ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ୪୫ ଲକ୍ଷ କୋଟି ଟଙ୍କାର ସାଧାରଣ ବଜେଟ୍ ଆଗତ କରିଛନ୍ତି। ସାରା ବିଶ୍ବ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ଦେଶରେ ଅଭିବୃଦ୍ଧି ଜାରି ରଖିବା ଲାଗି ଉଦ୍ୟମ କରିଛନ୍ତି। ଆର୍ଥିକ ସ୍ଥିତିକୁ ମଜବୁତ ରଖିବା ସହିତ ଜନସାଧାରଣଙ୍କ ଆଶା ପୂରଣ କରିବା ଲାଗି ଅନେକ ପଦକ୍ଷେପ ନେଇଛନ୍ତି। ବ୍ୟକ୍ତିଗତ ଆୟକର ରିହାତି ସୀମାରେ କିଛି ରିହାତି ଦିଆଯାଇଛି, ଅନେକ ଲୋଭନୀୟ କ୍ଷୁଦ୍ର ସଂଚୟ ସ୍କିମ୍ ଘୋଷଣା କରାଯାାଇଛି। ପୁଞ୍ଜି ବ୍ୟୟରେ ସର୍ବାଧିକ ବୃଦ୍ଧି କରାଯାଇଛି। ବଜେଟେର କୃଷି, ମଧ୍ୟବିତ୍ତ ଶ୍ରେଣୀ, ମହିଳା, ସବୁଜ ଶକ୍ତି, ଡିଜିଟାଲ ଭାରତକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ବ୍ୟକ୍ତିଗତ ଆୟକର ରିହାତି ସୀମା ୫ ଲକ୍ଷରୁ ୭ ଲକ୍ଷ ଟଙ୍କାକୁ ବ୍ୃଦ୍ଧି କରାଯାଇଛି। ସେଭିଂ ସ୍କିମ୍ରେ ବରିଷ୍ଠ ନାଗରିକଙ୍କ ପାଇଁ ଜମା ସୀମା ୩୦ ଲକ୍ଷ ଟଙ୍କାକୁ (ଦୁଇ ଗୁଣା) ବୃଦ୍ଧି କରାଯାଇଛି। ମହିଳାମାନଙ୍କ ପାଇଁ ନୂଆ ସେଭିଂ ସ୍କିମ୍ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୬୬ ପ୍ରତିଶତ ବୃଦ୍ଧି କରାଯାଇଛି। ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ମୋଦୀ ସରକାରଙ୍କ ଦ୍ବିତୀୟ ଇନିଂସର ଏହା ହେଉଛି ଶେଷ ପୂର୍ଣ୍ଣାଙ୍ଗ ବଜେଟ। ତେଣୁ ଏଥିରେ ସବୁ ବର୍ଗର ଲୋକଙ୍କୁ ଖୁସି କରିବାକୁ ଚେଷ୍ଟା କରାଯାଇଛି। କ୍ରମାଗତ ଷଷ୍ଠ ଥର ଲାଗି ବଜେଟ ଉପସ୍ଥାପନ କରି ସୀତାରମଣ ଏହାକୁ ଅମୃତକାଳ ବଜେଟ ବୋଲି ବର୍ଣ୍ଣନା କରିଛନ୍ତି।
ମୁଖ୍ୟ ଘୋଷଣା
ଫୋକସ୍ରେ ବିକାଶ, ଭିତ୍ତିଭୂମି, ଗରିବ ଓ ମଧ୍ୟବିତ୍ତ
ଚାଷୀ, ମହିଳା, ଯୁବବର୍ଗଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ
ନଜରରେ ଓବିସି, ଜାତି ଓ ଉପଜାତି
ପ୍ରଧାନମନ୍ତ୍ରୀ ଆବାସ ବ୍ୟୟ ଅଟକଳ ୭୯୦୦୦ କୋଟିକୁ ବଢ଼ିଲା
