ଲକ୍ଷ୍ନୌ: ଲକ୍ଷ୍ନୌର ମୋସାଇଗଂଜ ଜେଲ୍ର କଏଦୀମାନଙ୍କ ଦ୍ୱାରା ପ୍ରସ୍ତୁତ ବ୍ୟାଗ୍, ପର୍ସ ଓ ସୋରିଷ ତେଲ ପରେ ଏବେ ନେହେରୁ ଜ୍ୟାକେଟ ବିକ୍ରି ହେବ କୁମ୍ଭମେଳାରେ। ଜେଲର ଅଧିକ୍ଷକ ଆର ଏନ୍ ପାଣ୍ଡ୍ୟା ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ ଏହାର କାମ ଆରମ୍ଭ ହୋଇଯାଇଛି। ଖୁବ୍ ଶୀଘ୍ର ଷ୍ଟକ୍ ପ୍ରସ୍ତୁତ କରାଯାଇ ପ୍ରୟାଗରାଜରେ ବିକ୍ରି ପାଇଁ ପଠାଯିବ। ଯଦି ନେହେରୁ ଜ୍ୟାକେଟ୍ର ଚାହିଦା ଅଧିକ ହେଲା, ତେବେ ଅଧିକ ସଂଖ୍ୟାରେ ତାହା ତିଆରି କରାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ଆଦର୍ଶ ଜେଲ୍ର ଉପ ଜେଲର୍ ଓ ଶିଳ୍ପ ପ୍ରଭାରୀ ଅଂଜୁଲି ବର୍ମା କହିଛନ୍ତି ଯେ ଆଦର୍ଶ କାରାଗାରର କଏଦୀ ପର୍ଶୁରାମଙ୍କ ତତ୍ତ୍ୱାବଧାନରେ ଜେଲରେ ସିଲେଇ ଓ କଟିଂ କାମ ସୁରୁଖୁରରେ ଚାଲିଛି। ପର୍ଶୁରାମ ହେଉଛନ୍ତି ସିଲେଇର ପ୍ରଧାନ ଶିକ୍ଷକ। ଏହି କାମରେ ପର୍ଶୁରାମଙ୍କ ସହିତ ୨୮ ଜଣ କଏଦୀ କାମରେ ଲାଗିଛନ୍ତି। ମହିଳା କଏଦୀମାନେ ବି ସାନିଟାରି ନାପ୍କିନ୍ ପ୍ରସ୍ତୁତ କରିଛନ୍ତି, ଯାହା କୁମ୍ଭମେଳାରେ ବିକ୍ରି ହେଉଛି। ଖୁବ୍ ଲୋକପ୍ରିୟ ମଧ୍ୟ ହୋଇଛି।