ମୁମ୍ବାଇ: ବଲିଉଡ଼୍ର ଅନ୍ୟତମ ଏଭରଗ୍ରୀନ୍ ହିରୋ ଥିଲେ ଜିତେନ୍ଦ୍ର। ସେଏବେ ତାଙ୍କର କଜିନଙ୍କୁ ଅସଦାଚରଣ କରିଥିବା ମାମଲା ଆଲୋଡନ ସୃଷ୍ଟି କରିଛି। ସେ ୧୯୪୩ ମସିହାରରେ ଅମୃତସର ସହରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପ୍ରକୃତ ନାମ ହେଲା ରବି କପୁର। ତାଙ୍କ ପିତାଙ୍କ ନାମ ଅମରନାଥ କପୁର ଓ ମାତାଙ୍କ ନାମ ଥିଲା କ୍ରିଷ୍ଣ୍ କପୁର। ତାଙ୍କ ପରିବାର ଇମିଟେସନ୍ ଗହଣା ବ୍ୟବସାୟ କରୁଥିଲେ। ରବି କପୁର ନିୟମିତଭାବେ ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ଭି-ଶାନ୍ତାରାମଙ୍କ ପାଖକୁ ଏହି ଗହଣା ନେଇ ଯାଉଥିଲେ।
/sambad/media/post_attachments/wp-content/uploads/2018/03/jitendra_1488039649-300x300.jpeg)
ଭି. ଶାନ୍ତାରାମଙ୍କୁ ଶୁଭ ଦୃଷ୍ଟିରେ ପଡ଼ିଲେ ରବି। ସେ ତାଙ୍କୁ ସିନେମାରେ ଅଭିନୟ କରିବା ପାଇଁ ପ୍ରସ୍ତାବ ଦେଲେ। ୧୯୫୯ ମସିହାରେ ମୁକ୍ତିଲାଭ କରିଥିବା ‘ନବରଙ୍ଗ’ରେ ଭି.ଶାନ୍ତାରାମ୍ ରବିଙ୍କ ନାଆଁ ବଦଳାଇ ଜିତେନ୍ଦ୍ର ରଖି ବ୍ରେକ୍ ଦେଇଥିଲେ। ଏହି ଫିଲ୍ମରେ ଜିତେନ୍ଦ୍ରଙ୍କୁ ବ୍ରେକ୍ ମିଳିଥିଲା। ଏହାପରେ ଜିତେନ୍ଦ୍ର ପୁଣି ଶାନ୍ତାରାମଙ୍କ ଫିଲ୍ମ ‘ମୋହରା’(୧୯୬୩)ଏବଂ ଗୀତ୍ଗାୟା ପଥ୍ରୋଁନେ(୧୯୬୪)ରେ ହୀରା ଭୂମିକାରେ ଅଭିନୟ କରିଥିଲେ। ତେବେ ୧୯୬୭ରେ ରିଲିଜ୍ ହୋଇଥିବା ରବିକାନ୍ତ ନାଗାଇଚ୍ଙ୍କ ‘ଫର୍ଜ’ଫିଲ୍ମରେ ଅଭିନୟ କରି ସେ ଷ୍ଟାର୍ ଷ୍ଟାଟସ୍ ପାଇଥିଲେ। ଏହାପରେ ଜିତେନ୍ଦ୍ର ଆଉ ପଛକୁ ଫେରି ଚାହିଁ ନ ଥିଲେ।