ଏହି ସ୍ଥାନରେ ଏବେ ବି ଚାଲିଛି ରାଜତନ୍ତ୍ର; ପ୍ରତିବର୍ଷ କୁଆଁରୀ ଝିଅଙ୍କୁ ବିବାହ କରିଥାନ୍ତି ରାଜା

ନୂଆଦିଲ୍ଲୀ: ପ୍ରତିବର୍ଷ ବିବାହ କରନ୍ତି ରାଜା । ବିବାହ ପୂର୍ବରୁ କୁଆଁରୀ ଝିଅମାନେ କରିଥାନ୍ତି ନାଚ । ଶେଷରେ ମନ ପସନ୍ଦର ଝିଅକୁ ବିବାହ କରନ୍ତି ରାଜା । ତେବେ ଏହି ରାଜାଙ୍କ ପତ୍ନୀଙ୍କ ସଂଖ୍ୟା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଆଜି ବି ରହିଛି ଏଭଳି ପରମ୍ପରା। ଆଜ୍ଞା ହଁ, ବିଶ୍ୱାସ ନହେଲେ ମଧ୍ୟ ଏହା ସତ । ବିଶ୍ୱର ଅଧିକାଂଶ ଦେଶରେ ଲୋକତନ୍ତ୍ର ଚାଲୁଥିବା ବେଳେ ଏବେ ବି ଏମିତି କିଛି ସ୍ଥାନ ଅଛି ଯେଉଁଠାରେ ରାଜତନ୍ତ୍ର ଚାଲୁଛି । ରାଜା ନିଜ ମନ ଇଛା ଶାସନ କରୁଥିବା ବେଳେ ତାଙ୍କ ଉପରେ କୌଣସି କଟକଣା ନଥିବା ମଧ୍ୟ ଦେଖିବାକୁ ମିଳିଥାଏ ।

ତେବେ ସବୁଠାରୁ ବଡ଼ କଥା ହେଉଛି କି ଏଠାକାର ପରମ୍ପରା ଏଭଳି ରହିଛି କି ରାଜା ପ୍ରତିବର୍ଷ ନୂଆ ନୂଆ କୁଆଁରୀ ଝିଅଙ୍କୁ ବିବାହ କରିଥାନ୍ତି। ଆମେ କହୁଥିବା ଏହି ଦେଶଟି ଆଫ୍ରିକା ମହାଦୀପର ସ୍ୱିଜିଲ୍ୟାଣ୍ଡ । ତେବେ ୨୦୧୮ ମସିହାରେ ଦେଶର ସ୍ୱାଧିନତାକୁ ୫୦ ବର୍ଷ ପୂରଣ ହୋଇଥିବା ବେଳେ ଦେଶର ନାମକୁ ବଦଳେଇ ଦେଇଛନ୍ତି ରାଜା । ଏବେ ଏହି ଦେଶର ନାମ ରହିଛି ଦ କିଙ୍ଗ ଡମ ଅଫ୍ ୱାତିନି। ଏହି ଦେଶ ଦକ୍ଷିଣ ଆଫ୍ରିକା ଏବଂ ମୌଜମ୍ବି ସୀମାକୁ ଲାଗି ରହିଛି । ଗରିବ ଦେଶ ଭାବେ ପରିଚିତ ଥିବା ଏହି ଦେଶର ରାଜା କିନ୍ତୁ ବିଳାସମୟ ଜୀବନଯାପନ କରିଥାନ୍ତି । ଗାଡ଼ିଠାରୁ ଆରମ୍ଭ କରି ଫ୍ଲାଇଟ ରହିଛି । ଏପରିକି ରାଜାଙ୍କ ଜୀବନଶୈଳୀକୁ ନେଇ ସବୁବେଳେ ଚର୍ଚ୍ଚା ହେଉଥିବା ବେଳେ ପ୍ରତିବର୍ଷ ବିବାହକୁ ନେଇ ମଧ୍ୟ ଅନେକ ଚର୍ଚ୍ଚା ହୁଏ । ତେବେ ଅଗଷ୍ଟରୁ ସେପ୍ଟେମ୍ବର ମଧ୍ୟରେ ଏହି ଦେଶରେ ମହାରାଣୀଙ୍କ ମାଙ୍କ ଗାଁ ଲୁତଜିଜିନରେ ଉମଲିଙ୍ଗା ସେରିମନି ପର୍ବ ପାଳନ ହୋଇଥାଏ । ଯେଉଁଥିରେ ୧୦ ହଜାରରୁ ଅଧିକ କୁଆଁରୀ ଝିଅମାନେ ଭାଗ ନେଇଥାନ୍ତିି ।

ଏହି ପର୍ବରେ ରାଜା ସାମନାରେ ଝିଅମାନେ ନାଚ କରିଥାନ୍ତି । ଏହି ଝିଅମାନଙ୍କ ମଧ୍ୟରୁ ରାଜା ନିଜର ରାଣୀ ବାଛିଥାନ୍ତି । ସବୁଠାରୁ ବଡ଼ କଥା ହେଉଛି କି ଝିଅମାନେ ସବୁ ପ୍ରଜାଙ୍କ ସାମ୍ନାରେ ନାଚ କରିଥାନ୍ତି । କିନ୍ତୁ ୨୦୨୦ରେ କିଛି ଝିଅ ଏହି ପ୍ରଥାକୁ ବିରୋଧ କରିଥିଲେ । ରାଜା ଏହି ଖବର ପାଇବା ପରେ ସେମାନଙ୍କ ପରିବାରକୁ ଜରିମାନା ଲଗାଇଥିଲେ । ଆଉ ପରବର୍ତ୍ତୀ ସମୟରେ କେହି ଏହାକୁ ବିରୋଧ କରିନଥିବା ମଧ୍ୟ କୁହାଯାଉଛି ।

ତେବେ ୨୦୧୫ ମସିହାରେ ଆଫ୍ରିକା ଶିଖର ସମ୍ମିଳନୀରେ ଯୋଗ ଦେବାଲାଗି ଏଠାକାର ରାଜା ମସବାତି ତ୍ରିତେୟେ ଭାରତକୁ ଆସିଥିଲେ । ତାଙ୍କ ସହ ୧୫ଜଣ ରାଣୀଙ୍କ ପିଲାଙ୍କ ସମେତ ୧୦୦ଜଣ କର୍ମଚାରୀଙ୍କ ସହ ଆସିଥିଲେ । ଦିଲ୍ଲୀର ଏକ ପଂଚତାରକା ହୋଟେଲରେ ସେ ରହିଥିବା ବେଳେ ୨ଶହଟି ରୁମ ବୁକ କରାଯାଇଥିଲା । ତେବେ ସେ ଯାହାବି ହେଉ ରାଜା ତାଙ୍କର ଜୀବନଶୈଳୀ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି।

ସମ୍ବନ୍ଧିତ ଖବର