୧୫୭ ମେଡ଼ିକାଲ କଲେଜ ପାଖରେ ହେବ ୧୫୭ ନୂତନ ନର୍ସିଂ କଲେଜ
କୃଷି, ପଶୁପାଳନ, ଡେରି ଓ ମତ୍ସ୍ୟପାଳନ ପାଇଁ ୨୦ଲକ୍ଷ କୋଟିର ଋଣ
ପ୍ରାକୃତିକ କୃଷିକୁ ଗ୍ରହଣ ଲାଗି କେନ୍ଦ୍ର ସରକାର ଏକ କୋଟି ଚାଷୀଙ୍କୁ ଦେବେ ପ୍ରୋତ୍ସାହନ
ଏସଏଚ୍ଜି ମାଧ୍ୟମରେ ମହିଳାଙ୍କ ଆର୍ଥିକ ସଶକ୍ତୀକରଣ
ବ୍ୟବସାୟ ପାଇଁ ସାଧାରଣ ପରିଚୟ ପତ୍ର ଏବେ ପାନ୍ କାର୍ଡ
ଏକଲବ୍ୟ ବିଦ୍ୟାଳୟରେ ନିଯୁକ୍ତି ପାଇବେ ୩୮,୮୦୦ ଶିକ୍ଷକ ଓ କର୍ମଚାରୀ
୧ଲକ୍ଷ ପୁରୁଣା ଅଭିଲେଖାଗାରର ଡିଜିଟାଇଜେସନ୍ ନିଷ୍ପତ୍ତି
ଦେଶରେ ଆଉ ୫୦ଟି ନୂଆ ବିମାନବନ୍ଦର ଓ ହେଲିପ୍ୟାଡ୍
ରେଳବାଇର ପୁଞ୍ଜିବ୍ୟୟ ୨.୪ ଲକ୍ଷ କୋଟିକୁ ବୃଦ୍ଧି
ସବୁଜ ଶକ୍ତିକୁ କେନ୍ଦ୍ର ସରକାରଙ୍କ ଗୁରୁତ୍ବ
ସବୁଜ ଇନ୍ଧନ, ସବୁଜ ଉର୍ଜା, ପ୍ରଦୂଷଣ ମୁକ୍ତ ଚାଷ
ପ୍ରଦୂଷଣମୁକ୍ତ ଗମନାଗମନ, ସବୁଜ ବିଲ୍ଡିଂ ପାଇଁ ନିଷ୍ପତ୍ତି
କେଵାଇସି ପ୍ରକ୍ରିୟାର ସରଳୀକରଣ
କୃଷି ଷ୍ଟାର୍ଟଅପ୍କୁ ପ୍ରୋତ୍ସାହିତ ପାଇଁ କୃଷି ତ୍ୱରାନ୍ୱିତ ପାଣ୍ଠି ପ୍ରତିଷ୍ଠା କରାଯିବ
ଉଦ୍ୟାନ କୃଷି ଫସଲ ପ୍ରୋତ୍ସାହନ ପାଇଁ ୨୨୦୦ କୋଟି
ନୂତନ ପ୍ରାଥମିକ ସମବାୟ ସମିତି ଗଠନ ପାଇଁ ଉଚ୍ଚାଭିଳାଷୀ ଯୋଜନା
ଦୁଗ୍ଧ, ମତ୍ସ୍ୟ ଉତ୍ପାଦନ, କୃଷି, କୃଷକ ଓ ପଶୁପାଳନ କ୍ଷେତ୍ରକୁ ସଂପ୍ରସାରଣ ହେବ
ମିସନ୍ ମୋଡ୍ରେ ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ନିଷ୍ପତ୍ତି
୧୦୦ଟି ଗୁରୁତ୍ବପୂର୍ଣ୍ଣ ପରିବହନ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ ହେବ
ଶିଶୁ, କିଶୋରମାନଙ୍କ ପାଇଁ ଜାତୀୟ ଡିଜିଟାଲ୍ ଲାଇବ୍ରେରି ପ୍ରତିଷ୍ଠା ହେବ
ପ୍ରତିଷ୍ଠା ହେବ ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଣ୍ଠି
୫୦୦ଟି ନୂଆ ବର୍ଜ୍ୟରୁ ଆବର୍ଜନ ପ୍ଲାଣ୍ଟ ପ୍ରତିଷ୍ଠା ହେବ
ବିଭିନ୍ନ ରାଜ୍ୟରେ ୩୦ଟି ସ୍କିଲ ଇଣ୍ଡିଆ ଅନ୍ତର୍ଜାତୀୟ କେନ୍ଦ୍ର ପ୍ରତିଷ୍ଠା ନିଷ୍ପତ୍ତି
