ଅଭିଯୋଗ ଫେରାଇ ନେଲେ ରମେଶ ଜାର୍କିହୋଲିଙ୍କ ସେକ୍ସ ସିଡି ସାମ୍ନାକୁ ଆଣି ଏତଲା ଦେଇଥିବା ସାମାଜିକ କାର୍ଯ୍ୟକର୍ତ୍ତା

ବେଙ୍ଗାଲୁୁରୁ: ମାର୍ଚ୍ଚ ୨ରେ କର୍ଣ୍ଣାଟକ ସରକାରର ମନ୍ତ୍ରୀ ରମେଶ ଜାର୍କିହୋଲିଙ୍କ ସେକ୍ସ ସିିଡି ଗଣମାଧ୍ୟମକୁ ଦେବା ସହ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ ସାମାଜିକ କାର୍ଯ୍ୟକର୍ତ୍ତା ଦିନେଶ କାଲାହଲ୍ଲୀ। ତାଙ୍କ ଅଭିଯୋଗ ପରେ ନିଜ ପଦରୁ ଇସ୍ତଫା ଦେଇଥିଲେ ରମେଶ ଜାର୍କିହୋଲି। ହେ‌ଲେ ଏବେ ତଦନ୍ତ ଆରମ୍ଭ ହେବା ପୂର୍ବରୁ ନିଜ ଅଭିଯୋଗ ଫେରାଇ ନେଇଛନ୍ତି ଦିନେଶ ।

ଦେଇଥିବା ଏତଲାକୁ ଆନୁଷ୍ଠାନିକ ଭାବେ ପ୍ରତ୍ୟାହାର କରିବାକୁ ସାମାଜିକ କାର୍ଯ୍ୟକର୍ତ୍ତା ତାଙ୍କ ଓକିଲଙ୍କ ମାଧ୍ୟମରେ କ୍ୟୁବନ୍ ପାର୍କ ପୁଲିସ ଷ୍ଟେସନକୁ ଏକ ଚିଠି ପଠାଇଥିଲେ। ତାଙ୍କ ଓକିଲ କୁମାର ପାଟିଲ କହିଛନ୍ତି ଯେ, ସେ ଷ୍ଟେସନ ହାଉସ ଅଫିସରକୁ ଭେଟିଛନ୍ତି ଏବଂ ଅଭିଯୋଗ ପ୍ରତ୍ୟାହାର କରିବାକୁ ଅନୁରୋଧ କରି ଦିନେଶ କାଲାହଲ୍ଲୀଙ୍କ ଏକ ଚିଠି ଦେଇଛନ୍ତି। ଦିନେଶଙ୍କ ଉଦ୍ଦେଶ୍ୟ ଥିଲା ପୀଡ଼ିତାକୁ ନ୍ୟାୟ ଦେବା, କିନ୍ତୁ ସୋସିଆଲ ମିଡିଆରେ ତାଙ୍କ ଭାବମୂର୍ତ୍ତିକୁ ନଷ୍ଟ କରାଯାଉଛି। ଏହା ଯେପରି ଆଗକୁ ନହୁଏ ସେଥିପାଇଁ ସେ ଏତଲା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି।

मंत्री रमेश जारकीहोली ने दिया इस्तीफा (फाइल फोटो)
aajtak

ଏହାର କିଛି ଦିନ ପୂର୍ବରୁ ଦିନେଶ ନିଜ ଜୀବନ ପ୍ରତି ବିପଦ ଥିବା କହି କ୍ୟୁବନ୍ ପାର୍କ ପୁଲିସ ଷ୍ଟେସନକୁ ଯିବାକୁ ମନା କରିଦେଇଥିଲେ। ଏବେ ତାଙ୍କର ଏତଲା ଫେରାଇନେବା ନିଷ୍ପତ୍ତି ପରେ କାହା ଚାପରେ ସେ ଏଭଳି କରିଛନ୍ତି, ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର