହି ଫୋର୍ସ ଗଠନ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।