କୋଲକାତା: କୋଲକାତାର ଜଣେ ୨୪ ବର୍ଷୀୟା ମହିଳା କୋଭିଡ୍-୧୯ ଆକ୍ରାନ୍ତ ହୋଇ ୧୨ ଦିନ ଧରି ଏକ୍ଟ୍ରାକୋର୍ପୋରିୟାଲ୍ ମେମ୍ବ୍ରାନ ଅକ୍ସିଜେନେସନ୍(ଇସିଏମ୍ଓ)ରେ ରହିବା ପରେ ସୁସ୍ଥ ରହିଛନ୍ତି। ଇସିଏମ୍ଓରେ ରହି ସୁସ୍ଥ ହେବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା। ସେ ଏକ ବେସକାରୀ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ ବୋଲି ସୂଚନା ରହିଛି।
ହସ୍ପିଟାଲ୍ ପକ୍ଷରୁ କୁହାଯାଇଛି ଯେ କରୋନା ଆକ୍ରାନ୍ତ ହୋଇ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରୁଥିବା ରୋଗୀମାନଙ୍କୁ ସବୁବେଳେ ଭେଣ୍ଟିଲେଟର୍ କିମ୍ବା ଇସିଏମ୍ଓରେ ରଖାଯାଇ ଚିକିତ୍ସା କଲେ ସୁଫଳ ମିଳିବ ବୋଲି କୌଣସି ମାନେ ନାହିଁ। କାହିଁକି ନା, ପୂର୍ବରୁ ବି ନୂଆଦିଲ୍ଲୀ ଓ ଚେନ୍ନାଇର ୩ ଜଣ ଆକ୍ରାନ୍ତଙ୍କୁ ଇସିଏମ୍ଓରେ ରଖାଯିବା ପରେ ବି ସେମାନଙ୍କୁ ବଞ୍ଚାଇ ହୋଇ ନଥିଲା।
/sambad/media/post_attachments/wp-content/uploads/2020/06/download-1-6.jpg)
Oneindia
କୋଲକାତାର କାଲୀଘାଟ ଅଞ୍ଚଳର ଏହି ମହିଳାଙ୍କ ଓଜନ ପ୍ରାୟ ୧ କ୍ବିଣ୍ଟାଲ୍। ତାଙ୍କୁ ପ୍ରବଳ ଜ୍ବର ଓ ଶ୍ବାୟକ୍ରିୟାରରେ ଅସୁବିଧା ଅନୁଭବ ହେବା ପରେ ମେ ୧୭ ତାରିଖରେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ଯେତେବେଳେ ଆମ୍ରି ହସ୍ପିଟାଲ୍ରେ ଭର୍ତ୍ତି କରାଗଲା ଡାକ୍ତରମାନେ ଦେଖିବାକୁ ପାଇଲେ ଯେ ତାଙ୍କ ଶରୀରରେ ଅମ୍ଳଜାନ ମାତ୍ରା ପ୍ରାୟ ୩୪ ପ୍ରତିଶତ କମ୍ ହୋଇ ଯାଇଛି।
ତାଙ୍କର ଓଜନ ହେତୁ ସେ ଏପରି ଭାବେ ଗୁରୁତର ହୋଇଛନ୍ତି ବୋଲି ଡାକ୍ତରମାନେ ପ୍ରଥମରୁ ଭାବୁଥିଲେ। ଯାହା ବି ହେଉ, ତାଙ୍କୁ ମୃତ୍ୟୁ କବଳରୁ ଫେରାଇ ଆଣିବାକୁ ଇସିଏମ୍ଓ ସପୋର୍ଟରେ ରଖିବା ନିହାତି ଜରୁରୀ ଥିଲା।
ଜାଣିରଖନ୍ତୁ ଯେ ବୟସ୍କ କିମ୍ବା ହୃଦ୍ରୋଗୀଙ୍କ କୋଭିଡ୍-୧୯ ଆକ୍ରାନ୍ତଙ୍କ ପାଇଁ ଇସିଏମ୍ଓ ସେତେଟା ଫଳପ୍ରଦ ସାବ୍ୟସ୍ତ ହୋଇନପାରେ।