ମୁମ୍ବାଇ: ଫିଲ୍ମ ଷ୍ଟାରମାନଙ୍କର ଗୋଟିଏ ଝଲକ ପାଇବା ପାଇଁ ସିନେପ୍ରେମୀ ପାଗଳ ଭଳି ହୁଅନ୍ତି। ଜଣେ ଫିଲ୍ମଷ୍ଟାରଙ୍କ ଫ୍ୟାନ୍ମାନେ କିଭଳି କାମ କରିଛନ୍ତି,ଜାଣିଲେ ଆପଣ ନିଶ୍ଚିତ ରୂପେ ବିସ୍ମିତ ହେବେ।
ଦିଲ୍ଲୀର ସେଲଟର୍ ହୋମ୍ରେ ରହୁଥିବା ଦୁଇଜଣ କିଶୋର ବଲିଉଡର ନାମୀ ଟାଇଗର ଶ୍ରଫ୍ଙ୍କର ଫ୍ୟାନ୍। ସେ ଦୁହେଁ ଟାଇଗରଙ୍କୁ ଭେଟିବା ପାଇଁ ସେଲଟର୍ ହୋମରୁ କାହାରିକୁ କିଛି ନ ଜଣାଇ ମୁମ୍ବାଇ ଯାଉଥିବା ଏକ ଟ୍ରେନ୍ରେ ବିନା ଟିକେଟରେ ଯାତ୍ରା କଲେ। ସେ ଦୁହିଁଙ୍କୁ ଆଗ୍ରା କ୍ୟାଣ୍ଟ୍ ଷ୍ଟେସନରେ ବିନା ଟିକେଟ୍ରେ ଯାତ୍ରା କରୁଥିବା ଜାଣିବାକୁ ପାଇଥିଲେ ରେଳବାଇ କର୍ତ୍ତୃପକ୍ଷ। ସେମାନଙ୍କ ପାଖରେ ଖାଇବା ପାଇଁ ପଇସା ବି ନଥିଲା,କେବଳ ଗୋଟିଏ ସ୍କୁଲ ବ୍ୟାଗ୍ ଥିଲା।
ଏହାପରେ ପୁଲିସ ଦୁଇ କିଶୋରଙ୍କ ପାଖରେ ପହଞ୍ଚି ସେମାନଙ୍କୁ ପଚରା ଉଚୁରା କରିଥିଲା,ଦୁଇ କିଶୋର କହିଥିଲେ ଯେ,ସେ ଦୁହେଁ ଅଭିନେତା ଟାଇଗର ଶ୍ରଫ୍ଙ୍କୁ ଭେଟିବା ପାଇଁ ଚାହାଁନ୍ତି।ଏଥିପାଇଁ ସେମାନେ ସେଲଟର୍ ହୋମ୍ରୁ ଲୁଚି କରି ଆସିଛନ୍ତି। ସେମାନେ ଆହୁରି ମଧ୍ୟ କହିଥିଲେ ଯେ,ସେମାନଙ୍କର ବିଶ୍ୱାସ ପଇସା ନଥିଲେ ସେଦୁହେଁ ମୁମ୍ବାଇରେ ଟାଇଗର ଶ୍ରଫ୍ଙ୍କଠାରୁ ଅଟୋଗ୍ରାଫ୍ ନେବାରେ ସକ୍ଷମ ହେବେ।