ଭୁବନେଶ୍ବର: ଓଡ଼ିଆ କଥା ସାହିତ୍ୟର ଟ୍ରେଣ୍ଡ୍ସେଟର୍ ଜଗଦୀଶ ମହାନ୍ତିଙ୍କ ସ୍ମୃତିରେ ଗଠିତ ‘ଜଗଦୀଶ ମହାନ୍ତି ଟ୍ରଷ୍ଟ୍’ ପକ୍ଷରୁ ଜଗଦୀଶ ଜୟନ୍ତୀ ଆସନ୍ତା ୧୭ ତାରିଖରେ ହୋଟେଲ୍ କେଶରୀରେ ଅନୁଷ୍ଠିତ ହେବ। ଏହି ଅବସରରେ ପ୍ରବୀଣ କଥାକାର ପରେଶ ପଟ୍ଟନାୟକଙ୍କୁ ‘ଜଗଦୀଶ କଥା ସମ୍ମାନ’ ପ୍ରଦାନ କରାଯିବ। ଏଥିସହ ଯୁବ ଗାଳ୍ପିକଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟ ନେଇ ଦିଆଯାଉଥିବା ‘ଜଗଦୀଶ ଯୁବ ସମ୍ମାନ’ ଚଳିତ ବର୍ଷ ପାଇବେ ଗାଳ୍ପିକ ବିରଜା ରାଉତରାୟ। ୨୦୧୪ରୁ ଏହି ସମ୍ମାନ ପ୍ରଦାନ କରାଯାଇ ଆସୁଛି। ଜଗଦୀଶ ଜୟନ୍ତୀ ଅବସରରେ ତାଙ୍କ ରଚନା ସମ୍ପର୍କିତ ସନ୍ଦର୍ଭ ପାଠ, ଆଲୋଚନା, ଗଳ୍ପପାଠ କରାଯିବ। ଏହି ଉତ୍ସବରେ ଜଗଦୀଶ ଗଳ୍ପପ୍ରେମୀ ଓ ସାହିତ୍ୟାନୁରାଗୀ ଯୋଗଦେବାକୁ ଟ୍ରଷ୍ଟ୍ର ଅଧ୍ୟକ୍ଷା ଡ.ସରୋଜିନୀ ସାହୁ ଏବଂ ସମ୍ପାଦକ ସରୋଜ ବଳ ଅନୁରୋଧ କରିଛନ୍ତି।
ପରେଶ ପଟ୍ଟନାୟକଙ୍କୁ ଜଗଦୀଶ କଥା ସମ୍ମାନ, ବିରଜାଙ୍କୁ ଜଗଦୀଶ ଯୁବ ସମ୍ମାନ
/sambad/media/post_attachments/wp-content/uploads/2019/02/Untitled-10-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)