ଝାଡ଼ଖଣ୍ଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଘଟଣାସ୍ଥଳରେ ୭ଜଣ ଯାତ୍ରୀଙ୍କ ମୃତ୍ୟୁ

ରାଞ୍ଚି: ଝାଡଖଣ୍ଡରେ ବୁଧବାର ସକାଳେ ହୋଇଥିବା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୭ଜଣ ଲୋକ ପ୍ରାଣ ହରାଇଛନ୍ତି । ସାହିବଗଞ୍ଜରୁ ଦୁମକା ଯାଉଥିବା ଏକ ବସ ଲିଟ୍ଟିପଡା-ଅମଡାପାଡା ରାସ୍ତାର ପଡେରକୋଲାଠାରେ ଏକ ଗ୍ୟାସ ବୋଝେଇ ଟ୍ରକକୁ ଧକ୍କା ଦେବା ଫଳରେ ଏଭଳି ଘଟଣା ଘଟିଛି । ବସରେ ୪୦ ଜଣରୁ ଅଧିକ ଯାତ୍ରୀ ଥିବା କଥା କୁହାଯାଇଛି । ସେମାନଙ୍କ ମଧ୍ୟରୁ ୨୦ ଜଣ ଗୁରୁତର ହୋଇଥିବା ବେଳେ ୭ଜଣଙ୍କର ଜୀବନ ଯାଇଛି । ପାକୁଡ ଏସପି ଏଚପି ଜନାର୍ଦ୍ଦନ କହିଛନ୍ତି ଯେ, ୧୫ ଟି ଶବ ଜବତ ହୋଇଛି ଓ ବସ ଭିତରେ ଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଉଛି ।

ଦୁର୍ଘଟଣା ଏତେ ଭୟାବହ ଥିଲା କି ଦୁଇଟି ଗାଡିର ଆଗ ପଟ ସମ୍ପୂର୍ଣ୍ଣ ଭାବେ ଭ‌ାଙ୍ଗିଯାଇଥିଲା । କିଛି ଲୋକ ବସରୁ ଛିଟିକି ବାହାରେ ପଡିଥିବା ସହ ବସ ଭିତରେ ରହିଥିବା କିଛି ଲୋକ ଭିତରେ ଫସି ଯାଇଥିଲେ । ଏବେ ବସକୁ କଟାଯାଇ ସେମାନଙ୍କୁ ବାହାରକୁ ବାହାର କରାଯାଉଛି । କୁହାଯାଉଛି କି ବସର ଚାଳକ ଜୀବିତ ଅଛନ୍ତି । ଅନ୍ୟପଟେ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

झारखंड में ट्रक की टक्कर से बस में सवार 10 लोगों की मौत, बॉडी से काटकर  निकाले जा रहे शव | Jharkhand Pakur road accident Collision between truck  and bus bodies of
asianetnews

ଦୁର୍ଘଟଣାର ଯାଞ୍ଚ କରୁଥିବା ପୁଲିସ ଅଧିକାରୀ କହିଛନ୍ତି ଯେ, କୁହୁଡି କାରଣରୁ ଏଭଳି ଦୁର୍ଘଟଣା ହୋଇଛି । ଟ୍ରକ ଚାଳକ ସାମ୍ନାପଟୁ ଆସୁଥିବା ବସକୁ ଦେଖି ନପାରିବାରୁ ଟ୍ରକଟି ସିଧା ବସ ଉପରେ ମାଡି ଯାଇଥିଲା । ଯେଉଁ ସମୟରେ ଦୁର୍ଘଟଣା ହୋଇଥିଲା ସେହି ସମୟରେ ବସରେ ସମସ୍ତ ଯାତ୍ରୀ ପ୍ରାୟ ଶୋଇପଡିଥିଲେ । ଫଳରେ ସେମାନେ ତୁରନ୍ତ ବାହାରକୁ ବାହାରିବାର ସୁଯୋଗ ପାଇ ନଥିଲେ ।

ଦୁର୍ଘଟଣା ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ମୃତକଙ୍କ ପରିବାର ପ୍ରତି ସୋସିଆଲ ମିଡିଆ ମାଧ୍ୟରେ ସମବେଦନା ଜଣାଇଛନ୍ତି । ଏହାସହ ଆହତମାନଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର