ଯାଜପୁର: ନାମ ଅସଲି, କିନ୍ତୁ ପ୍ୟାକେଟ୍ ଭିତରେ ରହିଛି ନକଲି ଜିନିଷ । ଯାଜପୁର ଜିଲ୍ଲାର ଛତିଆ ଅଞ୍ଚଳରୁ ଏପରି ଏକ ନକଲି ଜର୍ଦ୍ଦା କାରଖାନା ଠାବ କରାଯିବା ସହ ସେଠାରୁ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ ହୋଇଛି। ଏହି ଘଟଣା ଏବେ ଯାଜପୁର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ମାମଲାରେ ପୁଲିସ୍ ଜଣେ ଅଭିଯୁକ୍ତକୁ ଅଟକ ରଖିଥିବା ଜଣାଯାଇଛି। ବଇରୀ ଥାନା ପାଖରୁ ମାତ୍ର ୨୦୦ ମିଟରେ ଦୂରରେ ଥିବା ଛଅଜଣଙ୍କ ଘରୁ ଏହିସବୁ ନକଲି ଜର୍ଦ୍ଦା ଜବତ ହୋଇଛି। ଏଣୁ ବଇରୀ ଥାନାର କର୍ମଚାରୀଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଛି।

Advertisment

publive-image

ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ଛତିଆ  ବିଦ୍ୟାଧରପୁର ଗାଁରେ କଟକ କ୍ରାଇମବ୍ରାଞ୍ଚର ଏସଟିଏଫ୍ ଟିମ୍ ଓ ବଇରୀ ପୁଲିସ ମିଳିତ ଭାବେ ଚଢାଉ କରି ବହୁ ପରିମାଣର ନକଲି ଜର୍ଦ୍ଦା, ଏଥିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଓ ଛୋଟବଡ଼ ମେସିନକୁ ଜବତ କରିଛି । ଦୁଇ ବର୍ଷତଳେ ଛତିଆ ଅଞ୍ଚଳରୁ ମଧ୍ୟ ବିପୁଳ ପରିମାଣର ନକଲି ଗୋପାଳ ଜର୍ଦ୍ଦା ଯାଜପୁର ପୁଲିସ ଦ୍ୱାରା ଜବତ ହୋଇଥିଲା । ଆଜି ଜବତ ହୋଇଥିବା ନକଲି ଜର୍ଦ୍ଦାର ବଜାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।  କୋଲକାତାରୁ ନକଲି ଗୋପାଳ ଜର୍ଦ୍ଦା ପ୍ରସ୍ତୁତ ସାମଗ୍ରୀ ଆଣିଥାନ୍ତି। ଏହା ଏହି ଅଞ୍ଚଳରେ କୁଟୀର ଶିଳ୍ପରେ ପରିଣତ ହୋଇଥିବା କୁହାଯାଉଛି।  ଏନେଇ ପୁଲିସ୍ ପକ୍ଷରୁ ଅଧିକ ତଦନ୍ତ ଚାଲିଥିବାର ସୂଚନା ମିଳିଛି।