ହାଇଦ୍ରାବାଦ୍ର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମିଲେଟ୍ ରିସର୍ଚ୍ଚକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯିବ
୨୫୧୬ କୋଟି ବ୍ୟୟରେ ୬୩ ହଜାର ପ୍ରାଥମିକ କୃଷି ଋଣ ସମବାୟ ସମିତିର କମ୍ପ୍ୟୁଟରୀକରଣ
ପିଭିଟିଜିଙ୍କ ବିକାଶ ମିସନ ପାଇଁ ୧୫ ହଜାର କୋଟି ଟଙ୍କାର ବ୍ୟୟବରାଦ
ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ହେବ ଜିଲ୍ଲା ଶିକ୍ଷା ଓପ୍ରଶିକ୍ଷଣ ସଂସ୍ଥାନ
ରାଜ୍ୟ ସରକାରମାନଙ୍କୁ ୫୦ବର୍ଷର ସୁଧ ମୁକ୍ତ ଋଣ ବ୍ୟବସ୍ଥାକୁ ଆଉ ବର୍ଷେ ବଢ଼ାଗଲା
ସେପ୍ଟିକ୍ ଟାଙ୍କି ଓ ନାଳରୁ ମଣିଷ ଦ୍ବାରା ମଳ ସଫା କାର୍ଯ୍ୟକ୍ରମ ୧୦୦% ମେସିନ୍ରେ ହେବ
ଅତି କମରେ ୫୦ଟି ପର୍ଯ୍ୟଟନ କେନ୍ଦ୍ରକୁ ବିକଶିତ କରିବାକୁ ନିଷ୍ପତ୍ତି
ରାଜ୍ୟମାନଙ୍କୁ ଜିଏସ୍ଡିପିର ୩.୫% ବିତ୍ତୀୟ ନିଅଣ୍ଟ ପାଇଁ ଅନୁମତି
୦.୫ ପ୍ରତିଶତ ବିଦ୍ୟୁତ୍ କ୍ଷେତ୍ରରେ ସୁଧାର ସହିତ ଯୋଡ଼ିହେବା ଲାଗି ସର୍ତ୍ତ
ବଜାର ଉପରେ ବଜେଟ୍ ପ୍ରଭାବ
ଶସ୍ତା ହେବ
ମୋବାଇଲ୍ ଫୋନ୍ ପାର୍ଟସ୍
ଟିଭି ପ୍ୟାନେଲ୍ ପାର୍ଟସ୍
ଲିଥିୟମ୍ ଆୟନ୍ ବ୍ୟାଟେରି ମେସିନ୍
ଇଭି ଶିଳ୍ପର କଞ୍ଚାମାଲ
ମହଙ୍ଗା ହେବ
ସୁନା ବାର୍ରୁ ତିଆରି ସାମଗ୍ରୀ
ସିଗାରେଟ୍
ଇମିଟେସନ୍ ଗହଣା, ରୁପା
ଇଲେକ୍ଟ୍ରିକ୍ କିଚେନ୍ ଚିମ୍ନି
ଆମଦାନି ସାଇକଲ୍ ଓ ଖେଳଣା
ଇଲେକ୍ଟ୍ରୋନିକ୍ସ ଗାଡ଼ି ଆମଦାନି
ନୂଆ ଯୋଜନା
ମହିଳା ସମ୍ମାନ ସଞ୍ଚୟ ସାର୍ଟିଫିକେଟ୍
ବିକଳ୍ପ ସାର ପାଇଁ ପିଏମ୍-ପ୍ରଣାମ ସ୍କିମ୍
ପିଏମ୍ ମତ୍ସ୍ୟ ସମ୍ପଦ ଯୋଜନା ସବ୍-ସ୍କିମ୍
ଅାର୍ଦ୍ରଭୂମି ବ୍ୟବହାର ପାଇଁ ଅମୃତ ଧରୋହର ସ୍କିମ୍
ପ୍ରଧାନମନ୍ତ୍ରୀ ବିଶ୍ବକର୍ମା କୌଶଳ ସମ୍ମାନ
ହେନ୍ତାଳବଣ ବୃଦ୍ଧି ପାଇଁ ମିଷ୍ଟି ସ୍କିମ୍
ୱେଷ୍ଟ୍ ଟୁ ୱେଲ୍ଥ ପ୍ଲାଣ୍ଟ୍ ପାଇଁ ଗୋବର୍ଦ୍ଧନ ସ୍କିମ୍
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/1-1.jpg)