ମୁମ୍ବାଇ:ବଲିଉଡର ଲୋକପ୍ରିୟ ନାୟିକା ୟାମୀ ଗୌତମ୍ ପ୍ରଥମ ଥର ପାଇଁ ଶାହିଦ୍ କପୁରଙ୍କ ସହ ଏକ ଫିଲ୍ମ କରୁଛନ୍ତି। ଏହି ସିନେମାର ଟାଇଟଲ ରଖାଯାଇଛି ‘ ବତ୍ତି ଗୁଲ ମିଟର୍ ଚାଲୁ ’ । ଏଥିରେ ଶାହିଦ୍ କପୁରଙ୍କ ବିପକ୍ଷରେ ବି ନଜର ଆସିବେ ଶ୍ରଦ୍ଧା କପୁର । ଏଥିରେ ୟାମୀ ଗୌତମ୍ ବି ନଜର ଆସିବେ । ଶ୍ରଦ୍ଧା କପୁର ପୁଣି ଥରେ ଶାହିଦ୍ କପୁରଙ୍କ ସହ ଏହି ସିନେମାରେ ରୋମାନସ୍ କରିବେ ବୋଲି ଜଣାଯାଇଛି। ହଁ ଶ୍ରଦ୍ଧା କପୁର ‘ବତ୍ତି ଗୁଲ୍ ମିଟର ଚାଲୁ’ ସିନେମାରେ ପୁଣି ଥରେ ଶାହିଦ୍ କପୁରଙ୍କ ସାଥ୍ ପାଇଥିବା କୁହାଯାଉଛି। ତେବେ ୟାମୀଙ୍କୁ ନେଇ କିଛି ଅସୁବିଧା ରହିଥିଲା ବୋଲି ଚର୍ଚ୍ଚା ହେଉଥିଲା। କୁହାଯାଉଥିଲା ଯେ ଟି ସିରିଜ୍ ଏହି ସିନେମାରେ ୟାମୀ ଗୌତମ୍ଙ୍କୁ ନ ନେବାଲାଗି ଚାପ ପକାଇଥିଲେ। କାରଣ ଏହି ବ୍ୟାନରର ପୂର୍ବ ସିନେମା ‘ସନମରେ’ର ସୁଟିଂ ବେଳେ ଟି ସିରିଜ ପ୍ରଯୋଜିତ ଏହାର ନିର୍ଦ୍ଦେଶକ ଦିବ୍ୟା କୁମାରଙ୍କ ସହ ମତଭେଦ ଉପୁଜିଥିଲା ,ଯେଉଁଥିପାଇଁ ‘ସନମ ରେ’ ସୁପରହିଟ ହେବାପରେ ବି ୟାମୀଙ୍କୁ ଉକ୍ତ ସଂସ୍ଥା ଅନ୍ୟ କୌଣସି ସିନେମାରେ ନେଇ ନଥିଲେ। ଦିବ୍ୟା କୁମାର ‘ଅବ୍ ତୁହ୍ମାରେ ହଓ୍ଵାଲେ ବତନ୍ ସାଥୀଓଁ ’ରେ ନାୟିକା ବନିଥିଲେ।
ଏକଥାକୁ ନିଜେ ପ୍ରଯୋଜିକା ପ୍ରେରଣା ଅରୋଡା ବି ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ‘ବତ୍ତି ଗୁଲ୍ ମିଟର ଚାଲୁ’ ସିନେମାରେ ନାୟିକା ଭୂମିକାଲାଗି ୟାମୀ ଗୌତମ୍ଙ୍କୁ ନିଆ ଯାଇଛି। ଯାହା ସମସ୍ୟା ଥିଲା ତାର ସମାଧାନ ହୋଇଯାଇଛି।
ଏଠାରେ ସୂଚନାଯୋଗ୍ୟ ଯେ ପ୍ରଥମେ କାଟ୍ରିନା କୈଫଙ୍କୁ ଅଫର୍ ଦିଆଯାଇଥିଲା ହେଲେ ସେ ଶାହରୁଖ୍ ଖାନଙ୍କ ସହ ଆନନ୍ଦ ଏଲ ରାୟଙ୍କ ନିର୍ଦ୍ଦେଶିତ ‘ଜିରୋ’ରେ କାମ କରୁଥିବାରୁ ତାଙ୍କ ହାତରେ ସମୟ ନଥିବା କହି ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତାପରେ ଶ୍ରଦ୍ଧା କପୁରଙ୍କୁ ସେହି ରୋଲ୍ ଅଫର କରାଗଲା ଏବଂ ସେ ରାଜି ହେଲେ। ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବରୁ ଦର୍ଶକ ଶାହିଦ-ଶ୍ରଦ୍ଧାଙ୍କ ଯୋଡିକୁ ଫିଲ୍ମ ‘ହାଇଦର୍’ରେ ଦେଖିବାକୁ ପାଇଛନ୍ତି।
/sambad/media/post_attachments/wp-content/uploads/2018/02/shahid-kapoor-shraddha-kapoor-india.com_-300x178.jpg)
ଶାହିଦ୍ କପୁର ‘ବତ୍ତି ଗୁଲ୍ ମିଟର ଚାଲୁ’ରେ ଜଣେ ସାଧାରଣ ଓକିଲ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ଏଥିପାଇଁ ‘ବତ୍ତି ଗୁଲ୍ ମିଟର ଚାଲୁ’ର ସ୍କ୍ରିପ୍ଟ ପଢ଼ୁଛନ୍ତି ଶାହିଦ୍ କପୁର। ‘ ଟଏଲେଟ୍ -ଏକ ପ୍ରେମ୍ କଥା’ ପରେ ନିର୍ଦ୍ଦେଶକ ଶ୍ରୀ ନାରାୟଣ ସିଂହ ‘ବତ୍ତି ଗୁଲ୍ ମିଟର ଚାଲୁ’ ସିନେମା ନିର୍ମାଣ କରୁଛନ୍ତି, ଯାହା ମଧ୍ୟ ତାଙ୍କ ପୂର୍ବ ସିନେମା ଭଳି ସାମାଜିକ ସମସ୍ୟା ସମ୍ବଳିତ । ଏଥିରେ ବିଦ୍ୟୁତ ସମସ୍ୟା କଥା ପ୍ରଦର୍ଶିତ ହେବ।