ଧର୍ମେନ୍ଦ୍ର ପ୍ରଧାନ ହେବେ ରାଜ୍ୟ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ : ଜୁଏଲ୍ ଓରାମ୍

ଭୁବନେଶ୍ବର: କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଦେଇଛନ୍ତି ଏକ ବଡ଼ ବୟାନ । ଆଗମୀ ନିର୍ବାଚନରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଉପରେ ଚାଲିଥିବା ଚର୍ଚ୍ଚାର ପୂର୍ଣ୍ଣଛେଦ ପକାଇ ଶ୍ରୀ ଓରାମ୍  କହିଛନ୍ତି ଯେ, ରାଜ୍ୟରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ .ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀରେ ଅମିତ ଶାହଙ୍କ ଉପସ୍ଥିତିରେ ଅପରାଜିତା ଷଡ଼ଙ୍ଗୀ ଯୋଗଦେବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଜୁଏଲ । ଅପରାଜିତାଙ୍କୁ ରାଜ୍ୟ ବିଜେପିକୁ ସ୍ୱାଗତ କରିବା ସହ ଓଡ଼ିଶାରେ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଧର୍ମେନ୍ଦ୍ର ବୋଲି ଖୁଲାସା କରିଛନ୍ତି ଜୁଏଲ।

ଆଗାମୀ ନିର୍ବାଚନରେ ଓଡ଼ିଶାର ଶାସନ ମଙ୍ଗ କିଏ ଧରିବ ସେଥିପାଇଁ ଚାଲିଛି ଅଙ୍କ କଷା । କେଉଁ ରାଜନୈତିକ ଦଳ କାହାକୁ ରାଜ୍ୟ ମୁଖିଆ କରିବେ ସେ ନେଇ ବିଚାର ବିମର୍ଷ ଜାରି ରହିଛି । ବିଜେଡ଼ିର ଚିତ୍ର ସ୍ପଷ୍ଟ ଥିବାବେଳେ କଂଗ୍ରେସ ଓ ବିଜେପିର ରଣନୀତି କ’ଣ ରହିଛି ତାହା ଜଣାପଡ଼ି ନ ଥିଲା । ତେବେ ଏ ସମସ୍ତ କଳନାଜଳ୍ପନାରେ ପୂର୍ଣ୍ଣଛେଦ ଟାଣିଛନ୍ତି ଜୁଏଲ । ଜୁଏଲ କହିଛନ୍ତି ଯେ ଧର୍ମେନ୍ଦ୍ରଙ୍କୁ ଆମେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବୁ ବୋଲି ପୂର୍ବରୁ କହି ସାରିଛି । ଏଥି ସହ କହିଛନ୍ତି, ଯିଏ ବି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ ଓଡ଼ିଶାରେ ନବୀନ ସରକାର ଯିବା ଦରକାର ।

ସମ୍ବନ୍ଧିତ ଖବର