ପୁରୀ: ସୁୁପ୍ରିମକୋର୍ଟ ଗଲା ଶ୍ରୀଜଗନ୍ନାଥ ମନ୍ଦିରର ଜମି ବିକ୍ରି ମାମଲା। ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରିକୁ ବିରୋଧ କରି ସୁପ୍ରିମକୋର୍ଟରେ ଅପିଲ କରାଯାଇଛି। ତୁରନ୍ତ ବିକ୍ରି ବନ୍ଦ କରିବାକୁ ସର୍ବୋଚ୍ଚ ଅଦାଲତରେ ଅପିଲ କରିଛି ଜନ ସ୍ବାଭିମାନ ୱେଲଫେୟାର ସୋସାଇଟି। ଜନସ୍ବାର୍ଥ ମାମଲା ଦାୟର କରି ତୁରନ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ବନ୍ଦ କରିବା ନେଇ ନିର୍ଦ୍ଦେଶ ଦେବାକୁ ଆବେଦନ କରିଛି ସୋସାଇଟି । ଏହା ସହ ଶ୍ରୀମନ୍ଦିର ପରିଚାଳନା କମିଟିକୁ ଭାଙ୍ଗି ଅଦାଲତଙ୍କ ତତ୍ତ୍ବାବଧାନରେ ଏକ କମିଟି ଗଠନ କରିବା ପାଇଁ ଅପିଲ କରାଯାଇଛି।

Advertisment

ଏହି ଆବେଦନରେ ଏକ  ଅନ୍ତରୀଣ ନ୍ୟାୟିକ କମିଟି ଗଢ଼ି ଶ୍ରୀମନ୍ଦିର ପରିଚାଳନା ଭାର ଉକ୍ତ କମିଟିକୁ ଦେବାକୁ ସୁପ୍ରିମକୋର୍ଟରେ ଅପିଲ କରିଛନ୍ତି ଜନ ସ୍ବାଭିମାନ ୱେଲଫେୟାର ସୋସାଇଟି। ଏ ସଂପର୍କିତ ସମସ୍ତ ମାମଲାର ତଦନ୍ତ ପାଇଁ ଏକ ଜୁଡ଼ିସିଆଲ କମିସନ ଗଠନ ନେଇ ଦାବି କରିଛି ସୋସାଇଟି।

Jagannath Temple, Puri - Wikipedia Wikipedia

କିଛି ଦିନ ତଳେ ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର କହିଥିଲେ ଯେ, ଶ୍ରୀଜଗନ୍ନାଥଙ୍କ ୩୫ହଜାର ଏକର ଜମି ବିକ୍ରି ହେବା ଖବର ଉଦ୍ଦେଶ୍ୟମୂଳକ ଭାବେ ପ୍ରଚାର କରାଯାଉଛି। ଏହି ତଥ୍ୟ ସମ୍ପୂର୍ଣ୍ଣ ଭୁଲ । ବହୁ ଦିନରୁ ବିଭିନ୍ନ ବ୍ୟକ୍ତିଙ୍କ ଦଖଲରେ ଥିବା ଏହି ଜମିଗୁଡ଼ିକ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏବଂ ଏବେ “ୟୁନିଫାଏଡ୍ ପଲିସି” ବା ସମାନ ନୀତି ଅନୁଯାୟୀ ମନ୍ଦିର କମିଟି ଦ୍ବାରା ଜବରଦଖଲ ହୋଇଥିବା ସେହି ଜମିଗୁଡ଼ିକର ବନ୍ଦୋବସ୍ତ କରାଯାଉଛି।  ୨୦୦୧ରୁ ୨୦୧୦ପର୍ଯ୍ୟନ୍ତ ୨୯୧ଏକର ଜମିର ବନ୍ଦୋବସ୍ତ କରାଯାଇଥିଲା ଏବଂ ୨୦୧୧ରୁ ୨୦୨୧ପର୍ଯ୍ୟନ୍ତ ୯୬ଏକର ଜମିର ବନ୍ଦୋବସ୍ତ ହୋଇଛି। ବିଦ୍ୟାଳୟ, ମେଡିକାଲ କଲେଜ, ସଡ଼କ ଇତ୍ୟାଦି ନିର୍ମାଣ କରି ଜନସାଧାରଣଙ୍କୁ ସୁବିଧା ଯୋଗାଇଦେବା ପାଇଁ ଏଗୁଡିକ ବନ୍ଦୋବସ୍ତ  କରାଯାଇଛି। ସରକାରୀ ତଥା ଅନ୍ୟାନ୍ୟ ଜନସାଧାରଣଙ୍କୁ ଏହିପରି ଭିତ୍ତିଭୂମି ପ୍ରକଳ୍ପ ପାଇଁ ଜମି ଆବଣ୍ଟନ ସମ୍ବନ୍ଧୀୟ ନିଷ୍ପତ୍ତି ଜଗନ୍ନାଥ ମନ୍ଦିର କମିଟି ଦ୍ବାରା ନିଆଯାଇଛି। ତେଣୁ ମହାପ୍ରଭୁ ଜଗନ୍ନାଥଙ୍କ ୩୫ ହଜାର ୨୭୨ ଏକର ଜମି ବିକ୍ରି କରାଯିବା ଖବର ସମ୍ପୂର୍ଣ୍ଣ ମିଥ୍ୟା ଆଟେ।  ଆମେ ଓଡ଼ିଶାବାସୀ ଏବଂ ମହାପ୍ରଭୁଙ୍କ ଭକ୍ତଙ୍କୁ ଏହି ଖବର ଉପରେ ବିଶ୍ବାସ ନକରିବାକୁ ଅନୁରୋଧ କରୁଛୁ।