ଆଜିକାଲି ପ୍ରାୟ ସମସ୍ତେ ଏଲ୍ଇଡି ବଲବ୍ ବ୍ୟବହାର କରୁଛନ୍ତି। ଏହା ସାଧାରଣ ବଲ୍ବ ତୁଳନାରେ ଟିକେ ଦାମିକା । କିଛି ଦିନ ବ୍ୟବହାର କରିବା ପରେ ଏହାର ଆଲୋକ ମଧ୍ୟ କମ୍ ହୋଇବସେ ଓ ଏହା ପୁଣି ଖରାପ ହୋଇଯାଏ। ଏମିତିରେ ଏହାକୁ ବଦଳ କରି ନୂଆ ବଲ୍ବ ପୁଣି ଆପଣ କିଣନ୍ତି, ଯାହା ଅଧିକ ଖର୍ଚ୍ଚ। କିନ୍ତୁ କେବେ ଚିନ୍ତା କରିଛନ୍ତି କି, ଏହାକୁ ଠିକ୍ କରିହେବ ବୋଲି, ଜାଣନ୍ତୁ କେମିତି ଠିକ୍ କରିବେ ଜଳୁ ନ ଥିବା ଏଲ୍ଇଡି ବଲ୍ବ।
୧୦ ଟଙ୍କାରେ କରନ୍ତୁ ଜଳୁ ନ ଥିବା ଏଲ୍ଇଡି ବଲ୍ବକୁ ଠିକ୍!
ଏଲଇଡି ବଲ୍ବ ଭିତରେ ଏକ ଛୋଟ ସର୍କିଟ ଲାଗିଥାଏ। ଯେଉଁଥିରେ କିଛି ଟ୍ରାନ୍ଜିଷ୍ଟର୍ ଓ କ୍ୟାପାସିଟର ଲାଗିଥାଏ। ଏହା ସହ, ୧୮ରୁ ୨୦ଟି ଏଲ୍ଇଡି ଲାଇଟିଂ ୟୁନିଟ୍ ଲାଗିଥାଏ। ଯେବେ ଏହା ଖରାପ ହୁଏ ଏଲ୍ଇଡି ଖରାପ ହେବାର ଆଶଙ୍କା ପ୍ରାୟ କମ୍ ଥାଏ। ଯଦି ଖରାପ ହୁଏ, ଏକାବେଳେକେ ୨ରୁ ୩ଟି ଖରାପ ହୁଏ। ଏହା ବ୍ୟତୀତ କ୍ୟାପାସିଟର ଆଦି ଅଧିକ ଖରାପ ହୋଇଥାଏ ଯାହାକୁ ଅତି ସହଜରେ ବଦଳାଇ ହେବ।
କେମିତି କରିବେ ଠିକ୍ ?
ପ୍ରଥମେ ଏଲ୍ଇଡି ବଲ୍ବ ଉପରେ ଲାଗିଥିବା ଧଳା ଗ୍ଲାସ୍ ଖୋଲନ୍ତୁ।
ଏବେ ଭିତର ସର୍କିଟ୍ରୁ ଏଲ୍ଇଡିକୁ ବାହାରକୁ ବାହାର କରନ୍ତୁ।
ସର୍କିଟ୍ର ପଛପଟେ କ୍ୟାପାସିଟର୍ ଓ ଟ୍ରାନ୍ଜିଷ୍ଟର୍ ରହିଥାଏ।
ଯାହା ବି ଫାଟି ଯାଇଛି କିମ୍ବା ଖରାପ ହୋଇଯାଇଛି ତା’କୁ ଚିହ୍ନଟ କରନ୍ତୁ।
ସୋଲ୍ଡିଂ ମେସିନ୍ରେ କନେକ୍ସନ୍କୁ ଅଲଗା କରନ୍ତୁ।
ଏବେ ନୂଆ କ୍ୟାପାସିଟର୍ ବା ଟ୍ରାନ୍ଜିଷ୍ଟର୍କୁ ସୋଲ୍ଡିଂ କରନ୍ତୁ।
ସୋଲ୍ଡିଂ କରି ବଲ୍ବକୁ ଠିକ୍ ସେମିତି ବନ୍ଦ କରନ୍ତୁ ଯେମିତି ଖୋଲିଥିଲେ।
ଦେଖିବେ ଏବେ ଆପଣଙ୍କ ବଲ୍ବ ଠିକ୍ ହୋଇଯାଇଛି।