କୋଲକାତା: କୋଲକାତା ନାଇଟ ରାଇଡର୍ସକୁ ସନ୍ରାଇଜର୍ସ ହାଇଦ୍ରାବାଦ୍୧୭୫ ରନ୍ ଟାର୍ଗେଟ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ୍ ୧୧ତମ ସଂସ୍କରଣର କ୍ୱାଲିଫାୟର-୨ ମ୍ୟାଚରେ ହାଇଦ୍ରାବାଦ ୨୦ ଓଭରରେ ୭ ଓ୍ଵିକେଟ୍ ହରାଇ ୧୭୪ ରନ୍ ସଂଗ୍ରହ କରିବା ପରେ କୋଲକାତାକୁ ଏହି ଟାର୍ଗେଟ ମିଳିଛି।
ଟସ୍ ଜିଣି କୋଲକାତା ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ସନରାଇଜର୍ସ ହାଇଦ୍ରାବାଦ୍ ବେଟିଂ କରିଥିଲା। ଓପନର ଋଦ୍ଧିମାନ ଶାହା ୩୫ ରନ୍, ଶିଖର ଧାଓ୍ଵନ ୩୪ ରନ୍, ଅଧିନାୟକ କେନ ଓ୍ଵିଲିୟିମସନ ୩ ରନ୍, ସାକିବୁଲ ହାସନ ୨୮ ରନ୍, ଦୀପକ ହୁଡ଼ା ୧୯ ରନ୍, ରସିଦ ଖାଁ ଅପରାଜିତ ୩୪ ରନ୍ ଯୋଡ଼ିଥିଲେ।
ହାଇଦ୍ରାବାଦ ଆରମ୍ଭରୁ ଭଲ ବେଟିଂ କରିଥିଲା। ୫୬ ରନ୍ରେ ପ୍ରଥମ ହାଇଦ୍ରାବାଦ ଶିଖର ଧାଓ୍ଵନଙ୍କୁ ହରାଇଥିଲା। ୬୦ ରନ୍ରେ ୨ୟ ଓ୍ଵିକେଟ, ୮୪ ରନ୍ରେ ଋଦ୍ଧିମାନ ଶାହା, ୧୧୩ ରନରେ ୪ର୍ଥ ଓ୍ଵିକେଟ୍, ୧୨୪ ରନ୍ରେ ୫ମ ଓ୍ଵିକେଟ୍, ୧୩୪ ରନ୍ରେ ୬ଷ୍ଠ ଓ୍ଵିକେଟ ଓ ୧୩୮ ରନ୍ରେ ୭ମ ଓ୍ଵିକେଟର ପତନ ଘଟିଥିଲା। କୋଲକାତା ନାଇଟ ରାଇଡର୍ସର କୁଳଦୀପ ଯାଦବ ୨ଟି ଓ୍ଵିକେଟ୍ ନେଇଥିବା ବେଳେ ଶିଭମ ମାଭି, ସୁନିଲ ନାରିନ ଓ ପୀୟୁଷ ଚାଓ୍ଵଲା ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/555_1527256136_618x347.jpeg)