ଜମ୍ମୁ/ ଇସ୍ଲାମାବାଦ: ପାକିସ୍ତାନର ଇସ୍ଲାମାବାଦ୍ ଠାରେ ଅବସ୍ଥାପିତ ଭାରତୀୟ ହାଇ କମିଶନଙ୍କ ପକ୍ଷରୁ ଗତ ଶନିବାର ଦିନ ଆୟୋଜିତ ଇଫ୍ତାର ପାର୍ଟିକୁ ନିମନ୍ତ୍ରିତ ହୋଇ ଆସିଥିବା ପାକିସ୍ତାନୀ ଅତିଥିମାନଙ୍କୁ ପାକ୍ ଅଧିକାରୀମାନେ ଅଯଥା ହଇରାଣ ହରକତ୍ କରି ନିର୍ଯାତନା ଦେବା ଘଟଣାକୁ କେନ୍ଦ୍ରକରି ଉଭୟ ଦେଶ ମଧ୍ୟରେ କୂଟନୈତିକ ସଂପର୍କ ପୁଣି ଥରେ ତିକ୍ତ ହୋଇ ପଡ଼ିଛି।
/sambad/media/post_attachments/wp-content/uploads/2019/06/indian-commission2-300x169.jpg)
ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ପୂର୍ବରୁ ଚାଲି ଆସିଥିବା ପ୍ରଥା ଓ ପରମ୍ପରାକୁ ଅନୁସରଣ କରି ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ହାଇ କମିଶନର ଅଜୟ ବିସାରିଆ ଗତ ଶନିବାର ଦିନ ଇସ୍ଲାମାବାଦ୍ ସ୍ଥିତ ବିଳାସପୂର୍ଣ୍ଣ ପଞ୍ଚତାରକା ହୋଟେଲ ସେରେନାରେ ଏକ ଇଫ୍ତାର ପାର୍ଟିର ଆୟୋଜନ କରିଥିଲେ। ଭାରତୀୟ ହାଇ କମିଶନରଙ୍କ ପକ୍ଷରୁ ସେରେନାରେ ଆୟୋଜିତ ଏହି ଇଫ୍ତାର ପାର୍ଟିକୁ ପାକିସ୍ତାନ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ଅତିଥି ସ୍ୱରୂପ ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ କରା ଯାଇଥିଲା।
/sambad/media/post_attachments/wp-content/uploads/2019/06/indian-commission1-300x225.jpg)
ତେବେ, ଭାରତୀୟ ହାଇ କମିଶନରଙ୍କ ନିମନ୍ତ୍ରଣକୁ ରକ୍ଷା କରି ସେରେନାରେ ଆୟୋଜିତ ଏହି ଇଫ୍ତାର ପାର୍ଟିକୁ ଆସିଥିବା ପାକିସ୍ତାନୀ ଅତିଥିମାନଙ୍କୁ ପାକିସ୍ତାନୀ ଅଧିକାରୀମାନେ ସୁରକ୍ଷା ଯାଞ୍ଚ ନାମରେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ କରାଇଥିଲେ। ବହୁ ନିମନ୍ତ୍ରିତ ଅତିଥିଙ୍କୁ ହୋଟେଲ ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ନଦେଇ ବାହାରୁ ବାହାରୁ ମଧ୍ୟ ବିଦା କରି ଦେଇଥିଲେ। ପାକ୍ ଅଧିକାରୀମାନଙ୍କ ଏପ୍ରକାର ଆଚରଣର ଶିକାର ହୋଇଥିବା ପାକିସ୍ତାନର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଏହାକୁ ପାକ୍ ଅଧିକାରୀମାନଙ୍କ ଦ୍ୱାରା ‘ଅଦ୍ଭୂତପୂର୍ବ ନିର୍ଯାତନା’ ବୋଲି ସୁଦ୍ଧା କହିବାକୁ କୁଣ୍ଠିତ ହୋଇ ନାହାନ୍ତି।
Stupid tit for tat diplomacy. It was stupid when we did it outside the Pakistani High Commission in New Delhi & it’s stupid when it’s done outside our’s in Islamabad. Now that it’s 1-1 perhaps it’s time to move on & stop this nonsense. https://t.co/DFFGXoTJkO
— Omar Abdullah (@OmarAbdullah) June 2, 2019
BREAKING: Indian govt sources tell @WIONews, New Delhi to raise the matter with Islamabad on the harassment of guests at iftar organised by the Indian mission on Saturday https://t.co/BDpCvMNbuB
— Sidhant Sibal (@sidhant) June 2, 2019
ତେବେ, ଭାରତ ସରକାର ଏଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣ କରିଥିବା ବେଳେ ଜମ୍ମୁ- କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦ୍ୁଲ୍ଲା ଏହି ଘଟଣା ଓ ପାକ୍ ଅଧିକାରୀମାନଙ୍କର ଏପ୍ରକାର ଆଚରଣର ତୀବ୍ର ନିନ୍ଦା କରିଛନ୍ତି।