ତୈଳଦର ବୃଦ୍ଧି କରିବା ହେଲା କାଳ: ଭାଙ୍ଗିଗଲା ସରକାର, ଦେଶରେ ଜରୁରୀକାଳିନ ସ୍ଥିତି

ନୂଆଦିଲ୍ଲୀ: କଜାକିସ୍ତାନ ସରକାରଙ୍କ ପାଇଁ ମହଙ୍ଗା ପଡିଲା ତୈଳଦର ବୃଦ୍ଧି । ଦେଶରେ ସରକାର ତୈଳ ଦର ବୃଦ୍ଧି କରିବା ଫଳରେ ସାରା ଦେଶବାସୀ ଏହାକୁ ବିରୋଧ କରିଛନ୍ତି । ବିରୋଧରେ ଏତେ ଲୋକ ଯୋଗ ଦେଇଥିଲେ ଯେ, ପୁଲିସ ବାଧ୍ୟ ହୋଇ ସେମାନଙ୍କ ଉପରେ ଲାଠିଚାର୍ଜ କରିବା ସହ ଲୁହବୁହା ଗ୍ୟାସ ବି ପ୍ରୟୋଗ କରିଛି ।

ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ କଜାକିସ୍ତାନରେ ଏବେ ଜରୁରୀକାଳିନ ସ୍ଥିତି ଘୋଷଣା କରାଯାଇଛି । ପରିସ୍ଥିତି ଉପରେ ନିୟନ୍ତ୍ରଣ ପାଇବାକୁ ପୁଲିସ ଲୋକମାନଙ୍କୁ ଘରେ ରହିବାକୁ ଅନୁରୋଧ କରିଛି । ଅନ୍ୟପଟେ କଜାକିସ୍ତାନ ରାଷ୍ଟ୍ରପତି ଦେଶର ଆର୍ଥିକ ରାଜଧାନୀ ଅଲ୍ମାଟି ଓ ମାଙ୍ଗିଷ୍ଟକ ଅଞ୍ଚଳରେ ବ୍ୟାପକ ବିରୋଧ ପ୍ରଦର୍ଶନକୁ ନଜରରେ ରଖି ରାତି ୧୧ ରୁ ସକାଳ ୭ ଟା ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରିଛନ୍ତି ।

Kazakhstan: फ्यूल की कीमतों ने लगाई आग! गिर गई सरकार, आपातकाल लागू
zeenews

ଗଣମାଧ୍ୟମ ରିପୋର୍ଟ ମୁତାବକ ୧୦ ବର୍ଷ ପରେ କଜାକିସ୍ତାନର ଲୋକମାନେ ଏକ ବଡ ବିରୋଧ ପ୍ରଦର୍ଶନ କରିବାକୁ ଏକତ୍ରିତ ହୋଇଛନ୍ତି । ଏହି କ୍ରମରେ ସେନା ଓ ବିରୋଧ ପ୍ରଦର୍ଶନକାରୀଙ୍କ ମଧ୍ୟରେ ହଟ୍ଟଗୋଳ ଦେଖିବାକୁ ମିଳିଛି । ବିକ୍ଷୋଭକାରୀମାନେ ସେନା ଓ ପୁଲିସର ଗାଡି ଭଙ୍ଗାରୁଜା କରିବା ସହ ଗାଡିରେ ନିଆଁ ଲଗାଇ ଦେଉଥିବାର ଭିଡିଓ ଏବେ ବେସ୍ ଭାଇରାଲ ହେବାରେ ଲାଗିଛି ।

ମିଳିଥିବା ଖବର ମୁତାବକ କଜାକିସ୍ତାନର ସରକାର ଏହି ପୂରା ଘଟଣା କ୍ରମକୁ ନେଇ ଇସ୍ତଫା ଦେଇଛନ୍ତି । ଏହାପରେ ରାଷ୍ଟ୍ରପତି ଏବେ ନିଜର କ୍ଷମତା ପ୍ରୟୋଗ କରି ଆନ୍ଦୋଳନକାରୀଙ୍କୁ ବିକ୍ଷୋଭ ପ୍ରଦର୍ଶନ କରିବାରୁ ବିରତ ରଖିବାକୁ ଚେଷ୍ଟା କରୁଛନ୍ତି ।

ସମ୍ବନ୍ଧିତ ଖବର