ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌ ବିମାନ ବନ୍ଦରରେ ୧୮ ଜଣ ଯାତ୍ରୀଙ୍କ ଛାଡ଼ି ଇଣ୍ଡିଗୋ ବିମାନ ଉଡ଼ି ଯାଇଥିବା ଘଯଣା ସାମ୍ନାକୁ ଆସିଛି। ଫଳରେ ଡେରାଡୁନରୁ ବାରାଣସୀ ଯାଉଥିବା ଯାତ୍ରୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ଡେରାଡୁନରୁ ଲକ୍ଷ୍ନୌରେ ପହଞ୍ଚିବା ପରେ ଯାତ୍ରୀମାନଙ୍କୁ ବିମାନ ସଂଯୋଗ କରି ବାରାଣସୀ ଯିବାକୁ ପଡିଥିଲା।

Advertisment

ଡେରାଡୁନରୁ ଲକ୍ଷ୍ନୌକୁ ଯାତ୍ରୀ ପରିବହନ କରୁଥିବା ବିମାନ ଦେଢ଼ଘଣ୍ଟା ବିଳମ୍ବରେ ପହଞ୍ଚିଥିଲା। କିନ୍ତୁ ଲକ୍ଷ୍ନୌରୁ ବାରାଣସୀକୁ ସଂଯୋଗକାରୀ ବିମାନ ଠିକ୍ ସମୟରେ ପଠାଯାଇଥିଲା। ଯାତ୍ରୀମାନେ ଲକ୍ଷ୍ନୌରେ ଅବତରଣ କରିବା ପରେ ଏହା ଜଣାପଡିଥିଲା। ଯାହା ପରେ ବିମାନବନ୍ଦରରେ ଉତ୍ତେଜନା ସୃଷ୍ଟି ହୋଇଥିଲା।।

ପୂର୍ବରୁ ଗତ ବର୍ଷ ଅଗଷ୍ଟ ୫ରେ ଲକ୍ଷ୍ନୌର ଚୌଧୁରୀ ଚରଣ ସିଂ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏଭଳି ମାମଲା ସାମ୍ନାକୁ ଆସିଥିଲା। ଏହାକୁ ନେଇ ଯାତ୍ରୀମାନେ ହଙ୍ଗାମା ସୃଷ୍ଟି କରିଥିଲେ। ଯାତ୍ରୀମାନେ ଜାଣିବାକୁ ପାଇଥିଲେ ଯେ ବିମାନଟି ସେମାନଙ୍କୁ ଛାଡି ଉଡାଣ କରିଛି। ମୁମ୍ବାଇରୁ ଅହମଦାବାଦ ଯାଉଥିବା ଯାତ୍ରୀମାନଙ୍କ ପାଇଁ ବୋର୍ଡିଂ କାଉଣ୍ଟରରେ ମାନୁଆଲ ଚେକ୍ ଇନ୍ ଲଗେଜ୍ କାମ ଯୋଗୁଁ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଇଣ୍ଡିଗୋ ବିମାନରେ ହଠାତ୍ ବିଶୃଙ୍ଖଳା ଯୋଗୁ ଏହା ଘଟିଥିଲା ​।

ବିଳମ୍ବ ଯୋଗୁ ଦୁଇଟି ବିମାନ ଛାଡିବାକୁ ପଡିଥିଲା। ବିମାନରେ ଯିବାକୁ ଥିବା ଯାତ୍ରୀମାନେ ବିମାନବନ୍ଦରରେ ରହିଥିଲେ। ପରେ ଏହି ଯାତ୍ରୀମାନଙ୍କୁ କୁହାଯାଇଥିଲା ଯେ ଏକ ସଫ୍ଟୱେର୍ ତ୍ରୁଟି ଯୋଗୁଁ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଯେଉଁମାନଙ୍କର ଲଗେଜ୍ କମ୍ ଥିଲା ସେମାନେ ସେମାନଙ୍କର ଉଡ଼ାଣରୁ ବଞ୍ଚିତ ହୋଇ ନ ଥିଲେ। କିନ୍ତୁ ଯେଉଁମାନଙ୍କର ଅଧିକ ଲଗେଜ୍ ଥିଲା ସେମାନଙ୍କୁ ଯାଞ୍ଚ ଯୋଗୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡିଥିଲା।

ଏହାପୂର୍ବରୁ ଏ ମାମଲାରେ ଗୋରଖପୁରରୁ ଦିଲ୍ଲୀ ଯାଉଥିବା ବିମାନ ଲକ୍ଷ୍ନୌକୁ ଉଡ଼ାଣ କରିଥିଲା। ଏୟାରଲାଇନ୍ସ ଲୋକଙ୍କୁ ଟିକେଟ୍ ଟଙ୍କା ଫେରସ୍ତ କରିବାକୁ କହିଥିଲେ। ଚଳିତ ବର୍ଷ ଏପ୍ରିଲ ମାସରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଯାତ୍ରୀମାନେ ସେମାନଙ୍କୁ ଅନ୍ୟ ଏକ ବିମାନ ଯୋଗେ ଦିଲ୍ଲୀ ପଠାଇବାକୁ ଦାବି କରିଥିଲେ। ବହୁ ମନାଇବା ପରେ ସେମାନେ ରାଜି ହୋଇଥିଲେ। ବିମାନଟି ଗୋରଖପୁରରୁ ଅବତରଣ କରିବା ପରେ ଯାନ୍ତ୍ରିକ ତ୍ରୁଟି ଥିଲା। ଏହା ପରେ ଲକ୍ଷ୍ନୌରେ ଅବତରଣ କରିବାକୁ ଏଟିସି ନିର୍ଦ୍ଦେଶ ଦେଇଥିଲା।