ପୁରୀ: ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ପୁରୀରେ ସ୍ଥାନାନ୍ତରଣ କାମ ଶେଷ ହୋଇଛି। ଏସଆରସି ପ୍ରଦୀପ କୁମାର ଜେନାଙ୍କ ସୂଚନା ଅନୁଯାୟୀ, ଏଯାବତ୍ ପୁରୀରେ ୬୮୮ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏଣେ ୧୪ ଜଣ ଗର୍ଭବତୀଙ୍କୁ ଡାକ୍ତରଖାନାକୁ ନିଆଯାଇଛି।
#CycloneJawad@Puri_Official reports latest status.@SecyChief@SRC_Odisha@osdmaodishapic.twitter.com/myzz1Qs5r0
— Pradeep Jena IAS (@PradeepJenaIAS) December 4, 2021
ଏବେ ପୁରୀରେ ପବନର ବେଗ ୨୦ କଲୋମିଟର ଘଣ୍ଟା ପ୍ରତି ରହିଛି। ସମସ୍ତ ନାବିକଙ୍କୁ ସୁରକ୍ଷିତ ଭାବେ ସମୁଦ୍ରରୁ ଅଣାଯାଇଛି। ପୁରୀ ଜିଲ୍ଲାର ଛଅଟି ବ୍ଲକରେ ଗତକାଲି ମଧ୍ୟରାତ୍ରୀରୁ ବର୍ଷା ଜାରି ରହିଛି। ଚିଲିକା ଓ କୃଷ୍ଣ ପ୍ରସାଦ ଘାଟରେ ଡଙ୍ଗା ଚଳଚଳକୁ ବାରଣ କରାଯାଇଛି। ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି କୋଣାର୍କ ଉତ୍ସବକୁ ବାତିଲ କରାଯାଇଛି। ପୁରୀ ଜିଲ୍ଲାରେ ମେଘୁଆ ଓ କୋହଲା ପାଗ ରହିଛି। ଗତକାଲି ରାତିରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅରଖକୁଦା ହରଚଣ୍ଡୀ ସାହିରେ ବସିଲା ସମୁଦ୍ରର ଜୁଆର ପାଣିଦେଖିବାକୁ ମିଳିଛି।
ଏଣେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପବନର ବେଗ ବଢିବା ଆରମ୍ଭ କରିଛି। ଏହାର ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ଏବେ ବର୍ଷା ଆରମ୍ଭ ହୋଇଥିବା ବେଳେ, ଯେଉଁ ଯେଉଁ ଜିଲ୍ଲାରେ ପ୍ରବଳ ବର୍ଷା ହେବ ସେ ନେଇ ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ବାତ୍ୟା ସମୟରେ ପବନର ବେଗ ୮୦ରୁ ୯୦ କିଲୋମିଟର ପ୍ରତି ଘଣ୍ଟା ରହିବ । ପବନ ଝଟକା ଏହି ସମୟରେ ଘଣ୍ଟାପ୍ରତି ୧୦୦ କିଲୋମିଟର ରହିବ । ବାତ୍ୟା ପ୍ରଭାବରେ ଖୋର୍ଦ୍ଧା, ନୟାଗଡ଼, କଟକ, କେନ୍ଦ୍ରାପଡ଼ାରେ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତା’ ସହିତ ଗଜପତି, ଗଞ୍ଜାମ, ରାୟଗଡା, କୋରାପୁଟ, ଜଗତସିଂହପୁରରେ ମଧ୍ୟ ବର୍ଷା ହେବା ନେଇ ପୂୂର୍ବାନୁମାନ କରାଯାଇଛି । ବାତ୍ୟା କାରଣରୁ ଏବେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି । ରାଜ୍ୟର ସମସ୍ତ ବନ୍ଦରକୁ ମଧ୍ୟ ବିପଦ ସଙ୍କେତ ଜାରି କରାଯାଇଛି ।