ଏହି କାରଣ ପାଇଁ ଜେଲକୁ ବିଳାସପୂର୍ଣ୍ଣ ହୋଟେଲରେ ପରିଣତ କରୁଛି ନେଦରଲାଣ୍ଡ

ନୂଆଦିଲ୍ଲୀ: କିଏ କିଏ ଜେଲକୁ ନର୍କ କହିଥାନ୍ତି ତ ଆଉ କିଏ କାଳ କୋଠରୀର ଆଖ୍ୟା ଦେଇଥାନ୍ତି । ଅପରାଧୀଙ୍କୁ ଦଣ୍ଡ ସ୍ୱରୂପ ଜେଲରେ ବନ୍ଦୀ କରି ରଖାଯାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଦେଶର ଜେଲ ବିଷୟରେ କହିବୁ, ଯାହା ଏବେ ହୋଟେଲରେ ପରିଣତ ହେବାରେ ଲାଗିଛି  ।

ଭାରତ ଏବଂ ଆମେରିକା ସମେତ ଅନ୍ୟ କିଛି ଦେଶର ଜେଲ ଗୁଡିକରେ କ୍ଷମତାଠାରୁ ଅଧିକ କଏଦୀ ବନ୍ଦୀ ହୋଇରହିଛନ୍ତି । କିନ୍ତୁ ନେଦରଲାଣ୍ଡ ଏମିତି ଏକ ଦେଶ ବନିବାକୁ ଯାଉଛି, ଯେଉଁଠି ପ୍ରାୟତଃ ସବୁ ଜେଲ୍ ବନ୍ଦ ହେବାକୁ ଯାଉଛି । ଆସନ୍ତୁ ଜାଣିବା କ’ଣ ରହିଛି ଏହା ପଛର କାରଣ ।

Het Arresthuis: Historic Jail Transformed into a Luxurious Modern Hotel in  the Netherlands
Inhabitat

ନେଦରଲାଣ୍ଡରେ ଜେଲ ବନ୍ଦ ହେବାର କାରଣ ହେଉଛି ଅପରାଧ ହାର କମ୍ । ଏହା ସହ ଯଦି କୌଣସି ଅପରାଧୀ ଜେଲ୍ ଯାଏ, ତେବେ ତାଙ୍କୁ ଯଥାଶୀଘ୍ର ଜେଲରୁ ବାହାର କରାଯାଇ ସମାଜର ମୁଖ୍ୟସ୍ରୋତରେ ଯୋଡ଼ିବାର ଅଭିଯାନ ଆରମ୍ଭ ହୋଇଯାଏ । ଆଉ ଏହି କାରଣରୁ ନେଦରଲାଣ୍ଡରେ ପାଖାପାଖି ସବୁ ଜେଲ୍ ବନ୍ଦ ହୋଇସାରିଲାଣି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏଠାରେ ପ୍ରତି ୧ ଲକ୍ଷ ଜନବସତିରେ ମାତ୍ର ୬୧ ଜଣ ଲୋକ ହିଁ ଅପରାଧ କରିଥାନ୍ତି । ଆଉ ଏହି ଅପରାଧୀଙ୍କ ଉପରେ କୌଣସି ଗମ୍ଭୀର ଅଭିଯୋଗ ମଧ୍ୟ ନଥାଏ ।

ନେଦରଲାଣ୍ଡରେ ବର୍ତ୍ତମାନ ଜନସଂଖ୍ୟା ପାଖାପାଖି ୧.୭୩ କୋଟି । ତେବେ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଆକଳନ କରାଯାଉଛି ଯେ, ୨୦୨୩ ସୁଦ୍ଧା ସମଗ୍ର ଦେଶରେ ପାଖାପାଖି ୯,୮୧୦ଜଣ ଅପରାଧୀ ରହିପାରନ୍ତି । ସବୁଠାରୁ ବଡ଼ କଥା ହେଉଛି, ଅନେକ ଜେଲ୍ ଗୁଡିକ ବନ୍ଦ ହୋଇଯାଇଥିବା ବେଳେ, ଏବେ ଜେଲ୍ ଗୁଡିକୁ ବିଳାସପୂର୍ଣ୍ଣ ହୋଟେଲରେ ପରିଣତ କରାଯାଉଛି ।

ସମ୍ବନ୍ଧିତ ଖବର