ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତି ନେଇ ବିସ୍ତୃତ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ। କିଛି ଦିନ ମଧ୍ୟରେ ହଠାତ୍ ରାଜ୍ୟରେ ସଂକ୍ରମଣ ବଢ଼ିଥିବା ବେଳେ ରାଜ୍ୟକୁ ଆସିଥିବା ନୂଆ ଷ୍ଟ୍ରେନ ପାଇଁ ଏଭଳି ହେଉଥିବା କହିଛନ୍ତି ଡାକ୍ତର ବିଜୟ ପାଣିଗ୍ରାହୀ।
ତାଙ୍କ କହିବା ମୁତାବକ, ବର୍ତ୍ତମାନ ଯେଉଁ ନୂଆ ଷ୍ଟ୍ରେନ ଆସିଛି, ତାହା ଅଧିକ ସଂକ୍ରାମକ। ନୂଆପଡ଼ା ଯେହେତୁ ଛତିଶଗଡ଼ ସୀମାରେ ଅଛି, ସେଠି ସଂକ୍ରମଣ ବଢୁଛି। ନୂଆପଡ଼ା ପ୍ରଶାସନ ଏହି ନୂଆ ଷ୍ଟ୍ରେନ ନେଇ ସମୀକ୍ଷା କରୁଛନ୍ତି। ନୂଆପଡା ଜିଲ୍ଲାରେ କେତେ ଲୋକ ଟିକା ନେଲାପରେ ସଂକ୍ରମିତ ହେଉଛନ୍ତି, ସେ ନେଇ ଏକ ସର୍ଭେ କରାଯାଉଛି।
Orange County's Newsroom - Orange County Governmentଏହା ସହ ଟିକାକରଣ ଉପରେ ସୂଚନା ଦେଇ ସେ କହିଛନ୍ତି ଯେ, ଗତକାଲି ୨ଲକ୍ଷ ୫୨ହଜାର ଟିକାକରଣ କରାଯାଇଛି। ଯେତିକି ଟିକା ଗଚ୍ଛିତ ଅଛି, ତାହା ଆଉ ୪ଦିନ ଯିବ। ତେଣୁ କେନ୍ଦ୍ରକୁ ଅଧିକ ଟିକା ଦେବା ପାଇଁ ଚିଠି ଲେଖାଯାଇଛି। ଆଗାମୀ ୧୫ଦିନ ପାଇଁ ଟିକାକରଣ ହୋଇପାରିବା ଭଳି ଟିକା ଦେବା ପାଇଁ କେନ୍ଦ୍ରକୁ ଚିଠିରେ କୁହାଯାଇଛି । ସମୁଦାୟ ୨୮,୬୬,୨୫୫ ଜଣଙ୍କୁ ଟିକା ଦିଆଯାଇଥିବା ବେଳେ ଏବେ ପର୍ଯ୍ୟନ୍ତ ଲକଡାଉନ ସ୍ଥିତି ଆସି ନାହିଁ। ସଂକ୍ରମଣ ବଢ଼ିଲେ କୌଣସି ମୁହୂର୍ତ୍ତରେ ଆବଶ୍ୟକ ଥିବାରୁ ସବୁ ଜିଲ୍ଲାରେ କୋଭିଡ ହସ୍ପିଟାଲକୁ ପ୍ରସ୍ତୁତ କରି ରଖିବାକୁ ଜିଲ୍ଲା ପ୍ରଶାସନକୁ ଚିଠି ଲେଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/ସ-11.jpg)