କୋଲକାତା ପୋର୍ଟ ଟ୍ରଷ୍ଟର ନାମ ବଦଳିବା ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର

ନୂଆଦିଲ୍ଲୀ:  ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କୋଲକାତା ପୋର୍ଟ ଟ୍ରଷ୍ଟର ନାମ ପରିବର୍ତ୍ତନ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏହାର ନୂତନ ନାମ ହେବ ଶ୍ୟାମା ପ୍ରସାଦ ମୁଖାର୍ଜୀ ଟ୍ରଷ୍ଟ ।

ଶ୍ୟାମା ପ୍ରସାଦ ମୁଖାର୍ଜୀ ଜଣେ ବହୁମୁଖୀ ବ୍ୟକ୍ତିତ୍ଵ ଥିଲେ । ସେ ଏକାଧାରରେ ଜଣେ ବିଖ୍ୟାତ ଶିକ୍ଷାବିତ, ଆଇନଜ୍ଞ, ଦାର୍ଶନିକ ଓ ନେତା ଥିଲେ । ଭାରତର ବିକାଶରେ ତାଙ୍କର ଗୁରୁତ୍ଵପୂର୍ଣ ଭୂମିକା ଥିଲା ଓ ଜାତୀୟ ସଂହତିକୁ ସୁଦୃଢ କରିବା ଲାଗି ସେ ସଦା ପ୍ରୟାସରତ ଥିଲେ । ଏହାକୁ ଦୃଷ୍ଟିରେ ରଖି କୋଲକାତା ପୋର୍ଟ ଟ୍ରଷ୍ଟ ଫେବୃଆରୀ ୨୫, ୨୦୨୦ରେ ଅନୁଷ୍ଠିତ ଏହାର ଟ୍ରଷ୍ଟି ବୋର୍ଡ ବୈଠକରେ କୋଲକାତା ପୋର୍ଟ ଟ୍ରଷ୍ଟର ନାମ ପରିବର୍ତ୍ତନ କରି  ଶ୍ୟାମା ପ୍ରସାଦ ମୁଖାର୍ଜୀ ଟ୍ରଷ୍ଟ କରିବା ପାଇଁ ସହମତି ପତ୍ର ପ୍ରକାଶ କରିଥିଲା ।

ସମ୍ବନ୍ଧିତ ଖବର