ଜଙ୍ଗଲରେ କାହିଁକି ଅଠଚାଳିିଶ ଦିନ ବିତାଇଥିଲେ ରାଜା ରନ୍ତି ଦେବ ?

ରଘୁବଂଶର ସଂକୃତି ନାମକ ଜଣେ ମହାପ୍ରତାପୀ ରାଜା ଥିଲେ । ତାଙ୍କର ଦୁଇ ପୁତ୍ର ଥିଲେ । ସେମାନେ ହେଲେ ଗୁରୁ ଏବଂ ରନ୍ତି ଦେବ । ଏହି ଦୁହିଁଙ୍କ ମଧ୍ୟରୁ ରନ୍ତି ଦେବ ଦୟାର ମୂର୍ତ୍ତିମାନ୍‌ ସ୍ୱରୂପ ଥିଲେ । ସଂସାରର ସମସ୍ତ ପ୍ରାଣୀଙ୍କର ଦୁଃଖ ଦୂର କରିବା ତାଙ୍କର ଏକମାତ୍ର ଏକ୍ଷ୍ୟ ଥିଲା । ଏଥିପାଇଁ ରନ୍ତି ଦେବ ସର୍ବଦା ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ ଯେ ତାଙ୍କର ଅଷ୍ଟସିଦ୍ଧି କିମ୍ବା ମୋକ୍ଷ ଲୋଡା ନାହିଁ । ସମସ୍ତ ପ୍ରାଣୀଙ୍କର ଅନ୍ତଃକରଣରେ ସ୍ଥିତ ହୋଇ ମୁହିଁ ସେମାନଙ୍କର ଦୁଃଖ ଭୋଗ କରିବି ଏବଂ ସେମାନେ ଦୁଃଖ ରହିତ ହେବେ, ଏତିକି କାମନା ମୋର ପୂର୍ଣ୍ଣ କରନ୍ତୁ ’ ଏହା କହୁଥିଲେ ରନ୍ତି ଦେବ ।
ରନ୍ତି ଦେବ ସର୍ବଦା ସଂସାରର ଦୁଃଖଦୂର କରିବା ଏବଂ ନିଜେ ସେମାନଙ୍କ କଷ୍ଟ ସହିବା ପାଇଁ ଅହର୍ନିଶ ଉଦ୍ୟମ କରୁଥିଲେ । ତାଙ୍କ ମାଧ୍ୟମରେ ଦୀନ ଦୁଃଖୀ ଓ ଦରିଦ୍ରମାନଙ୍କର କିପରି ଉପକାର ହେବ, ତାହା ହିଁ ଚିନ୍ତା କରୁଥିଲେ । ତାଙ୍କ ନିକଟକୁ ଯେ କେହି ଆସେ , ତା’କୁ ସେ ବିମୁଖ କରନ୍ତି ନାହିଁ । ସେ ସମସ୍ତଙ୍କର ଯଥେଷ୍ଟ ସେବା ପ୍ରଦାନ କରୁଥିଲେ । ଏଥିପାଇଁ ତାଙ୍କର ଯଶ ସଂପୂର୍ଣ୍ଣ ଭୂମଣ୍ଡଳରେ ବ୍ୟାପ୍ତ ହେଲା ।
ସଂସାରର ନିୟମ ବିଚିତ୍ର । ସଂସାର ଯେତେ ଅଧିକ ସାମଗ୍ରୀ ଥିଲେ ହେଁ, ତା’କୁ ନିରନ୍ତର ବ୍ୟୟ କରିଲେ ଦିନେ ନା ଦିନେ ତା’ହା ସମାପ୍ତ ହେବ, ଏକଥା କୁ କେହି ଅସ୍ୱୀକାର କରିପାରିବେ ନାହିଁ । ଏମିତି ବି ସମୟ ଆସିପାରେ ଯେ ଜଣଙ୍କ ନିକଟରେ ମୁଠାଏ ଅନ୍ନ ପାଇଁ ମଧ୍ୟ ସମ୍ବଳ ନଥିବ । ଠିକ୍‌ ସେହିଭଳି ଅବସ୍ଥା ଉପୁଜିଲା ମହାଦାନି ରନ୍ତିଦେବଙ୍କ କ୍ଷେତ୍ରରେ । ତାଙ୍କ ପାଖରେ ପରିବାରର ଭରଣପୋଷଣ କରିବା ପାଇଁ ଅନ୍ନ ମଧ୍ୟ ରହିଲାନି । ସବୁ ଜିନିଷ ସେ ଦାନରେ ଦେଇସାରିଥିଲେ ।

photo- Godhead

ମହାରାଜ ଅନନ୍ୟୋପାୟ ହୋଇ ସପରିବାର ରାଜମହଲ ଛାଡ଼ି ଅରଣ୍ୟକୁ ପ୍ରସ୍ଥାନ କରିଲେ , ସେଠି ଅନ୍ନ ମିଳିବା ତ ଦୂରର କଥା, ଜଳ ବୁନ୍ଦାଏ ମଧ୍ୟ ପିଇବାକୁ ମିଳିଲା ନାହିଁ । କିଛି ନ ଖାଇ ନ ପିଇ ସେ ନିଜର ପରିବାର ସହିତ ଜଙ୍ଗଲରେ ଅଠଚାଳିିଶ ଦିନ ବିତାଇଥିଲେ ।

ସମ୍ବନ୍ଧିତ ଖବର